ଖଣ୍ଡଗିରିରୁ ଇନୋଭା ଲୁଟ ଘଟଣା ଯଦୁପୁରରୁ ଗାଡି ଜବତ, ୨ଜଣଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଗତ ସପ୍ତାହରେ ଖଣ୍ଡଗିରି ଅଞ୍ଚଳରୁ ଲୁଟ୍‌ ହୋଇଥିବା ଏକ ଇନୋଭା ଗାଡ଼ିକୁ ସ୍ପେଶାଲ ସ୍କ୍ବାଡ ପୋଲିସ ଯଦୁପୁରରୁ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ପୋଲିସ କାବୁ କରିଛି। ସେମାନେ ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳାଇ ଯଦୁପୁରରେ ଲୁଚାଇ ରଖିଥିଲେ। ଉକ୍ତ ଗାଡ଼ିକୁ ମଧ୍ୟ ପାହାଳ ବ୍ୟାଙ୍କ ଲୁଟ୍‌ ଘଟଣାରେ ବ୍ୟବହାର କରାଯାଇଥିବା ନେଇ ପୋଲିସ ପ୍ରମାଣ ପାଇଛି। ଧରାପଡ଼ିଥିବା ୨ ବ୍ୟକ୍ତିଙ୍କୁ ପୋଲିସ ଏହି ଗାଡ଼ି ଲୁଟ୍‌ ପଛର ର଼୍ୟାକେଟ୍‌ ସମ୍ପର୍କରେ ପଚରାଉଚରା କରୁଛି। ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଥିଲେ ଏବଂ କେଉଁଠି ଆତ୍ମଗୋପନ କରିଛନ୍ତି, ସେ ନେଇ ମଧ୍ୟ ପଚରାଉଚରା କରୁଥିବା ବେଳେ ଫେରାର୍‌ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି।
ସୂଚନାନୁଯାୟୀ, ଗତ ସପ୍ତାହରେ ଜଣେ ବ୍ୟକ୍ତି ଇନୋଭା ନେଇ ଖଣ୍ଡଗିରି ଦେଇ ଯାଉଥିବା ବେଳେ ୬ଜଣ ଯୁବକ ଗାଡ଼ି ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି ଗାଡ଼ି ଲୁଟି ନେଇଥିଲେ। ଏହି ସମୟରେ ଗାଡି ଡ୍ରାଇଭର ୧୦୦ ନମ୍ବରକୁ ଫୋନ୍‌ କରିବା ପରେ ପିସିଆର୍‌ ଭ୍ୟାନ ଉକ୍ତ ଇନୋଭାକୁ ପିଛା କରିଥିଲା। ହେଲେ ଯୁବକମାନେ ଜଙ୍କିଆ ଅଭିମୁଖେ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ପୋଲିସ କମିଶନର ଗୁରୁତ୍ୱର ନେଇ ସ୍ପେଶାଲ ସ୍କ୍ବାଡକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସ୍ପେଶାଲ ସ୍କ୍ବାଡ ଘଟଣାର ତଦନ୍ତ କରି ଯଦୁପୁରରୁ ଗାଡ଼ି ଠାବ କରିବା ସହ ୨ଜଣଙ୍କୁ କାବୁ କରିଛି।

ଦୁର୍ବଳ ହୋଇପଡୁଛି କ୍ୟୁଏଟି, ସ୍ପେଶାଲ ସ୍କ୍ବାଡ୍‌
ସହରରେ ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲିସ କମିଶନରଙ୍କ ଅଧୀନରେ କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଓ ଡିସିପିଙ୍କ ଅଧୀନରେ ସ୍ପେଶାଲ ସ୍କ୍ବାଡ୍‌ କାର୍ଯ୍ୟ କରୁଛି। ହେଲେ ବିଗତ କିଛିଦିନ ହେବ ଏହି ଦୁଇ ଟିମ୍‌ ଦୁର୍ଳଳ ହୋଇପଡୁଥିବା କୁହାଯାଉଛି। କ୍ୟୁଏଟି କେବଳ ବ୍ରାଉନସୁଗାର ଜବତ ଛଡ଼ା ବଡ଼ବଡ଼ ଅପରାଧ ରୋକିବା କିମ୍ବା ଅପରାଧୀଙ୍କୁ ଧରିବା ନଜରକୁ ଆସିନାହିଁ। ସେହିଭଳି ସ୍ପେଶାଲ ସ୍କ୍ବାଡ୍‌ ସେପରି କିଛି ବଡ଼ ପଦକ୍ଷେପ ନେଇଥିବା ବା ସଫଳତା ପାଇଥିବା ଜଣାପଡୁନି। ସହରରେ ବଡ଼ ବଡ଼ ଅପରାଧୀ ଗ୍ୟାଙ୍ଗ୍‌ ସକ୍ରିୟ ରହିଥିବାବେଳେ ୩ ମାସରେ ଥରେ ଛୋଟ ଛୋଟ ଗ୍ୟାଙ୍ଗ୍‌କୁ ଧରି ବାହାବା ନେଉଥିବା ଦେଖାଯାଉଛି। ଏ ସମ୍ପର୍କରେ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, କାର ଲୁଟ୍‌ ରୋକିବାକୁ ରାଜପଥରେ ରାତିରେ ପାଟ୍ରୋଲିଂ କଡାକଡି କରାଯିବ। ଏହାସହ ଯେଉଁମାନେ ଜେଲ ଫେରନ୍ତା ଅପରାଧୀ ସେମାନଙ୍କ ଉପରେ ନଜର ରଖି ଗିରଫ କରାଯିବ। ବିଶେଷ କରି ଅପରାଧୀମାନେ ଲୁଟପାଇଁ ଚୋରି ଗାଡି ବ୍ୟବହାର କରୁଥିବାରୁ ପୋଲିସ ପାଇଁ କାଠିକର ପାଠ ହେଉଛି। ଏହି କାର ଲୁଟେରା ଗ୍ୟାଙ୍ଗ ଉପରେ ପୋଲିସ କଡା ନଜର ରଖିବା ସହ ବ୍ଲକିଂ ଓ ଚେକିଂ କରାଯିବ ବୋଲି ସିପି କହିଛନ୍ତି।
ଘଟଣା ଘଟିବା ପରେ ଚେକିଂ, ବ୍ଲକିଂ
ଲୁଟେରାମାନଙ୍କୁ ରାଜଧାନୀ ବେଶ୍‌ ସୁହାଉଛି। କାରଣ ଏଠାରେ ଚେକିଂ ଓ ବ୍ଲକିଂ ନିୟମିତ କରାଯାଉନାହିଁ। ଘଟଣା ଘଟିବା ପରେ କିମ୍ବା ମନେ ପଡ଼ିଲେ କରାଯାଉଛି। ନ ହେଲେ ଅଗଷ୍ଟ ୧୫, ଜାନୁଆରୀ ୨୬, ଦଶହରା ଓ ହୋଲି ଆଦି ଅନେକ ପର୍ବ ସମୟରେ ଏଥିପାଇଁ ତତ୍ପରତା ପ୍ରକାଶ ପାଉଛି। ପୁଣି ରାତିରେ ଏସବୁ ନ ଥିବାରୁ ଅପରାଧୀମାନେ ଏହି ସମୟରେ ସକ୍ରିୟ ହୋଇ ଉଠୁଛନ୍ତି। ସ୍ଥାନୀୟ ଥାନାର କେତେଜଣ ପୋଲିସ ମଧ୍ୟ ଅପରାଧୀଙ୍କ ସହ ସମ୍ପର୍କ ରଖୁଛନ୍ତି। ବାହାର ଅଞ୍ଚଳର ଗ୍ୟାଙ୍ଗ୍‌ ସଦସ୍ୟ ସ୍ଥାନୀୟ ଅପରାଧୀଙ୍କ ସହ ମିଶି ଲୁଟ୍‌, ଚୋରି ଆଦି ଅପରାଧ ଘଟାଇ ସେହି ରାତିରେ ହିଁ ଛୁ’ ମାରୁଛନ୍ତି।

ଦିନ ଦ୍ୱିପ୍ରହରରେ ଘର ତାଲା ଭାଙ୍ଗି ଚୋରି
ନେଇଗଲେ ୪ ଲକ୍ଷ ଟଙ୍କାର ଗହଣା,୧ ଲକ୍ଷ ଟଙ୍କା

ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ବାରମ୍ବାର ଲୁଟ୍‌, ଘରୁ ଚୋରି ଆଦି ଘଟଣା ଘଟୁଛି। ଏ ନେଇ ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଛି। ଗତ ୧୦ଦିନ ମଧ୍ୟରେ ଏହି ଅଞ୍ଚଳରେ ଘରେ ପଶି ଦୁଇଟି ଚୋରି ଘଟଣା ଘଟିଥିବା ବେଳେ ୪ ସ୍ଥାନରେ ଲୁଟପାଟ ହୋଇଛି। ହେଲେ ଏ ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିପାରିନାହିଁ। ଏଭଳିସ୍ଥଳେ ସୋମବାର ପୁଣି ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ ଏମ୍‌ଆଇଜି-୨ ପ୍ଲଟ୍‌ ନଂ-୧୭/୧ ଘରୁ ତାଲା ଭାଙ୍ଗି ଚୋରି ହୋଇଛି। ଦୁର୍ବୃତ୍ତମାନେ ଘରେ ପଶିବା ପରେ ଆଲମାରି ତାଡ଼ି ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ଟଙ୍କା ଚୋରି କରି ନେଇଛନ୍ତି। ଚୋରି ହୋଇଥିବା ସୁନା ଅଳଙ୍କାରର ମୂଲ୍ୟ ପାଖାପାଖି ୪ ଲକ୍ଷ ଟଙ୍କା ହେବ। ଘର ମାଲିକ ଚେତନଜିତ୍‌ ମହାନ୍ତି ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନାନୁଯାୟୀ, ଚେତନଜିତ୍‌ ପରିବାର ସହ ଉକ୍ତ ଘରେ ଭଡ଼ାରେ ରୁହନ୍ତି। ସେ ଓ ତାଙ୍କ ସ୍ତ୍ରୀ ଏକ ଘରୋଇ ସଂସ୍ଥାରେ ଚାକିରି କରନ୍ତି। ସବୁଦିନ ପରି ଉଭୟ ସକାଳ ସାଢ଼େ ୯ଟାରେ ଘର ତାଲା ପକାଇ ବାହାରିଯାଇଥିଲେ। ଘରେ କେହି ନ ଥିବା ସମୟରେ ମଧ୍ୟାହ୍ନରେ ଦୁର୍ବୃତ୍ତମାନେ ଗେଟ୍‌ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଅପରାହ୍ନ ପ୍ରାୟ ୪ଟାରେ ଚେତନଜିତ୍‌ ଘରକୁ ଫେରିବା ପରେ ଘର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଭିତରକୁ ଯାଇ ଦେଖିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ପୋଲିସକୁ ଖବର ଦେଇଥିଲେ।

ଲୁଟ ଓ ଡକାୟତି ମାମଲାରେ ଯେଉଁମାନେ ଜାମିନ ପାଇ ଜେଲରୁ ମୁକୁଳୁଛନ୍ତି, ସେମାନଙ୍କ ଉପରେ ପୋଲିସ ନଜର ରଖୁନି। ସେମାନେ ଜେଲ୍‌ରୁ ଆସିବା ପରେ ପୁଣି ଗ୍ୟାଙ୍ଗ୍‌ ସଜାଡି ସକ୍ରିୟ ହୋଇଉଠୁଛନ୍ତି। ବସ୍ତି ଅଞ୍ଚଳରେ ଘର ଭଡା ନେଇ ଗ୍ୟାଙ୍ଗ ପରିଚାଳନା କରୁଛନ୍ତି। ବେଆଇନ ବନ୍ଧୁକ କିଣି ଡକାୟତି ଓ ଲୁଟ୍‌ପାଟକରୁଛନ୍ତି। ନିକଟରେ ରାଜଧାନୀରେ ହୋଇଥିବା ଏକାଧିକ କାର୍‌ ଲୁଟ ଓ ଡକାୟତି ଘଟଣାରେ ଜେଲ ଫେରନ୍ତା ଅପରାଧିଙ୍କ ସମ୍ପୃକ୍ତି ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ଜେଲ୍‌ ଫେରନ୍ତାଙ୍କ ଉପରେ ନଜର ରଖିଲେ ସହରରେ ଅପରାଧ ଅଧା କମିଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri