ରାଜଧାନୀ ରାତିରେ ଲୁଟେରାଙ୍କ ରାଜ୍‌: ଶୋଇଯାଉଛି ପୋଲିସ, ମାତୁଛନ୍ତି ଅପରାଧୀ

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ ରାତି। ୧୦ଟା ଟପିଲେ ଉତ୍ପାତ ଆରମ୍ଭ କରୁଛନ୍ତି ଅପରାଧୀ। ଜାତୀୟ ରାଜପଥଠାରୁ ଆରମ୍ଭ କରି ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ କରୁଛନ୍ତି ରାଜୁତି। ବନ୍ଧୁକ, ଖଣ୍ଡା, ଭୁଜାଲି ବୁଲୁଛି। ଜାତୀୟ ରାଜପଥରେ ଛକି ରହି କାର ଡ୍ରାଇଭରଙ୍କଠାରୁ ଲୁଟପାଟ କରୁଛନ୍ତି। ସୀମା ଟିପିଛି ଚୋରି ଓ ଡକାୟତି। ଏପଟେ ଶୋଇଯାଉଛି ସ୍ମାର୍ଟସିଟିର ଅନ୍‌ସ୍ମାର୍ଟ ପୋଲିସ। କେତେବେଳେ ଥାନା ଚୌକିରେ ବସି ଘୁମାଉଛନ୍ତି ତ ଆଉ କେତେବେଳେ ପିସିଆର୍‌ ଭ୍ୟାନ୍‌ ରାସ୍ତାରେ ରଖି ପାଳିକରି ଘୁଙ୍ଗୁଡି ମାରୁଛନ୍ତି। କିଛି ଘଟଣା ଘଟିବା ପରେ ଚିଇଁକି ଉଠୁଥିବା ପୋଲିସ ବ୍ଲକିଂ, ଚେକିଂ, ଚଢ଼ାଉ କରି ପୁଣି ଶୋଇଯାଉଛି। ଫଳରେ ଅପରାଧୀଙ୍କ ଆତଙ୍କରାଜ୍‌ରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ସହରବାସୀ। ରାତିରେ ଘରୁ ବାହାରିବାକୁ ଡରୁଛନ୍ତି। ତେବେ ଗତକିଛିଦିନ ହେବ ରାଜଧାନୀ ରାତିର ସ୍ଥିତି ସବୁଠୁ ବିଗିଡି ଯାଇଛି। ଅପରାଧୀମାନେ ନିଶାଖାଇ ଉତ୍ପାତ କରୁଥିବାବେଳେ ନାନା ଅପରାଧ ଘଟାଉଛନ୍ତି। ଏହାକୁ ନେଇ ସହରବାସୀଙ୍କ ଚିନ୍ତା ବଢ଼ିଯାଇଥିବାବେଳେ ପୋଲିସ ପାଇଁ ଚ୍ୟାଲେଞ୍ଚ ହୋଇଛି।

ଲୁଟ୍‌ କାରରେ ଘଟାଉଛନ୍ତି ଅପରାଧ

କିଛିଦିନ ହେବ ରାଜଧାନୀରେ କାର୍‌ ଲୁଟ୍‌ ଘଟଣା ବଢ଼ି ଚାଲିଛି। ଏହି ଘଟଣା ପଛରେ ରହିଥିବା ରହସ୍ୟ ପଦାକୁ ଆସିଛି। ଅପରାଧୀମାନେ ଅପରାଧରେ ବ୍ୟବହାର ପାଇଁ କାର୍‌ ଲୁଟ୍‌ କରୁଥିବା ଜଣାପଡ଼ିଛି। କାରଣ ପୋଲିସ ଧରିବାକୁ ଚେଷ୍ଟାକଲେ ଗାଡି ଛାଡି ସହଜରେ ଖସି ଯାଇ ହେବ। ଲୁଟ୍‌ ଗାଡି ହୋଇଥିବାରୁ ପୋଲିସ ସେମାନଙ୍କର ସୁରାକ ବି ପାଇପାରିବ ନାହିଁ। ବିଗତ ଦିନରେ ଅପରାଧୀମାନେ ଚୋରି କିମ୍ବା ଲୁଟ୍‌ କାର ବ୍ୟବହାର କରି ଅପରାଧ ଘଟାଇଥିବା ନଜିର ରହିଛି। ଗତ ଫେବୃୟାରୀ ମାସରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତରେ ଏକ ଅପରାଧୀ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଜଣେ ଅନୁସୂଚିତ ଜାତିର ଯୁବକଙ୍କୁ ଗୁଳିକରି ହତ୍ୟା କରିଥିଲେ। ଅଭିଯୁକ୍ତମାନେ ଛାଡ଼ି ଯାଇଥିବା କାର୍‌ଟି ଘଟଣାର କିଛିଦିନ ପୂର୍ବରୁ ଯାଜପୁର ଅଞ୍ଚଳରୁ ଲୁଟ୍‌ କରିଥିବା ଜଣାପଡିଥିଲା। ଅପରାଧ ଘଟାଇବାକୁ ଉକ୍ତ କାର୍‌ ଲୁଟ୍‌ କରିଥିବା ଧରାପଡିଥିବା ଜଣେ ଅଭିଯୁକ୍ତ କହିଥିଲେ। ତେଣୁ ପୋଲିସ କାର୍‌ ଚୋରି ଘଟଣାକୁ ହାଲ୍‌କା ଭାବେ ଗ୍ରହଣ ନ କରି ଏହା ଉପରେ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି।

ମାସକରେ ୧୬ରୁ ଊର୍ଦ୍ଧ୍ୱ ଲୁଟ୍‌

ରାଜଧାନୀରେ ଗୋଟିଏ ମାସ ମଧ୍ୟରେ ୧୬ରୁ ଊର୍ଦ୍ଧ୍ୱ ଲୁଟ୍‌ ଘଟଣା ଘଟିଛି। ଯାତ୍ରୀଙ୍କଠାରୁ ୧୨ରୁ ଊର୍ଦ୍ଧ୍ୱ ଲୁଟ୍‌ ହୋଇଥିବାବେଳେ ୪ଟି କାର ଲୁଟ୍‌ ହୋଇଥିବା ଅଭିଯୋଗ ରହିଛି। ଖଣ୍ଡଗିରି, ଶହୀଦନଗର, ମଞ୍ଚେଶ୍ୱର, ନୟାପଲ୍ଲୀ ଓ ବାଲିଅନ୍ତା ଥାନାଞ୍ଚଳରେ ଏସବୁ ଘଟଣା ଘଟିଛି। ପୋଲିସ କେବଳ ମାମଲା ରୁଜୁ କରି ତଦନ୍ତ କରୁଥିବା କହୁଥିଲେ ମଧ୍ୟ ସମ୍ପୃକ୍ତ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି। ଗତ ୧୭ ତାରିଖରେ ଖଣ୍ଡଗିିରି ଥାନା ଅନ୍ତର୍ଗତ ଆମ୍ରି ହସ୍ପିଟାଲ ଦେଇ ସରୋଜ କୁମାର ସାମନ୍ତରାୟ ପରିବାର ସହ କାରରେ ଯାଉଥିବାବେଳେ ଲୁଟେରାମାନେ ଅଟକାଇ ସୁନା ଗହଣା ଲୁଟିନେଇଥିଲେ। ବାଲିଅନ୍ତା ଥାନା ହଂସପାଳ ଛକ ନିକଟରେ ଲୁଟ୍‌ ଓ ବାଇକ ଚାଳକଙ୍କୁ ଅପହରଣ କରାଯାଇଥିଲା ଅଭିଯୋଗ ହୋଇଥିଲା। ଖଣ୍ଡଗିରି ଘାଟିକିଆ ଅଞ୍ଚଳରେ ବନ୍ଧୁକ ଦେଖାଇ ଲୁଟ, ନୟାପଲ୍ଲୀ ଆଇଆର୍‌ସି ଭିଲେଜରୁ ଶିବ ସୁନ୍ଦରଙ୍କୁ ଅପହରଣ ସହ କାର ଲୁଟ୍‌ ଉଦ୍ୟମ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ଛକରେ ବାଇକ୍‌ ଚାଳକଙ୍କ ବେକରେ କଟୁରି ଲଗାଇ ଲୁଟ୍‌, ଜୟଦେବବାଟିକା ନିକଟରେ ବନ୍ଧୁକ ମୁନରେ ଲୁଟ, ଘାଟିକିଆ ସୁଚିତ୍ରା ମିଶ୍ରଙ୍କଠାରୁ ଲୁଟ ଉଦ୍ୟମ ଓ ମଞ୍ଚେଶ୍ୱର ଥାନା ରସୁଲଗଡ ଓଭରବ୍ରିଜ ଉପରୁ ଶୁକ୍ରବାର ରାତିରେ କାର ଲୁଟ ଉଦ୍ୟମ ହୋଇଥିଲା। ସେହିଭଳି ନିକଟରେ ନିଆଳି ଅଞ୍ଚଳର ଏକ ବ୍ୟାଙ୍କରୁ ଟଙ୍କା ଜମା ପାଇଁ ଭୁବନେଶ୍ୱର ମୁଖ୍ୟ ବ୍ରାଞ୍ଚ୍‌କୁ କାରରେ ଅଣାଯାଉଥିବାବେଳେ ପାହାଳ ଫାଣ୍ଡି ନିକଟରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଲୁଟିନେଇଥିଲେ। ସୋମବାର ଚନ୍ଦ୍ରଶେଖରପୁର ଥାନା ହାଇସିଂବୋର୍ଡ ନିକଟରେ ଏକ ଘର ତାଲିଭାଙ୍ଗି ଦୁର୍ବୃର୍ତ୍ତମାନେ ସୁନା ଗହଣା ସହ ପ୍ରାୟ ୪ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏବାଦ୍‌ ଅନ୍ୟ କେତେକ ଳୁଟ୍‌ ଓ ଚୋରି ଘଟଣା ନେଇ ଥାନାରେ ଅଭିଯୋଗ ହୋଇ ନ ଥିବା ମଧ୍ୟ ସୂଚନା ମିଳିଛି।

ତ୍ରିନାଥ ମହାନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

୨୦ ଜୁନରେ ଓଡ଼ିଶା ଗସ୍ତରେ ଆସିବେ ମୋଦି: ଜାଣନ୍ତୁ କାର୍ଯ୍ୟସୂଚୀ..

ଭୁବନେଶ୍ୱର, ୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି…

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି: ପାଣ୍ଡରାସିଙ୍ଗାରେ ରାସ୍ତାରୋକ, ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା

ଗଣିଆ,୧୫।୬: ନୟାଗଡ଼ ଜିଲାର ଗଣିଆ ଅଞ୍ଚଳରେ ଗ୍ୟାରେଜ ମାଲିକ ରବୀନ୍ଦ୍ରଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟିଲୋ–ଗଣିଆ ମୁଖ୍ୟ ରାସ୍ତାର ପାଣ୍ଡରାସିଙ୍ଗା…

୧୮ରେ ଖୋଲିବ ସ୍କୁଲ; ଖରା ବଢ଼ିଲେ ପୁନର୍ବିଚାର…

ଭୁବନେଶ୍ୱର,୧୫।୬: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍କୁଲ ଖୋଲିବା ନ ଖୋଲିବା ଚର୍ଚ୍ଚା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ମସ୍ପଷ୍ଟ କରିଛନ୍ତି।…

ସହରାଞ୍ଚଳରେ ଭଡାରେ ରହୁଥିବା ଲୋକଙ୍କ ପାଇଁ ଖୁସିଖବର: ନଗର ଉନ୍ନୟନ ମନ୍ତ୍ରୀ କହିଲେ …..

ଭୁବନେଶ୍ୱର,୧୪।୬ ଜୁନ: ରାଜ୍ୟର ସହରାଞ୍ଚଳରେ ବାସସ୍ଥାନ ସମସ୍ୟା ଦୂର କରିବା ଏବଂ ଭଡ଼ାଟିଆଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ରେଣ୍ଟାଲ…

ସରପଞ୍ଚ ଚାମେଲି ଓଝାଙ୍କ ଘଟଣା: ମନ୍ତ୍ରୀ କହିଲେ ରିପୋର୍ଟ ଆସିଲେ…

ଭୁବନେଶ୍ୱର,୧୪ା୬: ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri