କୋଭିଡ୍‌-୧୯ ମୁକାବିଲା: ୫୨୩୧ କୋଭିଡ୍‌ କୋଚ୍‌ ହସ୍ତାନ୍ତର କରିବ ରେଳପଥ

ଭୁବନେଶ୍ୱର,୮।୫(ବ୍ୟୁରୋ):ରେଳ ମନ୍ତ୍ରଣାଳୟ ପକ୍ଷରୁ ସମଗ୍ର ଦେଶରେ ୫୨୩୧ଟି କୋଚ୍‌କୁ କୋଭିଡ ଯତ୍ନ କେନ୍ଦ୍ରରେ ପରିଣତ କରାଯାଇଥିବାବେଳେ ଏହାକୁ ଖୁବ୍‌ଶୀଘ୍ର ରାଜ୍ୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ବିଶେଷ ଲକ୍ଷଣ ନ ଥିବା କୋଭିଡ୍‌ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଓ ସଙ୍ଗରୋଧ ଲାଗି ଏହି କୋଚ୍‌ଗୁଡ଼ିକୁ ବ୍ୟବହାର କରାଯିବ। ବିଶେଷକରି କୋଭିଡ୍‌ ସନ୍ଦିଗ୍ଧଙ୍କ ସଂଖ୍ୟା ଅଧିକ ରହିଲେ, ସେ କ୍ଷେତ୍ରରେ ଏହି କୋଚ୍‌ଗୁଡିକୁ ଉପଯୋଗ କରାଯାଇପାରିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କୋଭିଡ ଯତ୍ନ କେନ୍ଦ୍ର ଥିବା ଦେଶର ୨୧୫ ଷ୍ଟେଶନ ମଧ୍ୟରୁ ୮୫ଟିରେ ରେଳପଥ ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ବଳକା ୧୩୦ ଷ୍ଟେଶନରେ ରାଜ୍ୟଗୁଡ଼ିକ କର୍ମଚାରୀ ଓ ଔଷଧ ଯୋଗାଇବା ନିମନ୍ତେ ସହମତ ହେଲେ କୋଭିଡ ଯତ୍ନ କୋଚ୍‌ର ସୁବିଧା ନେବା ପାଇଁ ପ୍ରସ୍ତାବ ଦେଇପାରିବେ। ସେହିପରି ୧୫୮ଟି ଷ୍ଟେଶନରେ ପାଣି ଓ ଚାର୍ଜିଂ ସୁବିଧା ଏବଂ ୫୮ ଷ୍ଟେଶନରେ କେବଳ ପାଣି ସୁବିଧା ଉପଲବ୍ଧ ହେବ। ଓଡ଼ିଶାରେ କୋଭିଡ ଯତ୍ନ କେନ୍ଦ୍ର ପାଇଁ ପ୍ରସ୍ତୁତ ରଖାଯାଇଥିବା ୯ ଷ୍ଟେଶନ ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଓ ଟିଟିଲାଗଡ଼, କୋରାପୁଟ, ରାୟଗଡ଼ା, ସମ୍ବଲପୁର, ଝାରସୁଗୁଡ଼ା ଜଙ୍କଶନ, ସୁନ୍ଦରଗଡ଼ ଜିଲାର ରାଉରକେଲା ଜଙ୍କଶନରେ ବିଦ୍ୟୁତ୍‌ ଓ ଜଳଯୋଗାଣ ସୁବିଧା ଉପଲବ୍ଧ ହେବ। ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ୍‌ ଜଙ୍କଶନରେ କେବଳ ପାଣି ସୁବିଧା ରହିବ। ରାଜ୍ୟମାନଙ୍କୁ କୋଚ ଆବଣ୍ଟନ ପରେ ଟ୍ରେନରେ ଆବଶ୍ୟକ ଭିତ୍ତିଭୂମି ସହିତ ଆବଶ୍ୟକ ଥିବା ଷ୍ଟେଶନରେ ଏହାକୁ ଛିଡ଼ା କରାଯାଇ ଜିଲାପାଳ କିମ୍ବା କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ଅବଗତ କରାଯିବ। ତେବେ କୋଭିଡ-୧୯ ମୁକାବିଲା ଲାଗି ୨୫ ହଜାରରୁ ଅଧିକ ଡାକ୍ତର ଓ ୩୫ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ଭାରତୀୟ ରେଳପଥ ନିଯୁକ୍ତି ଦେଇଛି। ପ୍ରତିକୂଳ ପରିସ୍ଥିତିରେ ଜାତୀୟ ଯୋଗାଣ ଶୃଙ୍ଖଳକୁ ବଜାୟ ରଖିବା ସହ କରୋନା ବିରୋଧରେ କେନ୍ଦ୍ର ସରକାରଙ୍କ ସହାୟତା ଯୋଗାଇଦେବାକୁ ରେଳ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri