ଖଲ୍ଲିକୋଟ କଲେଜର ଦୈନନ୍ଦିନ କାର୍ଯ୍ୟରେ ସମସ୍ୟା: ବହୁ ଅଣଶିକ୍ଷକ ପଦବୀ ଖାଲି

ବ୍ରହ୍ମପୁର ଅଫିସ୍‌,୨୯ା୫-ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ କିଭଳି ଭାବେ କାର୍ଯ୍ୟ କରୁଛି, ତାହା ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ଦେଖିଲେ ହଦୟଙ୍ଗମ ହେଉଛି । ଏହି ମହାବିଦ୍ୟାଳୟରେ ନା ଶିକ୍ଷକ ପଦବୀ ପୂରଣ ହୋଇପାରୁଛି ନା ଅଣ ଶିକ୍ଷକ। ଠେଲା ପେଲାରେ ଚାଲିଛି ମହାବିଦ୍ୟାଳୟ। ଗ୍ରୁପ୍‌-ସି ଏବଂ ଡି’ର ଅନେକ ପଦବୀ ଖାଲି ପଡ଼ିଥିବା ଯୋଗୁ ଦୈନନ୍ଦିନ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ଏନେଇ ବହୁଥର ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଉଚ୍ଚ ଶିକ୍ଷା ବିଭାଗ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ କୌଣସି ପ୍ରକାର ସୁଫଳ ମିଳିପାରିନାହିଁ । ସମସ୍ୟା ଏବେ ଜଟିଳ ହେବାରେ ଲାଗିଛି । ଅଧ୍ୟାପିକା ଅଧ୍ୟାପକମାନଙ୍କୁ ପିଇବା ପାଣି ଦେବା ପାଇଁ ମଧ୍ୟ କର୍ମଚାରୀ ନ ନାହାନ୍ତି ।
ମହାବିଦ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରୁପ୍‌-ସି ଏବଂ ଡି ବର୍ଗର ମୋଟ ୧୯୭ପଦବୀ ମଞ୍ଜୁର ହୋଇଛି। ସେଥିରୁ ୧୭ଟିକୁ ବିଭିନ୍ନ ସମୟରେ ଉଚ୍ଛେଦ କରାଯାଇଛି। ଆଉ ୮୨ପଦବୀରେ କର୍ମଚାରୀ ଥିବା ବେଳେ ୯୮ ପଦବୀ ଖାଲି ପଡ଼ିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ କେହି କର୍ମଚାରୀ ନାହାନ୍ତି । ଗୋଟିଏ ଲେଖାଏ ଅଫିସ ସୁପରିଟେଣ୍ଡେଣ୍ଟ, ମୁଖ୍ୟ କିରାଣି, ଗ୍ରୁଜୁଏଟ୍‌ ଲାଇବ୍ରେରିୟାନ୍‌, ଜୁନିୟର୍‌ ଲାଇବ୍ରେରିଆନ୍‌, ଲାଇବ୍ରେରୀ ଆସିଷ୍ଟାଣ୍ଟ, ପିଇଟି, କମ୍ପାଉଣ୍ଡିଂ ଆସିଷ୍ଟାଣ୍ଟ, ଜୁନିୟର୍‌ ମେକାନିକ୍‌, କୋଷାଗାର, ଲାଇବ୍ରେରୀ ଜଗୁଆଳି, ମାଟ୍ରନ୍‌, ବୁକ୍‌ ବାଇଣ୍ଡର୍‌ ପଦବୀ ରହିଛି । କିନ୍ତୁ ଏହି ସବୁ ପଦବୀ ସଂପୂର୍ଣ୍ଣ ଖାଲି ପଡ଼ିଛି। ୪ଟି ବରିଷ୍ଠ କିରାଣି ପଦବୀରୁ ୩ଟି ଖାଲି ପଡ଼ିଛି । ସେହିଭଳି କନିଷ୍ଠ କିରାଣି ୧୫ରୁ ୭ଟି ପଦବୀ ଖାଲି ପଡ଼ିଥିବା ବେଳେ, କମ୍ପୁଟର୍‌ ପ୍ରୋଗ୍ରାମର୍‌ ୨ଟିରୁ ଗୋଟିଏ, ଆସିଷ୍ଟାଣ୍ଟ ଲାଇବ୍ରେରୀ ୪ରୁ ୨, ଆର୍ଟିଷ୍ଟ କମ୍‌ ଫୋଟୋଗ୍ରାଫାର୍‌ ୩ରୁ ୩ଟି, ଆସିଷ୍ଟାଣ୍ଟ ସପ୍‌କିପର୍‌ ୭ରୁ ଗୋଟିଏ, ଲ୍ୟାବ୍‌ ଆଟେଣ୍ଡାଣ୍ଟ ୪୭ରୁ ୨୬, ଲାଇବ୍ରେରି ଆଟେଣ୍ଡାଣ୍ଟ ୮ରୁ ୪, ଜଗୁଆଳି ୮ରୁ ୨, ଗ୍ୟାସ୍‌ମ୍ୟାନ୍‌ ୩ରୁ ୩, ପିଅନ୍‌ ୨୮ରୁ ୫ ପଦବୀ ଖାଲି ପଡ଼ିଛି। ମାଳି ଏବଂ ଝାଡ଼ୁଦାର ୪ଟି ଲେଖାଏ ପଦବୀ ଥିବା ବେଳେ ଗୋଟିଏ ଲେଖାଏ ପଦବୀ ଖାଲି ପଡ଼ିଛି ।
ଗୋଟିଏ ପଟେ ବହୁ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଯେନତେନ ପ୍ରକାରେ ଶିକ୍ଷାଦାନ କରାଯାଉଛି। ଅନ୍ୟପଟେ ଅଣ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି । ଅନେକ ସମୟରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକମାନେ ବହୁ ଅଣଶିକ୍ଷକ କାର୍ଯ୍ୟ କରୁଛନ୍ତି। ଦୈନନିନ୍ଦ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଲାଇବ୍ରେରୀରେ କର୍ମଚାରୀ ନ ଥିବା ଯୋଗୁ ଅନେକ ସମୟରେ ଛାତ୍ରୀଛାତ୍ରମାନେ ବହି ପାଇପାରୁ ନାହାନ୍ତି। ପ୍ରାଣୀ ବିଜ୍ଞାନ, ଶିକ୍ଷା, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ନୃତତ୍ତ୍ୱ ବିଜ୍ଞାନ ବିଭାଗରେ ଲ୍ୟାବ ଆଟେଣ୍ଡାଣ୍ଟ ଏବଂ ଡେମୋନ୍‌ଷ୍ଟ୍ରେଟର୍‌ ପଦବୀ ଖାଲି ପଡ଼ିଛି। ଫଳରେ ଛାତ୍ରୀଛାତ୍ରମାନେ ପ୍ରାକ୍ଟିକାଲ୍‌ କ୍ଲାସ୍‌ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରୀକ୍ଷା ସମୟରେ ଏହି ସମସ୍ୟା ଦ୍ୱିଗୁଣିତ ହୋଇଯାଉଛି। ଅଧ୍ୟାପିକା ଅଧ୍ୟାପକମାନେ କାମଚଳା ଭାବେ କାର୍ଯ୍ୟ ତୁଲାଉଛନ୍ତି ।
ନିୟମିତ ବ୍ୟବଧାନରେ ମହାବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀମାନେ ଅବସର ଗ୍ରହଣ କରୁଛନ୍ତି । କିନ୍ତୁ ସେହି ପଦବୀଗୁଡ଼ିକରେ ନୂତନ ନିଯୁକ୍ତି ଦିଆଯାଉ ନାହିଁ, ଖାଲି ପଡ଼ୁଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ମଧ୍ୟ କର୍ମଚାରୀ ନିଯୁକ୍ତି ଦିଗରେ ସରକାର ତପତ୍ରତା ଦେଖାଉ ନାହାନ୍ତି । ସେଥିରେ ପୁଣି ଅନେକ ସମୟରେ କର୍ମଚାରୀଙ୍କୁ ବଦଳି କରିଦିଆଯାଉଛି । ଏଭଳି ସମସ୍ୟା ଆଉ କିଛି ମାସ ଜାରି ରହିଲେ, ଦିନ ଆସିବ ଝାଡ଼ୁ ମାରିବା, ଝାଡ଼ୁଦାର କିମ୍ବା କ୍ୟାମ୍ପସ୍‌ ଜଗିବା ପାଇଁ ମଧ୍ୟ ଜଗୁଆଳି ନ ଥିବେ ବୋଲି ଜଣେ ବରିଷ୍ଠ ଅଧ୍ୟାପକ ତାଙ୍କ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।
ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ଶତପଥୀ କହିଛନ୍ତି, ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ ପାଇଁ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି କରାଯାଇଛି। ବିଭାଗର ନିଯୁକ୍ତି ପ୍ରକ୍ରିୟାକୁ ଅପେକ୍ଷା କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri