କୋଶଳୀ ଭାଷା ସୁରକ୍ଷା ସମିତିର ମହିମା ସାହିତିଅ ଆସର

ଟିଟିଲାଗଡ, ୧୯ା୫ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ହିନ୍ଦୀ ହାଇସ୍କୁଲ ପରିସରରେ କୋଶଳୀ ଭାଷା ସୁରକ୍ଷା ସମିତି ତରଫୁ ବୁଦ୍ଧ ଆର ଭୀମ ଭୋଇକଁର ଜନମ୍‌ ତିଥି ପାଲିତ ହେଇଯାଇଛେ। ମୁର୍‌ଧନିଅଁା କବି ବିଭାକରୀଚରଣ ମିଶ୍ରକଁର ସଭାପତିତ୍ୱନେ ଆୟୋଜିତ ସଭାନେ ମୁଖିଆ କୁନୁଅଁା ହିସାବେ କୋଶଳ ସାଂସ୍କୃତିକ ମହାଜୋଟର ସମ୍ପାଦକ ଟିକେଲାଲ ବେହେରା, ସାହିତ୍ୟ ସଂସ୍କୃତି ଅନୁଷ୍ଠାନର ଉପସଭାପତି ସେବକଚରଣ ଦାଶ, ସଞ୍ଜୟ ଅଗସ୍ତି ପରମୁଖ ଯୋଗଦେଇ ବୁଦ୍ଧକଁର ଜ୍ଞାନତତ୍ତ୍ୱ ଆର ଭୀମ ଭୋଇକଁର ସାହିତିଅ ଉପରେ ଆଲୋଚନା କରିଥିଲେ। ଇ ଉଧେ କୁନୁଅଁାମାନେ ଭୀମ ଭୋଇକଁର ସାହିତିଅ କୁରତିକେ କୋଶଲି ଭାଷାରେ ଅନୁବାଦ କରବାର ଲାଗି ମତ୍‌ ଦେଇଥିଲେ। ଇ ଅବ୍‌ଛରରେ ସୁରକ୍ଷା ସମିତିର ମୁଖପତର ‘ଝଁାପି’ର ଉନ୍‌ମୋଚନ କରାଯାଇଥିଲା। ଦୁତୀଅ ଖେପି ହେଇଥିବାର ସଭାରେ କୋଶଲି ଭାଷାର ନଁାକରା କବି ସୁନୀଲ ଅଗସ୍ତିକଁର ସଂଯୋଜନାରେ କବି ଦିଲୀପ ପସାୟତ, ଜ୍ୟୋତି ପ୍ରକାଶ ଗଡ଼ତ୍ୟା, ନଧିସିଂହ ସାହୁ, ଚତୁର୍ଭୁଜ ସାଆନ୍ତ, ଭିକାରୀ ମିଶ୍ର, ସୁନୀଲ ଅଗସ୍ତି, ଟିକେଲାଲ ବେହେରା, ସଞ୍ଜୟ ଅଗସ୍ତି, ସେବକଚରଣ ଦାଶ ପରମୁଖ ନିଜର ନିଜର ଲେଖ୍‌ଲା କବିତା ପଢ଼ିଥିଲେ। ଶେଷେ କବି ମହେନ୍ଦ୍ର ପାଣିଗ୍ରାହୀ ଧଏନ୍‌ବାଦ ଦେଇଥିଲେ। ସଭାକେ ସଫଲ କରବାରେ ସୁରେଶ ଜାଲ, ନୀଳମଣି ସାହୁ, ଚିତ୍ତରଞ୍ଜନ ଚାନ୍ଦ, ଜିତୁ ସାହୁ, ସୁଶାନ୍ତ ଯୋଶୀ, ଚୈତନ୍ୟ ଭୋଇ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri