କ୍ୟାମ୍ପସ୍‌ ହାଲଚାଲ୍‌: ପରୀକ୍ଷାଠୁ ପିକ୍‌ନିକ୍‌ ଯାଏ ଚାଲିଛି ଚର୍ଚ୍ଚା

କଟକ ଅଫିସ,୯ା୧୨- ସୋସିଆଲ ମିଡ଼ିଆ ସହ ଅଧିକ ମାତ୍ରାରେ ଜଡ଼ିତ ଯୁବପିଢ଼ି। ଏହି ଜରିଆରେ ଯୁବପିଢିଙ୍କ ପାଖରେ ଦେଶବିଦେଶର ଖବର ସବୁବେଳେ ମହଜୁଦ। ଘଟଣା ହେଉ କି ଦୁର୍ଘଟଣା, ଦେଶର ରାଜନୀତି ହେଉ କି ଅର୍ଥନୀତି। ସବୁ ପ୍ରସଙ୍ଗରେ ଯୁବପିଢି ଅଳ୍ପବହୁତେ ଜାଣନ୍ତି। ଏଭଳି ଏକ ଯୁବପିଢିଙ୍କ ସହ ଆଲୋଚନା କରିବାକୁ ଆମେ ଯାଇ ପହଞ୍ଚିଥିଲୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ। ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଗଣଯୋଗାଯୋଗ ବିଭାଗର ସ୍ନାତକୋତ୍ତର ଛାତ୍ରମାନେ ହେରିଟେଜ ହଲ୍‌ ନିକଟରେ କ୍ଲାସ ଶେଷକରି ଖଟି ଜମାଇଥିଲେ। ସେଠାରେ ସେମାନେ ଆଲୋଚନା କରୁଥିବା ବିଷୟବସ୍ତୁକୁ ନେଇ
ଏହି ସ୍ବତନ୍ତ୍ର ସ୍ତମ୍ଭ…

ରେଭେନ୍‌ଶା

ମହାନଦୀ ଦେଇ ବ୍ରିଟିଶ ସରକାର କଟକକୁ ପ୍ରବେଶ କରୁଥିଲେ। ଯୋବ୍ରା ଥିଲା ପ୍ରବେଶ ପଥ। ଯୋବ୍ରାଠାରୁ କିଛି ଦୂରରେ ଏକ ବିଶାଳ ପଡ଼ିଆ ଥିଲା। ଏହାର ନାମ ଚକ୍ରି ପଡ଼ିଆ ଥିବାବେଳେ ଏଠାରେ ବ୍ରିଟିଶ ଲୋକଙ୍କ ଘୋଡା ବନ୍ଧା ଯାଉଥିଲା। ଇଂରେଜ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ‘ଥୋମାସ୍‌ ଏଡୱାର୍ଡ ରେଭେନ୍‌ଶା’ଙ୍କ ନାମ ଅନୁସାରେ ଏକ ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିଲା। ଏବେ ଏହି ଶିକ୍ଷାନୁଷ୍ଠାନ ୧୫୦ବର୍ଷରେ ପଦାର୍ପଣ କରିଛି। ଏଠାରେ ୮୦୦୦ ବିଦ୍ୟାର୍ଥି ଥିବାବେଳେ ୩୪ଟି ବିଭାଗ ରହିଛି। ସର୍ବପୁରାତନ କନିକା ଲାଇବ୍ରେରି ଏହି ବିଶ୍ୱବିଦ୍ୟାଳୟରେ ରହିଛି। ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା। ଏଠାରେ ଉଭୟ ସ୍ନାତକ ଓ ସ୍ନାତକତ୍ତୋରର ପାଠ୍ୟକ୍ରମ ରହିଛି।

କ୍ୟାମ୍ପସରେ ସବୁଦିନ ଦେଖା ହୁଏନି। ଯେବେ ବି ଦେଖାହୁଏ ଢେର ସମୟ ଯାଏଁ ଖଟି ଚାଲେ। ଅପରାହ୍ନରେ ଦେଖାହେଲେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିଯିବାର ଯୋଜନା ଥାଏ। ହେଲେ ରାତି ୮ଟା ନ ହେଲା ଯାଏଁ କେହି ଖଟି ଭାଙ୍ଗି ଯାଆନ୍ତିନି ବୋଲି କହିଥିଲେ ଛାତ୍ର ସତ୍ୟବ୍ରତ ପ୍ରଧାନ। ଖଟିରେ କ’ଣ ଚର୍ଚ୍ଚା ଚାଲୁଛି ବୋଲି ପଚାରିବାରୁ ସେ କହିଥିଲେ, ଏବେ ପରୀକ୍ଷା ଚିନ୍ତା। ସେମିଷ୍ଟାର ଚାଲିଥିବାରୁ ସିଲାବସ୍‌ କେମିତି ଶେଷ କରିବୁ ସେ ବିଷୟରେ ଆଲୋଚନା କରୁଥିଲୁ। ଏହା ବ୍ୟତୀତ ଡିସେମ୍ବର ୨୨ରେ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ରେ କେମିତି ଟିକେଟ୍‌ ହାସଲ କରିବୁ ସେ ବିଷୟରେ ବି ଆଲୋଚନା ହୋଇଛି। ସେହିପରି ଏଠାରେ ଉପସ୍ଥିତ ଥିବା ଅମର୍ତ୍ତ୍ୟ ଅନୁରାଗ କହିଥିଲେ, କଟକିଆ ହୋଇ ବାରବାଟୀରେ ମ୍ୟାଚ୍‌ ନ ଦେଖିଲେ ଖାଦ୍ୟ ହଜମ ହେବନି। ଯାହାହେଲେ ବି ଧାଡ଼ିରେ ଠେଲାପେଲା କରି ଟିକେଟ କିଣିବୁ। ମୁହଁରେ ତ୍ରିରଙ୍ଗା ଆଙ୍କି ‘ଟିମ୍‌ ଇଣ୍ଡିଆ’କୁ ଉତ୍ସାହିତ କରିବୁ। ଛାତ୍ର ସାର୍ଥକ ରାୟ କହିଥିଲେ, ପିକ୍‌ନିକ୍‌ ଋତୁ ଆସିଥିବାରୁ କେଉଁଆଡେ ପିକ୍‌ନିକ୍‌ ଯିବୁ ସେ ନେଇ ଆଲୋଚନା ମଧ୍ୟ ଏଠାରେ ହୋଇଥିଲା। ପୂର୍ବବର୍ଷ ବାଲେଶ୍ୱର ଚାନ୍ଦିପୁର ଯାଇଥିଲୁ। ହେଲେ କିଛି କାରଣବଶତଃ ପୂର୍ବ ପିକ୍‌ନିକ୍‌ ମଜାଦାର ହୋଇପାରିଲାନି। ଏଣୁ ଏଥର ସବୁ ପିଲାଙ୍କ ସହ ଯୋଗାଯୋଗ ଜାରି ରହିଛି। କେଉଁ ସ୍ଥାନକୁ ଯିବୁ ସେ ବିଷୟରେ ଖଟି ଚାଲିଥିଲା ବୋଲି ସାର୍ଥକ କହିଥିଲେ। ଏହାଛଡ଼ା ଏହି ଖଟିରେ ଟ୍ରାଫିକ ବ୍ୟବସ୍ଥାର ଚାଲାଣ ପ୍ରସଙ୍ଗ, ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକ ହତ୍ୟା ଘଟଣା ବିଷୟକୁ ନେଇ ମଧ୍ୟ ଦୀର୍ଘସମୟର ଆଲୋଚନା କରାଯାଇଥିଲା। ଛାତ୍ର ପବିତ୍ର କୁମାର ସ୍ବାଇଁ, ସିଦ୍ଧାର୍ଥ ଦାସ, ବିନାୟକ ସିଂ, ଗୌରୀ ପ୍ରସାଦ ନାୟକ, ସମ୍ବିତ ବାନାର୍ଜୀ, ସୁଦୀପ୍ତ ସୁନ୍ଦର ଏହି ଖଟିରେ ଉପସ୍ଥିତ ଥିଲେ।

-ରିପୋର୍ଟ: ଅଶୋକ କୁମାର ବାରିକ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri