ଖଣି ଓ ନିଶା ମାଫିଆଙ୍କୁ ଏନ୍‌କାଉଣ୍ଟର ଭୟ: କୋର୍ଟରେ ଆତ୍ମସମର୍ପଣ କଲେ ଛୋଟା

ଭୁବନେଶ୍ୱର,୧୦ା୭(ବ୍ୟୁରୋ)/ଖୋର୍ଦ୍ଧା ଅଫିସ: ଖୋର୍ଦ୍ଧାରେ ବ୍ରାଉନସୁଗାର ଓ ବେଆଇନ ପଥରଖଣିରେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆରମ୍ଭ କରିଛି ‘ଅପରେଶନ କ୍ଲିନ୍‌’। ଖୋଜି ଖୋଜି ଗ୍ୟାଙ୍ଗଷ୍ଟାରମାନଙ୍କୁ ଗିରଫ କରୁଛି ଏସ୍‌ଟିଫ୍‌। ଏନ୍‌କାଉଣ୍ଟର ପରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ଷ୍ଟରମାନେ ଭୟଭୀତ ହୋଇପଡିଲେଣି। ମଙ୍ଗଳବାର ଏସ୍‌ଟିଏଫ୍‌ର ଓ୍ବାଣ୍ଟେଡ୍‌ ଥିବା ଖୋର୍ଦ୍ଧା ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରର ଶୁଭ୍ରାଂଶୁ ପରିଡା ଓରଫ ଛୋଟା(୪୫) ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ଏସ୍‌ଟିଏଫ୍‌ ଜାଲ ବିଛାଇଥିବା ଜାଣିପାରି ଗିରଫରୁ ବର୍ତ୍ତିବା ପାଇଁ ଛୋଟା ଓକିଲ ଧରି ଆତ୍ମସମର୍ପଣ କରିବାକୁ ଯୋଜନା କରିଥିଲା। ଏ ସମ୍ପର୍କରେ ଆଗୁଆ ସୂଚନା ପାଇବା ପରେ କୋର୍ଟ ଆଗରେ ଏସ୍‌ଟିଏଫ୍‌ର ୫ଜଣିଆ ଟିମ୍‌ ସାଦାପୋଷାକରେ ଛକି ରହିଥିଲେ। ହେଲେ ଛୋଟା ଚକମା ଦେଖାଇ ଓକିଲଙ୍କ ଗହଳି ଭିତରେ କୋର୍ଟ ଭିତରକୁ ପଶି ଯାଇଥିଲେ। ଏସ୍‌ଟିଏଫ୍‌ କୋର୍ଟ ଭିତରୁ ତାଙ୍କୁ ଗିରଫ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଓକିଲମାନେ ବିରୋଧ କରିଥିଲେ। ଏହାକୁ ନେଇ ଏସ୍‌ଟିଏଫ୍‌ ଓ ଓକିଲଙ୍କ ମଧ୍ୟରେ କୋର୍ଟ ଆଗରେ କିଛି ସମୟ ଯୁକ୍ତତର୍କ ହୋଇଥିଲା। ଶେଷରେ ଏସ୍‌ଟିଏଫ୍‌ ଆଉ ଗିରଫ ନ କରିପାରି ଖାଲି ହାତରେ ଫେରିଥିଲା। ଏହାପରେ ଛୋଟା ବିରୋଧରେ ଅଧିକ ପ୍ରମାଣ ପାଇଁ ଏସ୍‌ଟିଏଫ୍‌ ତାଙ୍କ ଦ୍ୱାରିକାନଗର ଘର, ଅଫିସ୍‌ ସମେତ ଅନ୍ୟ ଦୁଇଟି ସ୍ଥାନରେ ଚଢାଉ କରିଥିଲା। ତେବେ ତାଙ୍କ ଗ୍ୟାଙ୍ଗ୍‌ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଛୋଟାଙ୍କୁ ଏସ୍‌ଟିଏଫ୍‌ ରିମାଣ୍ଡରେ ଆଣିବ। ଦୁଇଦିନ ଭିତରେ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଏସ୍‌ଟିଏଫ୍‌ ଇନ୍ସପେକ୍ଟର ଆଲୋକ ଜେନା କହିଛନ୍ତି।
ଅନ୍ୟପକ୍ଷରେ ନିଶା କାରବାର ଓ ବେଆଇ ପଥର ଖଣି ଚଳାଉଥିବା ଦାରୁଠେଙ୍ଗର ସୂର୍ଯ୍ୟ ହାତଖଣ୍ଡିକୁ ଏସ୍‌ଟିଏଫ୍‌ ମଙ୍ଗଳବାର ଗିରଫ କରିଛି। ତାଙ୍କ ବିରୋଧରେ ଏସ୍‌ଟିଏଫ୍‌ କେସ୍‌ ନଂ-୭/୧୯, ଦଫା ୩୭୯, ୪୧୧, ୪୬୭, ୪୬୮, ୪୭୧, ୧୨୦(ବି) ଓ ୨୫/୨୭ ଆର୍ମସ ଆକ୍ଟ ଲଗାଇ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନ ମିଳିବାରୁ ତାଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ସେ ମଧ୍ୟ ଖୋର୍ଦ୍ଧାରେ ବ୍ରାଉନସୁଗାର ବ୍ୟବସାୟ କରିବା ସହ ବେଆଇନ ପଥର ଉତ୍ତୋଳନ ଓ ଚୋରା ଚାଲାଣ କରୁଥିଲେ। ସେ ପ୍ରଥମେ ଛୋଟା ଓ ଲେଡି ଡନ୍‌ ଗ୍ୟାଙ୍ଗରେ କାମ କରୁଥିଲେ। ପରେ ସୂର୍ଯ୍ୟ ନିଜେ ଏକ ଗ୍ୟାଙ୍ଗ ଗଢି ଖୋର୍ଦ୍ଧା ଅଞ୍ଚଳରେ ଥିବା ଏକାଧିକ ପଥର ଖାଦାନରୁ ପଥର ଚାଲାଣ କରୁଥିଲେ।
ତେବେ ନିଶା ଓ ପଥର କାରବାରରେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ସମ୍ପୃକ୍ତିକୁ ଗୁରୁତ୍ୱର ସହ ନେଇଛି ଏସ୍‌ଟିଏଫ୍‌। ସେମାନଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ରହିଥିବା ଜାଣିବା ପରେ ସେମାନଙ୍କ ସମ୍ପତ୍ତିର ଖୋଳତାଡ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଏସ୍‌ଟିଏଫ୍‌ ଚିଠି ଲେଖିବ ବୋଲି ଜଣାପଡିଛି।

ବ୍ରାଉନସୁଗାରରୁ ପଥର ମାଫିଆ ଓ ଲେଡି ଡନ୍‌ ଗ୍ୟାଙ୍ଗ୍‌

ଖୋର୍ଦ୍ଧାରେ ବ୍ରାଉନସୁଗାର ବ୍ୟବସାୟର ମାଷ୍ଟରମାଇଣ୍ଡ୍‌ ଥିଲେ ଛୋଟା। ସେ ବାଲେଶ୍ୱର ଓ ବାଂଲାଦେଶରୁ ବ୍ରାଉନସୁଗାର ଆଣି ଖୋର୍ଦ୍ଧାରେ ବିକ୍ରି କରୁଥିଲେ। ଖୋର୍ଦ୍ଧା ଅଞ୍ଚଳରେ ନିଶା ସାମ୍ରାଜ୍ୟ ବିସ୍ତାର କରିସାରିବା ପରେ ବେଆଇନ ପଥର ଖନନ ଓ ଚୋରା ଚାଲାଣ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଲେଡି ଡନ୍‌ଙ୍କୁ ଗ୍ୟାଙ୍ଗ୍‌ରେ ସାମିଲ୍‌ କରିଥିଲେ। ତାଙ୍କୁ ବେଆଇନ ପଥର ଉତ୍ତୋଳନ ଓ ଚାଲାଣ ଦାୟିତ୍ୱ ଦେଇଥିଲେ। ଲେଡି ଡନ୍‌ ବନ୍ଧୁକ ଧରି ପଥର ଖଣି ଇଲାକାରେ ରାଜ୍‌ କରିବା ସହ ଆତଙ୍କ ଖେଳାଇଥିଲେ। ପୋଲିସ ଲେଡି ଡନ୍‌ ଓ ଛୋଟାଙ୍କୁ ଗିରଫ କରିବାକୁ ସାହସ କରୁ ନ ଥିଲେ। ଏପରିକି ଗ୍ରାମବାସୀ ଓ ସ୍ଥାନୀୟ ନେତାଙ୍କୁ ଲେଡିଡନ୍‌ ମାସିକ ବଟି ଦେଉଥିଲେ। ଏନେଇ ସମସ୍ତେ ଜାଣୁଥିଲେ ମଧ୍ୟ ଚୁପ୍‌ ରହୁଥିଲେ। ଏସ୍‌ଟିଏଫ୍‌ ଖୋଳତାଡ଼ କରିବା ପରେ ଛୋଟାର ନଁା ଆସିଥିଲା। ତାଙ୍କୁ ଧରିବା ପାଇଁ ମାସେ ହେବ ଏସ୍‌ଟିଏଫ୍‌ ଜାଲ ବିଛାଇଥିଲା। ହେଲେ ସେ ଏସ୍‌ଟିଏଫ୍‌କୁ ଚକ୍‌ମା ଦେଇ ଖସିଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଦିଲ୍ଲୀରେ ମେଟ୍ରୋ ବନ୍ଦ ମାମଲା: CJI କହିଲେ ଲଞ୍ଚ୍‌ ପରେ ଦେଖିବା…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସୁରକ୍ଷା କାରଣରୁ ୧୬ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି। ଏହି ମାମଲା ଏବେ ସୁପ୍ରିମ୍ କୋର୍ଟରେ ପହଞ୍ଚିଛି। SCBA…

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଆଜି ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri