କ୍ୟାମ୍ପସ ସଫେଇ କରୁଛନ୍ତି ଅଧ୍ୟାପିକା ଅଧ୍ୟାପକ

ତିହିଡ଼ି,୭ା୮(ଡି.ଏନ.ଏ.)-ଅଧ୍ୟାପିକା ଅଧ୍ୟାପକମାନେ କ୍ୟାମ୍ପସରେ ଉପସ୍ଥିତ ରହି ଅବସର ସମୟରେ ଗବେଷଣା କାର୍ଯ୍ୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧାସ୍ଥିତ ବିରଞ୍ଚତ୍ନାରାୟଣ ମାଧବ ଅର୍ଜୁନ କଲେଜର ଗବେଷଣା ଲାଗି ଆବଶ୍ୟକ ସୁବିଧା ଓ ଭିତ୍ତିଭୂମି ନ ଥିବାରୁ ଅଧ୍ୟାପିକା ଅଧ୍ୟାପକମାନେ ଏ ନେଇ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ ବଳକା ସମୟରେ ସେମାନେ କ୍ୟାମ୍ପସ୍‌ ସଫେଇ ଭଳି କାର୍ଯ୍ୟକ୍ରମ ହାତକୁ ନେବା ଘଟଣା ଚର୍ଚ୍ଚାକୁ ଆସିଛି।
ଉଲ୍ଲେଖନୀୟ ଯେ, ଚଳିତ ମାସ ଆରମ୍ଭରୁ ରାଜ୍ୟ ସରକାର କଲେଜ କ୍ୟାମ୍ପସରେ ଅଧ୍ୟାପକଙ୍କ ୭ଘଣ୍ଟିଆ ଅବଧି ନିୟମ ଲାଗୁ କରିଛନ୍ତି। ସେମାନଙ୍କ ଯିବା ଆସିବାକୁ ଜଗିବା ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ହୋଇଛି। ନିର୍ଦ୍ଧାରିତ ଅବଧି ମଧ୍ୟରେ ପିରିୟଡ ଶେଷ ହେଲେ ବଳକା ସମୟରେ ସେମାନେ ରିସର୍ଚ୍ଚ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି। ଅଧ୍ୟାପିକା ଅଧ୍ୟାପକମାନେ ଏହି ନୂତନ ନିୟମ ପାଳନ କରୁଥିଲେ ମଧ୍ୟ ବେତନରେ ଅସଙ୍ଗତି ଥିବା ଦର୍ଶାଇ କେତେକ ଏହାକୁ ବିରୋଧ କରୁଛନ୍ତି। ସେହିପରି ରିସର୍ଚ୍ଚ ଲାଗି ଉପଯୁକ୍ତ ଭିତ୍ତିଭୂମି, ପାଠାଗାର, ପଠନାଳୟ ଓ କ୍ୟାଣ୍ଟିନ ଆଦି ଆନୁଷଙ୍ଗିକ ସୁବିଧା ନ ଥିବା ସେମାନେ ଦର୍ଶାଉଛନ୍ତି। ନୂଆ ନିୟମ ଅନୁଯାୟୀ ସକାଳ ୯ଟାରେ କ୍ଲାସ୍‌ କରିବାକୁ ଯାଉଥିବା ଅଧ୍ୟାପକମାନେ ଅପରାହ୍ନ ୪ଟା ଏବଂ ପୂର୍ବାହ୍ନ ୧୦ଟାରେ କ୍ଲାସ୍‌ ଯାଉଥିବା ଅଧ୍ୟାପକମାନେ ଅପରାହ୍ନ ୫ଟା ଯାଏ କ୍ୟାମ୍ପସରେ ରହୁଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ୭୫ପ୍ରତିଶତ ଉପସ୍ଥାନ ନିୟମ ଲାଗୁ ହୋଇଛି। କିନ୍ତୁ ଅପରାହ୍ନ ୨ଟା ପରେ ଜଣେହେଲେ ଛାତ୍ରୀଛାତ୍ର କ୍ୟାମ୍ପସ୍‌ରେ ରହୁ ନ ଥିବାରୁ ଅଧ୍ୟାପକମାନେ ବାକି ସମୟତକ କ୍ୟାମ୍ପସ୍‌ ସଫେଇ ଭଳି କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରାଧ୍ୟାପକ ରବିନାରାୟଣ ଚୌଧୁରୀଙ୍କ ନେତୃତ୍ୱରେ ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସ, ଅମିୟ ରଞ୍ଜନ ଦାସ, ପ୍ରଦୀପ କୁମାର ମିଶ୍ର, ଅନାମଚରଣ ସାହୁ, ପ୍ରଦୀପ କୁମାର ରାଉତ, ମଞ୍ଜୁର ଅହମ୍ମଦ ଖାନ୍‌, ବିଶ୍ୱରଞ୍ଜନ ଦାସ, ବୈଷ୍ଣବ ମହାନ୍ତି, ଅଧ୍ୟାପିକା ହୀରକଲତା ଦାସ, ପଦ୍ମାଳୟା ଖଟୁଆ, ସୁସ୍ମିତା ପଣ୍ଡା, ସ୍ବପ୍ନା ରାୟ, ଡ. ସ୍ବପ୍ନା ସାମନ୍ତ, ଅରୁନ୍ଧତି ସେନାପତି ପ୍ରମୁଖ ଏଭଳି ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଜଣାପଡିଛି। ଅଧ୍ୟକ୍ଷ ଡ. ଅଜିଜୁର ରହେମାନ ଅଧ୍ୟାପିକା ଅଧ୍ୟାପକଙ୍କ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri