ଖଣ୍ଡପଡ଼ା: ବିଭିନ୍ନ ସ୍ଥାନରେ ଘୋଷଯାତ୍ରା; ଅଧାରେ ଅଟକିଲା ପତିତପାବନଙ୍କ ରଥ

ଖଣ୍ଡପଡ଼ା,୫ା୭(ସ୍ବ.ପ୍ର.)-ଗଡଜାତ ଖଣ୍ଡପଡ଼ାସ୍ଥିତ ୩ଟି ସ୍ଥାନରେ ଗୁରୁବାର ଶ୍ରୀଜୀଉଙ୍କ ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ା ପ୍ରାୟ ୨ଶହ ବର୍ଷରୁ ଊର୍ଦ୍ଧ୍ୱ ହେବ ଆୟୋଜିତ ଯାତ୍ରାରେ ଅନୁକୂଳ ପାଗ ଯୋଗୁ ପ୍ରାୟ ୭/୮ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ା ଏଠାରେ ୨ଟି ରଥ ମଧ୍ୟରୁ ଗୋଟିଏ ରାଜପରିବାର ଦ୍ୱାରା ପ୍ରତିଷ୍ଠିତ ଏକକ ଜଗନ୍ନାଥ(ବଡ଼ ଜଗନ୍ନାଥ) ଓ ଅନ୍ୟଟି ଦେବୋତ୍ତର ବିଭାଗ ତତ୍ତ୍ବାବଧାନରେ ଥିବା ଶ୍ରୀ ରଘୁନାଥ ମନ୍ଦିରର ପାର୍ଶ୍ୱ ଠାକୁର ଭାବେ ବିରାଜିତ ୩ ଠାକୁର ବିଜେ ହୋଇଥାନ୍ତି ା ଉଭୟ ରଥଟଣା ପୂର୍ବରୁ ଠାକୁରଙ୍କୁ ସମସ୍ତ ନୀତିକାନ୍ତିପୂର୍ବକ ମଙ୍ଗଳାର୍ପଣ କରାଯାଇଥିଲା ା ଅପରାହ୍ନ ୩ଟାରେ ଶ୍ରୀଜୀଉଙ୍କୁ ମନ୍ଦିରରୁ ପହଣ୍ଡି ବିଜେ ପରେ ଛେରାପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ା ଏକକ ଜଗନ୍ନାଥ ଓ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ରଥର ଛେରାପହଁରା କାର୍ଯ୍ୟ କରିଥିଲେ ଯଥାକ୍ରମେ ରାଜା ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ ଓ ବଡପୂଜକ ପ୍ରଫୁଲ୍ଲ ପରିଚ୍ଛା ା ଝିପି ଝିପି ବର୍ଷା ହେଉଥିଲା। ତେବେ ସନ୍ଧ୍ୟା ପୂର୍ବରୁ ଏକକ ଜଗନ୍ନାଥଙ୍କ ରଥ ଗୁଣ୍ଡିଚା ମଣ୍ଡପରେ ପହଞ୍ଚତ୍ଥିବାବେଳେ ପତିତପାବନଙ୍କ ରଥ କିଛି ଦୂରରେ ଅଟକି ରହିଥିଲା । ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେହିପରି ଖଳିସାହି ଜଗନ୍ନାଥ ମନ୍ଦିର, ମର୍ଦ୍ଦରାଜପୁର ମୁଣ୍ଡିଆ ହନୁମାନଙ୍କ ପୀଠସ୍ଥିତ ଶ୍ରୀ ପତିତପାବନ ଦେବଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ା ଖଳିସାହି ଘୋଷଯାତ୍ରାକୁ ନବ କିଶୋର ପୃଷ୍ଟି ଓ ଦୟାନିଧି କୋଠାଳ ପରିଚାଳନା କରିଥିବାବେଳେ ପବିତ୍ର କୁମାର ପୃଷ୍ଟି ଛେରାପହଁରା କରିଥିଲେ ା ସାରଥି ଭାବେ ଯଥାକ୍ରମେ ଲିଙ୍ଗରାଜ ଲାଲ୍‌ ଓ ନିରଞ୍ଜନ ଦାସ କାର୍ଯ୍ୟ କରିଥିଲେ ା ସେହିପରି ମର୍ଦ୍ଦରାଜପୁରଠାରେ ସରପଞ୍ଚ ବୈକୁଣ୍ଠନାଥ ଗୋଚ୍ଛି ଛେରାପହଁରା କରିଥିଲେ ା ସନ୍ଧ୍ୟାରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ନିକଟରେ ଅଧରପଣା ଲାଗି କରାଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ ା ସାଇ ଅମୃତ ଗ୍ରୁପ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା ା ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ତହସିଲଦାର ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ। ସାଇ ଅମୃତ ଗ୍ରୁପର ମୁଖ୍ୟ ପରିଚାଳକ ଚନ୍ଦ୍ରକାନ୍ତ ସାହୁ ଉତ୍ସବରେ ସଂଯୋଜନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri