କ୍ରୋମାଇଟ ଲୋଡିଂରେ ଚାନ୍ଦା ଆଦାୟକୁ ବିରୋଧ: ଖଣି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

କାଳିଆପାଣି,୨୨ା୧୧(ଡି.ଏନ୍‌.ଏ.): ସୁକିନ୍ଦା କ୍ରୋମାଇଟ ଖଣି ପରିବହନରେ ଶ୍ରମିକମାନେ ଟ୍ରକ୍‌ ଲୋଡିଂ କ୍ଷେତ୍ରରେ ବେଆଇନ ଚାନ୍ଦା (ମାମୁଲି) ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏ ନେଇ ଗୁରୁବାର ଟ୍ରକ୍‌ମାଲିକ ସଂଘ ପକ୍ଷରୁ ଖଣି କର୍ତ୍ତୃପକ୍ଷ ରାଜେଶ ପଟେଲ୍‌ ଏବଂ କାଳିଆପାଣି ଥାନାଧିକାରୀ ରାମାକାନ୍ତ ମୁଦୁଲିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଶୁକ୍ରବାର ଜିଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ ସଂଘ ସୂଚନା ଦେଇଛି। ଆଗାମୀ ୧୫ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେଲେ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ ସଂଘ ପ୍ରକାଶ କରିଛି।
କ୍ରୋମାଇଟ ଖଣି ଅଞ୍ଚଳରେ କ୍ରୋମାଇଟ ଲୋଡିଂ (ବୋଝେଇ) କରୁଥିବା ଶ୍ରମିକଙ୍କୁ ଖଣି କର୍ତ୍ତୃପକ୍ଷ ଲୋଡିଂ ବାବଦ ପ୍ରାପ୍ୟ ନିୟୋଜିତ ଠିକାଦାରଙ୍କୁ ପ୍ରଦାନ କରିଥାନ୍ତି। କିନ୍ତୁ ଖଣିରେ ଲୋଡ଼ିଂ କରୁଥିବା ଶ୍ରମିକମାନେ ବେଆଇନଭାବେ ୬ ଚକ ଟ୍ରକ୍‌ରୁ ୫ ଶହ ଟଙ୍କା, ୧୦ ଚକରୁ ୧୨୦୦, ୧୨ ଚକରୁ ୧୫୦୦ ଏବଂ ୧୪ ଚକ ଟ୍ରକ୍‌ରୁ ୧୬୦୦ ଟଙ୍କା ଆଦାୟ କରୁଛନ୍ତି। ଟ୍ରକ୍‌ ଡ୍ରାଇଭର ଚାନ୍ଦା ନ ଦେଲେ ଲୋଡିଂ ଶ୍ରମିକଙ୍କ ଖାତାଦାର(ଗ୍ୟାଙ୍ଗଲିଡର) ଗାଡି ଲୋଡିଂ ନ କରି ବିଳମ୍ବ କରିବା ସହ ବେଳେ ବେଳେ ଧମକ ଦେବା ଓ ଟ୍ରକ ସିରିୟଲ ନାମରେ ୩୦ ଟଙ୍କା ଲେଖାଏଁ ନେଉଥିବା ଟ୍ରକ୍‌ ମାଲିକ ସଂଘ, କୁହିକା, ସୁକିନ୍ଦା, ଡୁବୁରୀ, ଦାନଗଦୀ, ଯାଜପୁର ରୋଡ, ଚଣ୍ଡିଖୋଲ, ଟମକା ପ୍ରଭୃତି ସଂଘର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଯାଜପୁର ଟ୍ରକ୍‌ ମାଲିକ ସଂଘର ହୃଦାନନ୍ଦ ସାମଲ, ଅଶୋକ ନାୟକ, ଅଶୋକ ଦାସ, ରାଜକିଶୋର ପ୍ରଧାନ, ବିଜୟ କୁମାର ମହାନ୍ତି, ସୂର୍ଯ୍ୟମଣି ବେହେରା, ପ୍ରଶାନ୍ତ ବେହେରା, ସୁରେନ୍ଦ୍ର ସାହାଣୀ, ଅରୁଣ ପରିଡ଼ା, ରଞ୍ଜନ ନାୟକ, ନାରାୟଣ ବେହେରା, ଅଭିମୁନ୍ୟୁ ଦାସ, ସଞ୍ଜୟ ଶତପଥୀ, ସୁଦର୍ଶନ ପାତ୍ର, ଚିତ୍ତରଞ୍ଜନ ରାଜ, ପ୍ରଶାନ୍ତ ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

ମୋଦିଙ୍କ ସହ କଥା ହେବା ପରେ ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଆମେରିକା, ବିଶ୍ୱରେ ଚହଳ!

ଓ଼୍ବାଶିଂଟନ,୧୫।୪: ଆମେରିକା ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ପାକିସ୍ତାନୀ ଜାହାଜକୁ ଫେରାଇ ଦେଇଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ ବିପର୍ଯ୍ୟୟ ଭାବରେ…

ଏକର ପ୍ରତି ଏତେ କୋଟି ଟଙ୍କା ଦାବି କଲେ ଗ୍ରାମବାସୀ, ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ…

ପାଟଣା,୧୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ସକାଳ ୯ଟାରେ ଚେମଣା ପଞ୍ଚାୟତ ବଳିଆ ପଶି…

ଡିଜେ ବଜେଇ ପ୍ରସେଶନ କରିବାରୁ ୨ ସାହି ମଧ୍ୟରେ ମାରପିଟ: ୧୫ ରୁ ଊର୍ଦ୍ଧ୍ୱ ଆହତ

ଆନନ୍ଦପୁର,୧୫।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ କଣ୍ଟାଫୋଡା…

ପବନ ଖେରାଙ୍କୁ ବଡ଼ ଝଟ୍‌କା: ଆଗୁଆ ଜାମିନ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: କଂଗ୍ରେସ ନେତା ପବନ ଖେରାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତେଲଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ ଆଦେଶ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। କୋର୍ଟ…

ଜଗା ଦର୍ଶନ କରି ଫେରୁଥିଲେ ହେଲା ଦୁର୍ଘଟଣା: ଶେଷରେ ଆଖିବୁଜିଲେ…

ପାରଳାଖେମୁଣ୍ଡି, ୧୫ା୪(ଗିରିଧାରୀ ପରିଚ୍ଛା): ଆନ୍ଧ୍ର ପ୍ରଦେଶର ପଲାସା ସହର ନିକଟରେ ଗତ ୯ ଦିନ ତଳେ ଘଟିଥିବା ସଡକ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଗଜପତି ଜିଲା ସଦର…

ସ୍କର୍ପିଓ ଗାଡ଼ିରେ ଚାଲାଣ ହେଉଥିଲା ଗଞ୍ଜେଇ, ବାଟରେ ଛକି ରହିଥିଲା ପୋଲିସ, ଫେରାର୍‌ ଉଦ୍ୟମବେଳେ…

ବଲାଙ୍ଗୀର ୧୫।୪ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏନଏଚ ୫୭ ସୋନପୁର ବଲାଙ୍ଗୀର ପୁଇନ୍ତଳା ବାଏପାସ ରାସ୍ତା ନିକଟରେ ବୁଧବାର ଏକ ଗଞ୍ଜେଇ ଭର୍ତ୍ତି ସ୍କର୍ପିଓ ଗାଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri