Posted inଖେଳ

କୋହଲିଙ୍କୁ ଡରୁଥିଲେ ଅଷ୍ଟ୍ରେଲିଆ ଖେଳାଳି: କ୍ଲାର୍କ

ମେଲବୋର୍ନ, ୮।୪(ପି.ଟି.)-ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏକ ଟିପ୍ପଣୀ ଦେଇ ହଇଚଇ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲୀୟ କ୍ରିକେଟରମାନେ କୋହଲିଙ୍କୁ ଡରୁଥିଲେ। କାରଣର ସେମାନଙ୍କର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚୁକ୍ତି ନେଇ ଭୟ ରହୁଥିଲା। ଖାସ୍‌ ଏଥିପାଇଁ ଅଷ୍ଟ୍ରେଲିଆ ଖେଳାଳି କୋହଲି ଓ ଅନ୍ୟ ଭାରତୀୟ ଖେଳାଳିଙ୍କୁ ସ୍ଲେଜିଂ କରୁ ନ ଥିଲେ। ଏହି କାରଣରୁ ମଧ୍ୟ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ହାରିଥିଲା ବୋଲି କ୍ଲାର୍କ କହିଛନ୍ତି।
କୋହଲିଙ୍କ ନେତୃତ୍ୱରେ ଭାରତ ୨୦୧୮-୧୯ରେ ଅଷ୍ଟ୍ରେଲିଆକୁ ତା’ର ନିଜ ମାଟିରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା। ଦଳରେ ଏହି ପରାଜୟକୁ ଏବେ ମଧ୍ୟ କେତେକ ପୂର୍ବତନ ଖେଳାଳି ହଜମ କରିପାରୁ ନାହାନ୍ତି। କାରଣ ଏସିଆର ପ୍ରଥମ ଦେଶ ଭାବେ ଭାରତ ଅଷ୍ଟ୍ରେଲିଆକୁ ତା’ର ଘରୋଇ ମାଟିରେ ଟେଷ୍ଟ ସିରିଜରେ ହରାଇଥିଲା। ଆଇପିଏଲ୍‌ ଚୁକ୍ତି ନେଇ ଥିବା ଆଶଙ୍କାରେ ଅଷ୍ଟ୍ରେଲିଆ ଖେଳାଳିମାନେ ଏହି ସିରିଜରେ କୋହଳ ମନୋଭାବ ପୋଷଣ କରି ଖେଳିଥିଲେ ଓ ପୂରା ଜୋରଦେଇ ନ ଥିଲେ। ଫଳରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା ବୋଲି କ୍ଲାର୍କ କହିଛନ୍ତି। ଆଇପିଏଲ୍‌କୁ ନଜରରେ ରଖି ଅଷ୍ଟ୍ରେଲିଆ ଖେଳାଳିମାନେ ରଣନୀତି ପ୍ରସ୍ତୁତ କରୁଥିଲେ। କାରଣ ଏହାଦ୍ୱାରା ଆଇପିଏଲ୍‌ରେ ମୋଟ ଅଙ୍କର ଚୁକ୍ତି ହାସଲ କରିବେ ବୋଲି ଅଷ୍ଟ୍ରେଲିଆ ଖେଳାଳିମାନେ ଭାବୁ ଥିଲେ। ଏଥିପାଇଁ ସେମାନେ କୋହଲି ଓ ଅନ୍ୟ ଭାରତୀୟ ଖେଳାଳିଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିଲେ। ୨୦୧୯ ଏପ୍ରିଲ୍‌ରେ ଆଇପିଏଲ୍‌ ଖେଳିବାର କାର୍ଯ୍ୟକ୍ରମ ରହିଥିବାରୁ ଆମ ଖେଳାଳିମାନେ କୋହଲି ଓ ତାଙ୍କ ସାଥି କ୍ରିକେଟରଙ୍କୁ ଡରୁଥିଲେ। ଯଦି କୋହଲି ଓ ଭାରତୀୟ ଖେଳାଳିଙ୍କୁ ସ୍ଲେଜିଂ କରନ୍ତି ତା’ହାଲେ ମୋଟ ଅଙ୍କର ଆଇପିଏଲ ଚୁକ୍ତି ହାସଲ କରିହେବ ନାହିଁ ବୋଲି ଅଷ୍ଟ୍ରେଲିଆ ଖେଳାଳିମାନେ ହୃଦୟଙ୍ଗମ କରିଥିଲେ। ଯଦି ସ୍ଲେଜିଂ କରୁ ତେବେ ଆଇପିଏଲ୍‌ ନିଲାମରେ ଆମକୁ ଫଳ ଭୋଗିବାକୁ ପଡିବ ବୋଲି ଆମ ଖେଳାଳିମାନେ ଭାବୁ ଥିଲେ। ଏବେ ସାରା ବିଶ୍ୱର ସବୁ ଦଳ ଭାରତୀୟ ଦଳ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରୁଛି ବୋଲି କ୍ଲାର୍କ କହିଛନ୍ତି।
୨୦୧୮-୧୯ ସିରିଜରେ ଭାରତ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଘରୋଇ ଅଷ୍ଟ୍ରେଲିଆକୁ ହରାଇଥିଲା। ୭୧ ବର୍ଷର ଟେଷ୍ଟ ଇତିହାସରେ ଭାରତ ପ୍ରଥମଥର ପାଇଁ ଏହି ସଫଳତା ପାଇଥିଲା। ଅଷ୍ଟ୍ରେଲିଆର ଏକ ରେଡିଓ କାର୍ଯ୍ୟକ୍ରମକୁ ସାକ୍ଷାତ୍‌କାର ଦେବା ଅବସରରେ କ୍ଲାର୍କ ଏହି କଥା କହିଛନ୍ତି। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବେଶ୍‌ ଶକ୍ତିଶାଳୀ ବିବେଚିତ ହେଉଛି। ଅନ୍ତର୍ଜାତୀୟ ସ୍ତରରେ ହେଉ କି, ଘରୋଇ ସ୍ତରରେ ହେଉ ବିସିସିଆଇ ସବୁଠାରୁ ପ୍ରଭାବୀ ମନେହେଉଛି। ଖାସ୍‌ ଏଥିପାଇଁ ଅନ୍ୟ ଦଳ ଅପେକ୍ଷା ଭାରତୀୟ ଦଳର ପ୍ରଭାବ ଅଧିକ ରହୁଛି ବୋଲି କ୍ଲାର୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

ଫିଟନେସ ପରୀକ୍ଷାରେ ପାସ କଲେ ଜସପ୍ରିତ ବୁମରାହ; ଜାଣନ୍ତୁ କେଉଁ ସିରିଜରେ ଖେଳିବେ

ନୂଆଦିଲ୍ଲୀ,୩୧।୭: ଭାରତର ପ୍ରସିଦ୍ଧ ଦ୍ରୁତ ବୋଲର ଜସପ୍ରିତ ବୁମରାହ ତାଙ୍କ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ଭାରତୀୟ ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏକ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ଭୋଗଲେ

ନୂଆଦିଲ୍ଲୀ,୩୧।୭: ଆଗାମୀ ଦୁଲୀପ ଟ୍ରଫି 2026-27 ଘରୋଇ ସିଜିନ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରି ପୂର୍ବ ଜୋନ ଚୟନକର୍ତ୍ତାମାନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।…

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri