ଖଣ୍ଡପଡ଼ା ସବ୍‌ଜେଲରୁ ଫେରାର କଏଦୀ ଗିରଫ

ଖଣ୍ଡପଡା,୧୪।୬(ସ୍ବ.ପ୍ର.): ନୟାଗଡ ଜିଲା ଖଣ୍ଡପଡା ସବ୍‌ଜେଲରୁ ପାଚେରି ଡେଇଁ ଫେରାର ଥିବା ଜଣେ କଏଦୀଙ୍କୁ ଫତେଗଡ଼ ଓ ଖଣ୍ଡପଡ଼ା ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଫତେଗଡ଼ ଥାନା ଅନ୍ତର୍ଗତ କରବର ଗ୍ରାମ ହାତୁଆସାହିର ତପନ କୁମାର ରାଉତ(୨୭)। ଏକ ବଳାତ୍କାର ଅଭିଯୋଗରେ ଫତେଗଡ ଥାନା ପୋଲିସ ନଂ.୧୪୪/୧୯ରେ ମାମଲା ରୁଜୁ କରି ତପନଙ୍କୁ ଗିରଫ କରି ଗତ ୯ ତାରିଖରେ ଖଣ୍ଡପଡା କୋର୍ଟଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖଣ୍ଡପଡା ସବ୍‌ଜେଲକୁ ପଠାଇ ଦିଆଯାଇଥିଲା। ତେବେ ୧୦ ତାରିଖ ପୂର୍ବାହ୍ନ ପ୍ରାୟ ୧୧.୪୫ ସମୟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ସମସ୍ତ କଏଦୀଙ୍କୁ ଡକାଯାଇଥିଲା ା ଇତି ମଧ୍ୟରେ ସମ୍ପୃକ୍ତ କଏଦୀ ତପନ ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗକ୍ରମେ ଖଣ୍ଡପଡା ଆଇଆଇସି ବିମଳ କୁମାର ମଲ୍ଲିକ ସଦଳବଳ ୧୧ ତାରିଖ ରାତିରେ ଫତେଗଡ଼ ପୋଲିସ ସହଯୋଗରେ ତପନଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଥିଲେ। ତପନଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇ ପୁନର୍ବାର ଖଣ୍ଡପଡା ସବ୍‌ଜେଲକୁ ପଠାଇ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଆୟୁର୍ବେଦିକ-ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୧୫ା୧୨: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

ଭାଜପାର ବଡ଼ ଘୋଷଣା: ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଜନତା ପାର୍ଟି ତାମିଲନାଡୁ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି ଭାଜପା। ବାଣିଜ୍ୟ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri