କ୍ୱାରାଣ୍ଟାଇନ୍‌ ପାଉଣାରୁ କଟିବ ଟିକେଟ ଖର୍ଚ୍ଚ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ): ପ୍ରବାସୀ ଶ୍ରମିକମାନଙ୍କ ସକାଶେ ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି। ବାହାରୁ ଫେରିବାକୁ ଥିବା ଶ୍ରମିକମାନଙ୍କ ଟିକେଟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏକ ବଡ ସଂଖ୍ୟାରେ ଶ୍ରମିକମାନେ ଶ୍ରମିକ ଏକ୍ସପ୍ରେସ୍‌ରେ ଓଡିଶା ଫେରୁଛନ୍ତି। ବିଭିନ୍ନ ରାଜ୍ୟରୁ ଶ୍ରମିକମାନେ ବର୍ତ୍ତମାନ ଫେରିବାରେ ଲାଗିଛନ୍ତି। ଯଦି ଶ୍ରମିକମାନେ ଆସୁଥିବା ରାଜ୍ୟ ସରକାର ଟିକେଟ ଖର୍ଚ୍ଚ ବହନ ନ କରନ୍ତି ତେବେ ଓଡିଶା ସରକାର ଏହି ଦାୟିତ୍ୱ ନେବେ। ମାତ୍ର ଶ୍ରମିକମାନେ ପ୍ରଥମେ ନିଜ ଖର୍ଚ୍ଚରେ ଓଡିଶା ଫେରିବେ। ଏହାପରେ ସେମାନଙ୍କ ଟିକେଟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ହେଲେ ଏହି ଅର୍ଥ ଶ୍ରମିକମାନଙ୍କ କ୍ୱାରାଣ୍ଟାଇନ ପାଉଣାରୁ କଟିବ ବୋଲି ଜଣାପଡ଼ିଛି। କ୍ୱାରାଣ୍ଟାଇନ ଶେଷରେ ୨ ହଜାର ଟଙ୍କା ଦେବାକୁ ସରକାର ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି ଅନୁମତି ଦେବାପରେ ବହୁ ସଂଖ୍ୟାରେ ଫେରିବାରେ ଲାଗିଛନ୍ତି। ପ୍ରଥମେ ଭିଟାମାଟିକୁ ଫେରିବାକୁ ବ୍ୟାକୁଳ ଥିବା ଶ୍ରମିକମାନେ ନିଜ ଅର୍ଥରେ ଗାଡି କରି ଫେରିବାକୁ ଲାଗିଲେ। ହେଲେ ସବୁ ଶ୍ରମିକମାନେ ଏଥିପାଇଁ ସକ୍ଷମ ହେଲେନାହିଁ। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ କେତୋଟି ଟ୍ରେନ୍‌ ଚଳାଇବା ପାଇଁ ଅନୁମତି ଦେଲେ। ଶ୍ରମିକମାନେ ଏଥିପାଇଁ ଅର୍ଥ ଭରଣା କରିବେ ନା ସରକାର ଦେବେ ଏଭଳି ଯୁକ୍ତି ମଧ୍ୟରେ କେନ୍ଦ୍ର ସରକାର ୮୫ ପ୍ରତିଶତ ଅର୍ଥ ଟ୍ରେନ୍‌ର ବହନ କରିବାକୁ କହିଥିଲେ। ବାକି ୧୫ପ୍ରତିଶତ ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ। ମାତ୍ର କେତେଜଣ ଶ୍ରମିକ ଫେରିବାପରେ ସେମାନଙ୍କ ସହ ଯୋଗାଯୋଗ କରିବାରୁ ଜଣାପଡିଥିଲା ସମସ୍ତେ ନିଜ ଖର୍ଚ୍ଚରେ ଫେରୁଛନ୍ତି। ଏବେ ହଠାତ୍‌ ରାଜ୍ୟ ସରକାର ପ୍ରବାସୀଙ୍କ ଟିକେଟ ଅର୍ଥ ଭରଣା କରିବାକୁ ଘୋଷଣା କରିଛନ୍ତି। ସେହିପରି ଲକ୍‌ଡାଉନ ନିୟମ ମାନି ରାଜ୍ୟକୁ ଫେରୁଥିବା ଶ୍ରମିକମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଲେ ସେମାନଙ୍କୁ ୨ ହଜାର ଟଙ୍କା ଲେଖା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଥିଲେ। ବର୍ତ୍ତମାନ ଏହି ଅର୍ଥରୁ ଶ୍ରମିକଙ୍କ ଟିକେଟ ଅର୍ଥ ସରକାର କାଟିବେ ବୋଲି କୁହାଯାଇଛି। ଶ୍ରମିକ ଯଦି ଫେରୁଥିବା ରାଜ୍ୟର ସରକାର ଟିକେଟ ଅର୍ଥ ପ୍ରଦାନ କରନ୍ତି ତେବେ ସେକ୍ଷେତ୍ରରେ କଣ କରାଯିବ ସେନେଇ ରାଜ୍ୟ ସରକାର କିଛି ସ୍ପଷ୍ଟ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri