କ୍ରମାଗତ କମୁଛି ହସ୍ତତନ୍ତ ସାମଗ୍ରୀ ରପ୍ତାନି: ୨ ବର୍ଷରେ ୨୩୫ କୋଟିରୁ ୭ଲକ୍ଷ ଟଙ୍କାକୁ ଖସିଲା

ଭୁବନେଶ୍ୱର,୨।୩(ବ୍ୟୁରୋ): ଅନ୍ତର୍ଜାତୀୟ ବଜାରରେ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପର ଲୋକପ୍ରିୟତା ବଢୁଛି। ତାରକସୀ କାମ ସହ ପଥର ମୂର୍ତ୍ତି, ପିପିଲି ଚାନ୍ଦୁଆ ଓ ବିଭିନ୍ନ ସାଜସଜ୍ଜା ସାମଗ୍ରୀର ଚାହିଦା ରହିଛି। ଏହାସତ୍ତ୍ୱେ ହସ୍ତତନ୍ତ ସାମଗ୍ରୀ ରପ୍ତାନି କରିବାରେ ବିଫଳ ହେଉଛନ୍ତି ସରକାର। ପୂର୍ବରୁ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନିକୁ ନେଇ ନାନା ସମସ୍ୟା ସୃଷ୍ଟି ହେଉଥିବାବେଳେ ଏବେ କ୍ରମାଗତ ଭାବେ ହସ୍ତତନ୍ତ ସାମଗ୍ରୀ ରପ୍ତାନି କମିବାରେ ଲାଗିଛି। ରାଜ୍ୟ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ଟସର୍‌ ଓ ସିଲ୍କ କପଡ଼ା ଉତ୍ପାଦନରେ ମଧ୍ୟ ଓଡ଼ିଶା ଦିନକୁ ଦିନ ପଛକୁ ଯାଉଛି। ରିପୋର୍ଟ ଅନୁସାରେ, ବିଶ୍ୱର ୧୭ ରାଷ୍ଟ୍ରକୁ ଓଡ଼ିଶା ତା’ର ହସ୍ତତନ୍ତ ସାମଗ୍ରୀ ରପ୍ତାନି କରୁଛି। ୨୦୧୬-୧୭ ଆଥର୍ର୍ତ୍କ ବର୍ଷରେ ଓଡ଼ିଶାରୁ ବିଦେଶକୁ ୨୩୫ କୋଟିରୁ ଅଧିକ ଟଙ୍କାର ହସ୍ତତନ୍ତ ସାମଗ୍ରୀ ରପ୍ତାନି ହୋଇଥିଲା। ୨୦୧୭-୧୮ରେ ଏହା ହଠାତ୍‌ ୫୩ ଲକ୍ଷ ଟଙ୍କାକୁ ଖସିଆସିଥିବାବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ମାତ୍ର ୭ଲକ୍ଷ ଟଙ୍କାର ହସ୍ତତନ୍ତ ସାମଗ୍ରୀ ଓଡ଼ିଶା ରପ୍ତାନି କରିଛି।

ବୟନଶିଳ୍ପ: ରପ୍ତାନି ବଢ଼ିଛି, ଉତ୍ପାଦନ କମିଛି:

ଅନ୍ୟପକ୍ଷରେ ବୟନଶିଳ୍ପ ବା ଟେକ୍ସଟାଇଲ ସାମଗ୍ରୀ ରପ୍ତାନି କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ୨୦୧୧-୧୨ ଆର୍ଥିକ ବର୍ଷରେ ଓଡ଼ିଶାରୁ ମାତ୍ର ୧ଲକ୍ଷ ଟଙ୍କାର ବୟନ ସାମଗ୍ରୀ ବିଦେଶକୁ ଯାଉଥିବାବେଳେ ୨୦୧୮-୧୯ରେ ଏହି ପରିମାଣ ୭୪ କୋଟି ୧୪ ଲକ୍ଷରେ ପହଞ୍ଚତ୍ଛି। ୨୦୧୯-୨୦ ବର୍ଷରେ ୬୩,୨୨୩ ବୁଣାକାର ପରିବାର ରହିଥିବାବେଳେ ୪୭,୬୨୫ଟି ତନ୍ତ ରହିଛି। ରାଜ୍ୟରେ ୧୧୫୬ ପ୍ରାଥମିକ ବୁଣାକାର ସମବାୟ ସମିତି ଥିବାବେଳେ ଏଥିରୁ ମାତ୍ର ୪୭୯ କାର୍ଯ୍ୟକ୍ଷମ ହେଉଛି। ୨୦୧୭-୧୮ ବର୍ଷରେ ବୁଣାକାର ସମବାୟ ସମିତିଗୁଡ଼ିକ ମାଧ୍ୟମରେ ତନ୍ତ ପିଛା ବାର୍ଷିକ ହାରାହାରି ୪୧୬ ବର୍ଗମିଟର ହସ୍ତତନ୍ତ ସାମଗ୍ରୀ ଉତ୍ପାଦିତ ହେଇଥିବାବେଳେ ୨୦୧୮-୧୯ ବର୍ଷରେ ଏହା ହ୍ରାସ ପାଇ ୩୭୮ ବର୍ଗମିଟରରେ ପହଞ୍ଚତ୍ଛି। ସେହିଭଳି ଟସର୍‌ ଓ ସିଲ୍କ କପଡ଼ା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ପଛକୁ ଯାଇଛି। ଦେଶରେ ବୟନଶିଳ୍ପ ଓ ପୋଷାକ ଉତ୍ପାଦନ କ୍ଷେତ୍ରରେ ୨୮ ଲକ୍ଷ ୬୮ ହଜାରରୁ ଅଧିକ ଲୋକ କାମ କରୁଥିବାବେଳେ ୨୦୧୭-୧୮ ସୁଦ୍ଧା ଓଡ଼ିଶାରେ ଏ କ୍ଷେତ୍ରରେ ମାତ୍ର ୩୮୪୯ଜଣ ନିଯୁକ୍ତି ପାଇଥିବା ରିପୋର୍ଟରୁ ଜଣାପଡିଛି।

କଞ୍ଚାମାଲ୍‌ ଅଭାବରୁ ପଥର ଶିଳ୍ପ ଗୁରୁତର ପ୍ରଭାବିତ:ହସ୍ତଶିଳ୍ପ ସାମଗ୍ରୀ କ୍ଷେତ୍ରର ସ୍ଥିତି ବି ସେମିତି

ହସ୍ତତନ୍ତ ଭଳି ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି ମଧ୍ୟ କମିବାରେ ଲାଗିଛି। ୨୦୧୬-୧୭ରେ ୨ କୋଟି ୭୩ ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ବିଦେଶକୁ ରପ୍ତାନି ହୋଇଥିବାବେଳେ ୨୦୧୭-୧୮ରେ ୧ କୋଟି ୬୩ ଲକ୍ଷ ଓ ୨୦୧୮-୧୯ରେ ୧ କୋଟି ୩୯ ଲକ୍ଷ ଟଙ୍କାର ସାମଗ୍ରୀ ଦେଶ ବାହାରକୁ ଯାଇଛି। ହସ୍ତଶିଳ୍ପ ମଧ୍ୟରେ କାଁ ଭାଁ ଡୋକ୍ରା କଳା ଓ ଟ୍ରାଇବାଲ ଜୁଏଲାରୀ ବିଦେଶକୁ ରପ୍ତାନି ହେଉଛି। ସବୁଠାରୁ ବଡ଼କଥା ହେଲା, ବିଦେଶରେ ଓଡ଼ିଶାର ପଥର କାରୁକାର୍ଯ୍ୟ ସାମଗ୍ରୀର ଚାହିଦା ରହୁଥିବାବେଳେ ଏହାର ରପ୍ତାନି ଏକପ୍ରକାର ଠପ୍‌ ହୋଇଯାଇଛି। ମୂର୍ତ୍ତି ତିଆରି ପାଇଁ ଶିଳ୍ପୀଙ୍କୁ କଞ୍ଚାମାଲ ମିଳୁ ନ ଥିବାରୁ ଏଭଳି ସ୍ଥିିତି ଉପୁଜିଛି। ବିଶେଷକରି ସାହାଣ ପଥର, ଖଡ଼ି ପଥର ଓ ମୁଗୁନି ପଥର ଆଉ ନ ମିଳିବାରୁ ଅଧିକାଂଶ ଶିଳ୍ପୀ ରାଜସ୍ଥାନ, କଲିକତା ଭଳି ସ୍ଥାନକୁ ଚାଲିଯାଉଛନ୍ତି। ଖୋର୍ଦ୍ଧା ତାପଙ୍ଗ, ବାଲେଶ୍ୱରର ନୀଳଗିରି, ମୟୂରଭଞ୍ଜର କେଶନା ଓ କେନ୍ଦୁଝରର ବଡ଼ବିଲରେ ଥିବା ଏହି ଖଣିଗୁଡ଼ିକୁ ରାଜ୍ୟ ସରକାର ଆଉ ଲିଜ୍‌ ଦେଉ ନ ଥିବାରୁ ଶିଳ୍ପୀମାନେ ପେସା ଛାଡ଼ୁଥିବା ଓଡ଼ିଶା ଶିଳ୍ପୀ ମହାସଂଘ ସଭାପତି ଉଦୟ ମହାନ୍ତି ଅଭିଯୋଗ କରିଛନ୍ତି।

ବୁଣାକାରଙ୍କୁ ସରକାରୀ ସହଯୋଗ, ପ୍ରଶିକ୍ଷଣ ଆବଶ୍ୟକ

ହସ୍ତତନ୍ତରେ ମଧ୍ୟ ବୁଣାକାରଙ୍କୁ କଞ୍ଚାମାଲ୍‌ ଅଭାବ ସମସ୍ୟା ଘାରିଛି। ନ୍ୟାଶନାଲ ହ୍ୟାଣ୍ଡଲୁମ୍‌ ଡେଭ୍‌ଲପ୍‌ମେଣ୍ଟ କର୍ପୋରେଶନରୁ ସୂତା ନ କିଣିଲେ ରିହାତି ମିଳୁ ନ ଥିବାରୁ ଏହା ବୁଣାକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସେହିଭଳି ଟସର ଖୋସା ବର୍ଷକୁ ମାତ୍ର ଦୁଇଥର ନିଲାମ ହେଉଛି। ଫଳରେ ସେହି ନିର୍ଦ୍ଦିଷ୍ଟ ସମୟରେ ଅଧିକାଂଶ ଗରିବ ବୁଣାକାର ଅର୍ଥାଭାବରୁ ଟସର କିଣିପାରୁନାହାନ୍ତି। ଏହାବ୍ୟତୀତ ଇଣ୍ଟରନ୍ୟାଶନାଲ ଷ୍ଟାଣ୍ଡାର୍ଡ ଅନୁଯାୟୀ ଡିଜାଇନ୍‌ ବିକାଶ କରିବାକୁ ବୁଣାକାରଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଉ ନ ଥିବାରୁ ଏହା ପ୍ରମୁଖ ସମସ୍ୟା ସୃଷ୍ଟି କରୁଛି। ବର୍ତ୍ତମାନର ଅତ୍ୟାଧୁନିକ ପ୍ରଯୁକ୍ତବିଦ୍ୟା ଏବଂ ଇ-ମାର୍କେଟିଂ ଯୁଗରେ ବୁଣାକାରମାନେ ନିଜ ସାମଗ୍ରୀକୁ କିଭଳି ଦେଶ ବାହାରକୁ ପଠାଇପାରିବେ ସେନେଇ ସଚେତନତା, ସହଯୋଗ ଓ ପ୍ରଶିକ୍ଷଣର ଆବଶ୍ୟକତା ରହିଥିବା ଓଡ଼ିଶା ଶିଳ୍ପୀ ମହାସଂଘ ସମ୍ପାଦକ ପ୍ରିୟରଞ୍ଜନ କର କହିଛନ୍ତି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?