Posted inଖେଳ

କୋହଲିଙ୍କୁ ଡରୁଥିଲେ ଅଷ୍ଟ୍ରେଲିଆ ଖେଳାଳି: କ୍ଲାର୍କ

ମେଲବୋର୍ନ, ୮।୪(ପି.ଟି.)-ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏକ ଟିପ୍ପଣୀ ଦେଇ ହଇଚଇ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲୀୟ କ୍ରିକେଟରମାନେ କୋହଲିଙ୍କୁ ଡରୁଥିଲେ। କାରଣର ସେମାନଙ୍କର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚୁକ୍ତି ନେଇ ଭୟ ରହୁଥିଲା। ଖାସ୍‌ ଏଥିପାଇଁ ଅଷ୍ଟ୍ରେଲିଆ ଖେଳାଳି କୋହଲି ଓ ଅନ୍ୟ ଭାରତୀୟ ଖେଳାଳିଙ୍କୁ ସ୍ଲେଜିଂ କରୁ ନ ଥିଲେ। ଏହି କାରଣରୁ ମଧ୍ୟ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ହାରିଥିଲା ବୋଲି କ୍ଲାର୍କ କହିଛନ୍ତି।
କୋହଲିଙ୍କ ନେତୃତ୍ୱରେ ଭାରତ ୨୦୧୮-୧୯ରେ ଅଷ୍ଟ୍ରେଲିଆକୁ ତା’ର ନିଜ ମାଟିରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା। ଦଳରେ ଏହି ପରାଜୟକୁ ଏବେ ମଧ୍ୟ କେତେକ ପୂର୍ବତନ ଖେଳାଳି ହଜମ କରିପାରୁ ନାହାନ୍ତି। କାରଣ ଏସିଆର ପ୍ରଥମ ଦେଶ ଭାବେ ଭାରତ ଅଷ୍ଟ୍ରେଲିଆକୁ ତା’ର ଘରୋଇ ମାଟିରେ ଟେଷ୍ଟ ସିରିଜରେ ହରାଇଥିଲା। ଆଇପିଏଲ୍‌ ଚୁକ୍ତି ନେଇ ଥିବା ଆଶଙ୍କାରେ ଅଷ୍ଟ୍ରେଲିଆ ଖେଳାଳିମାନେ ଏହି ସିରିଜରେ କୋହଳ ମନୋଭାବ ପୋଷଣ କରି ଖେଳିଥିଲେ ଓ ପୂରା ଜୋରଦେଇ ନ ଥିଲେ। ଫଳରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା ବୋଲି କ୍ଲାର୍କ କହିଛନ୍ତି। ଆଇପିଏଲ୍‌କୁ ନଜରରେ ରଖି ଅଷ୍ଟ୍ରେଲିଆ ଖେଳାଳିମାନେ ରଣନୀତି ପ୍ରସ୍ତୁତ କରୁଥିଲେ। କାରଣ ଏହାଦ୍ୱାରା ଆଇପିଏଲ୍‌ରେ ମୋଟ ଅଙ୍କର ଚୁକ୍ତି ହାସଲ କରିବେ ବୋଲି ଅଷ୍ଟ୍ରେଲିଆ ଖେଳାଳିମାନେ ଭାବୁ ଥିଲେ। ଏଥିପାଇଁ ସେମାନେ କୋହଲି ଓ ଅନ୍ୟ ଭାରତୀୟ ଖେଳାଳିଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଥିଲେ। ୨୦୧୯ ଏପ୍ରିଲ୍‌ରେ ଆଇପିଏଲ୍‌ ଖେଳିବାର କାର୍ଯ୍ୟକ୍ରମ ରହିଥିବାରୁ ଆମ ଖେଳାଳିମାନେ କୋହଲି ଓ ତାଙ୍କ ସାଥି କ୍ରିକେଟରଙ୍କୁ ଡରୁଥିଲେ। ଯଦି କୋହଲି ଓ ଭାରତୀୟ ଖେଳାଳିଙ୍କୁ ସ୍ଲେଜିଂ କରନ୍ତି ତା’ହାଲେ ମୋଟ ଅଙ୍କର ଆଇପିଏଲ ଚୁକ୍ତି ହାସଲ କରିହେବ ନାହିଁ ବୋଲି ଅଷ୍ଟ୍ରେଲିଆ ଖେଳାଳିମାନେ ହୃଦୟଙ୍ଗମ କରିଥିଲେ। ଯଦି ସ୍ଲେଜିଂ କରୁ ତେବେ ଆଇପିଏଲ୍‌ ନିଲାମରେ ଆମକୁ ଫଳ ଭୋଗିବାକୁ ପଡିବ ବୋଲି ଆମ ଖେଳାଳିମାନେ ଭାବୁ ଥିଲେ। ଏବେ ସାରା ବିଶ୍ୱର ସବୁ ଦଳ ଭାରତୀୟ ଦଳ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରୁଛି ବୋଲି କ୍ଲାର୍କ କହିଛନ୍ତି।
୨୦୧୮-୧୯ ସିରିଜରେ ଭାରତ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଘରୋଇ ଅଷ୍ଟ୍ରେଲିଆକୁ ହରାଇଥିଲା। ୭୧ ବର୍ଷର ଟେଷ୍ଟ ଇତିହାସରେ ଭାରତ ପ୍ରଥମଥର ପାଇଁ ଏହି ସଫଳତା ପାଇଥିଲା। ଅଷ୍ଟ୍ରେଲିଆର ଏକ ରେଡିଓ କାର୍ଯ୍ୟକ୍ରମକୁ ସାକ୍ଷାତ୍‌କାର ଦେବା ଅବସରରେ କ୍ଲାର୍କ ଏହି କଥା କହିଛନ୍ତି। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବେଶ୍‌ ଶକ୍ତିଶାଳୀ ବିବେଚିତ ହେଉଛି। ଅନ୍ତର୍ଜାତୀୟ ସ୍ତରରେ ହେଉ କି, ଘରୋଇ ସ୍ତରରେ ହେଉ ବିସିସିଆଇ ସବୁଠାରୁ ପ୍ରଭାବୀ ମନେହେଉଛି। ଖାସ୍‌ ଏଥିପାଇଁ ଅନ୍ୟ ଦଳ ଅପେକ୍ଷା ଭାରତୀୟ ଦଳର ପ୍ରଭାବ ଅଧିକ ରହୁଛି ବୋଲି କ୍ଲାର୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri