କ୍ରୀଡ଼ା ପାଇଁ ସମର୍ପିତ ରାମକୃଷ୍ଣ

ଢେଙ୍କାନାଳ ଅଫିସ (ରତନ ନାୟାର), ୨୯।୮ :ଢେଙ୍କାନାଳ ଜିଲାର କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାଧାରୀଙ୍କ ମଧ୍ୟରୁ ଯୁବ କ୍ରୀଡ଼ାବିତ୍‌ ରାମକୃଷ୍ଣ ବେହେରା ଜଣେ। ପିଲାଟି ଦିନରୁ ଖେଳକୁଦ ପ୍ରତି ଅହେତୁକ ଦୁର୍ବଳତା, ନିଷ୍ଠା ତାଙ୍କୁ ଜାତୀୟସ୍ତରରେ ପରିଚିତ କରାଇଛି। ବୃତ୍ତିଗତ ଜୀବନରେ ଜଣେ ଶାରୀରିକ ଶିକ୍ଷା ଶିକ୍ଷକ ହୋଇଥିଲେ ମଧ୍ୟ ଜିଲାକୁ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ କରିବା ତାଙ୍କର ସ୍ବପ୍ନ। ଏହାକୁ ସାକାର କରିବାକୁ ସେ କରିଚାଲିଛନ୍ତି ଅହରହ ଉଦ୍ୟମ ।
ସ୍ଥାନୀୟ ଗାନ୍ଧୀମନ୍ଦିର ରୋଡ୍‌ରେ ସପରିବାର ରୁହନ୍ତି କ୍ରୀଡ଼ାବିତ୍‌ ରାମକୃଷ୍ଣ। ବାପା ଦୟାନିଧି ବେହେରା ଅବସରପ୍ରାପ୍ତ ପୂର୍ତ୍ତ ବିଭାଗ କର୍ମଚାରୀ। ମା’ ବାସନ୍ତୀ ବେହେରା ଗୃହିଣୀ। ୧୯୭୯ ଜୁଲାଇ ୮ରେ ଜନ୍ମିତ ରାମକୃଷ୍ଣଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ଏତଦ୍‌ବ୍ୟତୀତ ସେ କ୍ରୀଡ଼ା ସହ ଜଡ଼ିତ ଏକାଧିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନର ସି-ଲାଇସେନ୍ସ ସାର୍ଟିଫିକେଟ ମଧ୍ୟ ହାସଲ କରିଛନ୍ତି। ଓଡ଼ିଶୀ ନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ତାଙ୍କର ରୁଚି ରହିଛି। ସେ ଏବେ କାମାକ୍ଷାନଗର ଉପଖଣ୍ଡ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷକ ଭାବେ କାର୍ଯ୍ୟରତ।
‘ଧରିତ୍ରୀ’ ସହ ନିଜର ଅନୁଭୂତି ବାଣ୍ଟି ରାମକୃଷ୍ଣ କୁହନ୍ତି, ପିଲାଟି ଦିନରୁ ଖେଳକୁଦ ପ୍ରତି ଦୁର୍ବଳତା ଥିଲା। ଏହାକୁ ପରିବାର ଲୋକେ ବୁଝି ପାରିଥିଲେ। ମା’ବାପାଙ୍କ ଭରପୂର ସମର୍ଥନ ପାଇ ସେ ଆଗକୁ ବଢ଼ିଚାଲିଛନ୍ତି। ଫୁଟବଲ, ହ୍ୟାଣ୍ଡବଲ, ଆଥ୍‌ଲେଟିକ୍ସ, ସିପକ୍‌ଟାକ୍ରୋ, ଫୁଟବଲ୍‌ ଟେନିସ, ଖୋଖୋ ଆଦି ବିଭାଗରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଛନ୍ତି। ଓଡ଼ିଶା ସବ୍‌ ଜୁନିୟର ଫୁଟବଲ୍‌ ବାଳକ ଦଳ (୧୫ବର୍ଷରୁ କମ୍‌) କୋଚ୍‌ ଭାବେ ତାଙ୍କୁ ମନୋନୀତ କରାଯାଇଛି। ୨୦୧୧ରେ ତୁର୍କୀର ଇସ୍ତାନବୁଲ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ଫୁଟବଲ ଟେନିସ୍‌ ପ୍ରତିଯୋଗିତରେ ସେ ଭାରତୀୟ ଦଳର ଅଧିନାୟକ ରହିଥିଲେ। ଏହାକୁ ଛାଡ଼ି ସେ ବିଭିନ୍ନ ଖେଳରେ ପ୍ରଶିକ୍ଷକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡୁଛି। ନିଜକୁ ଫିଟ୍‌ ରଖିବାକୁ ପ୍ରତିଦିନ ସକାଳୁ ଢେଙ୍କାନାଳ ଷ୍ଟାଡିୟମରେ ଅଭ୍ୟାସ କରନ୍ତି। ଏତେ ସବୁ ପ୍ରତିଭା ଥିବା ସତ୍ତ୍ୱେ ସରକାରୀ ବିଭାଗରେ ସମନ୍ବୟର ଅଭାବରୁ ପ୍ରତିଭାବାନ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଜିଲା ଶିକ୍ଷା ବିଭାଗ ତାଙ୍କୁ ଅନୁମତି ଦେଉନାହିଁ। ଏହାକୁ ନେଇ ତାଙ୍କ ମନରେ ରହିଯାଇଛି କ୍ଷୋଭ।
ରୋନାଲ୍‌ଡୋ, ରୋମାରିଆ, ବାଇଚୁଙ୍ଗ ଭୂତିଆଙ୍କୁ ଆଦର୍ଶ ମାନୁଥିବା ରାମକୃଷ୍ଣ ଜିଲାରେ ଫୁଟ୍‌ବଲ୍‌ର ଭବିଷ୍ୟତ ସମ୍ପର୍କରେ କୁହନ୍ତି, ଏଠାରେ ବହୁ ପ୍ରତିଭାଧାରୀ ଅଛନ୍ତି। ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ମିଳୁନାହିଁ। ଭିତ୍ତିଭୂମି ମଧ୍ୟ ନାହିଁ। ଭବିଷ୍ୟତରେ ଏହି ଅଭାବକୁ ପୂରଣ କରିବାକୁ ସେ ଏକ ଏକାଡେମୀ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭିତ୍ତିଭୂମି ସୁଦୃଢ଼ ହେଲେ ସମସ୍ତ କ୍ରୀଡ଼ାର ବିକାଶ ହୋଇପାରିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri