Posted inଖେଳ

କୋଭିଡ୍‌-୧୯ ପ୍ରଭାବିତ ଦଳକୁ ଆର୍ଥିକ ସହାୟତା ଦେବ ଇଂଲିଶ ଫୁଟବଲ ଲିଗ୍‌

ଲଣ୍ଡନ, ୨୦।୩(ଏପି)- କୋଭିଡ-୧୯ ଦ୍ୱାରା ପ୍ରଭାବିତ କ୍ଲବଗୁଡ଼ିକ ପାଇଁ ଇଂଲିଶ ଫୁଟବଲ ଲିଗ୍‌ ୫୦ ନିୟୁତ ପାଉଣ୍ଡ୍ସର ଆର୍ଥିକ ସହାୟତା ଘୋଷଣା କରିଛି। ଏହା ଭାରତୀୟ ମୁଦ୍ରାରେ ୪୩୫.୭୭ କୋଟି ଟଙ୍କା। କରୋନା ଭାଇରସର ପ୍ରକୋପ ଯୋଗୁ ଇଂଲଣ୍ଡ ଫୁଟବଲ ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଛି। ପ୍ରାଥମିକ ଯୋଜନା ମୁତାବକ ଲିଗ୍‌ ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବାର ଅଛି। କିନ୍ତୁ ସମ୍ଭାବନା ଖୁବ୍‌ କମ୍‌। ଖେଳ ନ ହେବାରୁ କ୍ଲବଗୁଡ଼ିକ ଯେଉଁ କ୍ଷତି ସହିବେ, ତାକୁ ଭରଣା କରିବାକୁ ଆଗେଇ ଆସିଛି ଇଏଫ୍‌ଏଲ। କୌଣସି ସମାଧାନ ନ ଥିବାରୁ ୫୦ ନିୟୁତ ପାଉଣ୍ଡର ଶର୍ଟ ଟର୍ମ ରିଲିଫ ପ୍ୟାକେଜ ଘୋଷଣା କରାଯାଇଛି ବୋଲି ବୋର୍ଡ ମିଟିଂ ପରେ ଇଏଫ୍‌ଏଲ ପକ୍ଷରୁ ଏକ ବିବୃତିରେ ଘୋଷଣା କରାଯାଇଛି। କ୍ଲବଗୁଡ଼ିକର ଆୟର ବଡ଼ ଅଂଶ ମ୍ୟାଚ୍‌ ରାଜସ୍ବ ଉପରେ ନିର୍ଭର କରେ। ସ୍କଟ୍‌ଲାଣ୍ଡରେ ଶୀର୍ଷ ସ୍ତରୀୟ କ୍ଲବ ହଟର୍‌ସ ତା’ର ଖେଳାଳି ଓ ଷ୍ଟାଫଙ୍କୁ କରୋନା ଭାଇରସ ଯୋଗୁ ପ୍ରଭାବିତ ସମୟରେ ୫୦ ପ୍ରତିଶତ ଦରମା ନେବାକୁ କହିଛି। ହାଟର୍‌ସ କ୍ଲବ ମାଲିକ ଆନ୍‌ ବଜ୍‌ କହିଛନ୍ତି, ଦଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ଅର୍ଥକୁ କାଟ୍‌ କରାଯାଉଛି। ଯେଉଁମାନେ କ୍ଲବର ନୂଆ ଚୁକ୍ତିରେ ରାଜି କିମ୍ବା ଇଚ୍ଛୁକ ନୁହନ୍ତି, ସେମାନଙ୍କୁ ଚୁକ୍ତିଭଙ୍ଗ କରିବାକୁ ବିକଳ୍ପ ଦିଆଯିବ। ସ୍କଟିଶ୍‌ ପେସାଦାର ଫୁଟବଲ ଲିଗ୍‌ ମଧ୍ୟ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ହାର୍ଦ୍ଦିକ ପାଣ୍ଡ୍ୟା CSK ଆସିବା ପରେ ଅଧିନାୟକଙ୍କ ସବୁଠାରୁ ବଡ଼ ସମସ୍ୟାର ହେବ ସମାଧାନ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧।୮: ନିଲାମ ହେଉ କିମ୍ବା ଟ୍ରେଡ ମାଧ୍ୟମରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK )ଏକ ସୁଲଭ ମୂଲ୍ୟରେ ଅସାଧାରଣ ପ୍ରତିଭା ସଂଗ୍ରହ କରିବାରେ କେବେ ପଛରେ ପଡ଼ିନାହିଁ।…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri