ଖତ ଖାଉଛି ୫୦ ସିଟିବସ୍‌, ଆଖିବୁଜି ବସିଛି ସିଏମ୍‌ସି

କଟକ ଅଫିସ,୨।୮: ସହରବାସୀଙ୍କ ଉତ୍ତମ ଯାତାୟାତ ପାଇଁ ଆରମ୍ଭ ହୋଇଥିଲା ସିଟିବସ୍‌ ସେବା। ମାତ୍ର କଟକ ମହାନଗର ନିଗମ (ସିଏମ୍‌ସି)ର ଆନ୍ତରିକତା ଅଭାବ ଯୋଗୁ ବିକାଶ ଭବନ ପରିସରରେ ଖତ ଖାଉଛି ୫୦ଟି ସିଟିବସ୍‌। ଗୋଟିଏ ପଟେ ସହରବାସୀ ସିଟିବସ୍‌ ସେବାରୁ ବଞ୍ଚିତ ହୋଇଥିବାବେଳେ ଅନ୍ୟପଟରେ ସରକାରଙ୍କ କୋଟିକୋଟି ଟଙ୍କା ନଷ୍ଟ ହେବାକୁ ବସିଛି। ଏହି ଯୋଜନା ସମ୍ପର୍କରେ ସିଏମ୍‌ସି ଅବଗତ ଥାଇ ମଧ୍ୟ ଆଖି ବୁଜି ବସିଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।
କଟକ ସହର ଓ ଆଖପାଖ ଅଞ୍ଚଳକୁ ଯାତାୟତ ପାଇଁ ସିଏମ୍‌ସି ପକ୍ଷରୁ ବସ୍‌ ସେବା ଯୋଜନା କରାଯାଇଥିଲା। କଟକ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ୍‌ (ସିୟୁଟିଏସ୍‌ଏଲ୍‌) ଏବଂ ସାହାରା ରୋଡୱେଜ ମଧ୍ୟରେ ଏ ନେଇ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ୨୦୧୬ ଏପ୍ରିଲ୍‌ ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍‌ ସେବାକୁ ଉଦ୍‌ଘାଟନ କରିଥିଲେ। କଟକ ସହର ସମେତ ଆଖପାଖ ୧୦ଟି ଅଞ୍ଚଳକୁ ଏହି ସେବା ଦ୍ୱାରା ଯୋଡ଼ିବାକୁ ଉଦ୍ୟମ ହୋଇଥିଲା। ଚୌଦ୍ୱାର, ବାଙ୍କୀ, ମଙ୍ଗୁଳି, ଗୋପାଳପୁର, ନୂଆପଡା, ବିଜୁପଟ୍ଟନାୟକ ଛକ, ବିଡାନାସୀ, ତ୍ରିସୂଳିଆ, ଜଗତ୍‌ପୁର ଆଦି ଅଞ୍ଚଳକୁ ବସ୍‌ ସେବା ଉପଲବ୍ଧ କରାଯାଇଥିଲା। କେତେକ ଅଞ୍ଚଳକୁ ବସ ସେବା ଆରମ୍ଭ ହୋଇଥିବାବେଳେ ଆଉ କେତେକ ଅଞ୍ଚଳକୁ କିଛିମାସ ଚାଲିବା ପରେ ବସ୍‌ସେବା ଠପ୍‌ ହୋଇଯାଇଥିଲା। କେତେକ କାରଣ ଯୋଗୁ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷକରି ସିଟିବସ ଭଡା ବୃଦ୍ଧି, ବସ୍‌ ଚଳାଚଳ ପାଇଁ ସମୟ ନିର୍ଘଣ୍ଟ ଠିକ୍‌ ନ ରହିବା ଓ ବସ୍‌ରେ ଯାତ୍ରୀ ସଂଖ୍ୟା କମୁଥିବାରୁ ଚଳାଚଳା ବାଧାପୟାପ୍ତ ହେଉଥିବା ସହବାସୀ ଅଭିଯୋଗ କରିଛନ୍ତି।
୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ସିଟିବସ ଚଳାଚଳ କରୁ ନ ଥିବାରୁ ଏବେ ସେଗୁଡିକ ନଷ୍ଟ ହେବାକୁ ବସିଛି। ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହିଥିବାରୁ ଏଗୁଡ଼ିକର ଟାୟାର ଓ ସିଟ୍‌ ନଷ୍ଟ ହେଲାଣି। ଏଥିସହ ବସ୍‌ରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଏହି ସମୟ ମଧ୍ୟରେ ସିଏମ୍‌ସିରେ ୪ଜଣ କମିଶନର ଦାୟିତ୍ୱ ନେଇ ବଦଳି ହୋଇ ଗଲେଣି। କିନ୍ତୁ କେହିବି ବସ୍‌ ସେବା ଯୋଜନା ସମ୍ପର୍କରେ ମୁଣ୍ଡ ଖେଳାଇ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ବସ୍‌ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଏ ନେଇ ଖୁବ୍‌ଶୀଘ୍ର ଏକ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ଆଡଭୋକେଟ ରାଜୀବ ପଟ୍ଟନାୟକ କହିଛନ୍ତି, ଯଦି ବସ୍‌ଗୁଡ଼ିକ ମରାମତି ନ ହେଉଛି ତେବେ ସେଗୁଡ଼ିକ ବିକ୍ରି କରାଯିବା ଉଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri