Posted inଖେଳ

କ୍ରିସ୍‌ ଗେଲଙ୍କ ଅର୍ଦ୍ଧଶତକ

4 41

ପୋର୍ଟ ଅଫ୍‌ ସ୍ପେନ, ୧୫।୮- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ କୁଇନ୍ସପାର୍କ ଓଭାଲ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ଥରପାଇଁ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ଓ୍ବେଷ୍ଟଇଣ୍ଡିଜ ୨୨ ଓଭରରେ ୨ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଛି। ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓ୍ବେଷ୍ଟଇଣ୍ଡିଜ ୧.୩ ଓଭର ଖେଳିଥିବାବେଳେ ବର୍ଷା ହୋଇଥିଲା। କିଛିସମୟ ଖେଳ ବନ୍ଦ ହେବାପରେ ପୁଣି ଆରମ୍ଭ ହୋଇଥିଲା। ଭୁବନେଶ୍ୱର କୁମାରଙ୍କ ପ୍ରଥମ ଓଭରରୁ ରନ ସଂଗୃହୀତ ହୋଇ ନ ଥିଲେ ହେଁ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଖେଳିଥିଲା ଓ୍ବେଷ୍ଟଇଣ୍ଡିଜ। ଭାରତର ୩ ଜଣ ଯାକ ଦ୍ରୁତ ବୋଲରଙ୍କୁ ଧୂଲେଇ କରି ଦ୍ରୁତ ହାରରେ ରନ ସଂଗ୍ରହ ସହ ଓପନିଂ ଯୋଡ଼ିରେ ଶତକୀୟ ଭାଗୀଦାରି ଗଢ଼ିଥିଲେ ଦୁଇ ଓପନର। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୧୧ତମ ଓଭରରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ବୋଲିଂଭାର ଦେବାପରେ ଯାଇ ବ୍ରେକ୍‌ ଥ୍ରୁ ମିଳିଥିଲା। ମାତ୍ର ୨୯ ବଲ୍‌ରୁ ୫ ଚୌକା ଓ ୩ ଛକା ସହ ୪୩ ରନ କରି ସାରିଥିବା ଲିଓ୍ବିସଙ୍କୁ ନିଜ ପ୍ରଥମ ଓଭରର ୫ମ ବଲ୍‌ରେ ଆଉଟ କରି ଭାରତକୁ ପ୍ରତୀକ୍ଷିତ ସଫଳତା ଦେଇଥିଲେ ଚହଲ। ଗେଲ୍‌ କିନ୍ତୁ ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ୪୧ ବଲ୍‌ରୁ ୮ ଚୌକା ଓ ୫ ଛକା ସହ ୭୨ ରନ କରିବାପରେ ସେ ଖଲିଲ ଅହମ୍ମଦଙ୍କ ବଲ୍‌ରେ ବିରାଟ କୋହଲିଙ୍କ ଏକ ଚିତାକର୍ଷକ କ୍ୟାଚଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। କ୍ୟାରିୟରର ୩୦୧ତମ ଏକଦିବସୀୟ ମ୍ୟାଚ ଖେଳିଥିବା ଗେଲ୍‌ଙ୍କର ଏହାଥିଲା ୫୪ତମ ଅର୍ଦ୍ଧଶତକ। ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବାପରେ ଓ୍ବେଷ୍ଟଇଣ୍ଡିଜର ରନ ହାରରେ ଅଙ୍କୁଶ ଲାଗିଥିଲା। ଚହଲଙ୍କ ପରି କେଦାର ଯାଦବ ମଧ୍ୟ ପ୍ରଭାବୀ ବୋଲିଂ କରିଥିଲେ। ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ଶାଇ ହୋପ୍‌ ୪୦ ବଲ୍‌ରୁ ୧୯ ଏବଂ ଶିମରନ ହେଟମେର ୨୩ ବଲ୍‌ରୁ ୧୮ ରନକରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଚହଲ ଓ ଖଲିଲ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

50 3

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

U0k3o5c8 Jasprit Bumrah 625x300 14 December 25

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

90 3

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

WhatsApp Image 2025 12 14 At 8.19.33 PM

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

Image 26

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

WhatsApp Image 2025 12 14 At 3.18.39 PM

WWEରୁ ଅବସର ନେଲେ ଜନ୍ ସିନା, ଜାରି ରହିବ ଫିଲ୍ମ କ୍ୟାରିୟର

ନୂଆଦିଲ୍ଲୀ,୧୪।୧୨: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ...

76acc197 C026 4c92 B89d 1b72ae6fad66

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

70

ମେସିଙ୍କ ୭୦ଫୁଟ୍‌ର ପ୍ରତିମୂର୍ତ୍ତି ଉନ୍ମୋଚିତ

କୋଲକାତା, ୧୩ା୧୨: ଶନିବାର କୋଲକାତାର ଲେକ୍‌ ସହର ଅନ୍ତର୍ଗତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ ପରିସରରେ ଷ୍ଟାର ଫୁଟ୍‌ବଲର ଲାୟୋନେଲ ମେସି ତାଙ୍କର ଏକ ୭୦ଫୁଟ୍‌ ଉଚ୍ଚତା...

Advertisement

ଧରିତ୍ରୀ କାର୍ଟୁନ

Archives

Dharitri Rashifala2
Model This Week
ମଣ୍ଟୁ

ପିଲାଙ୍କ ଧରିତ୍ରୀ

PILANKA DHARITRI
Why Dharitri