Posted inଖେଳ

କୋଭିଡ୍‌-୧୯ ନିର୍ମୂଳ ହେବା ପରେ କ୍ରିକେଟ ଖେଳାଯିବା ଉଚିତ: ଯୁବରାଜ

ନୂଆଦିଲ୍ଲୀ,୨୫।୪(ପି.ଟି.): ସମ୍ପୂର୍ଣ୍ଣ ରୂପେ ବିଶ୍ୱ କରୋନା ଭାଇରସ୍‌ ମୁକ୍ତ ହେବା ପରେ କ୍ରିକେଟ ଆରମ୍ଭ କରାଯିବା ଉଚିତ୍‌ ବୋଲି ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କହିଛନ୍ତି। କ୍ରିକେଟ ପାଇଁ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ପ୍ରାଥମିକତା ଦିଆଯିବା ନିହାତି ଜରୁରୀ ବୋଲି ସେ ମତ ଦେଇଛନ୍ତି। ପ୍ରଥମେ କରୋନା ଭାଇରସ୍‌ରୁ ଦେଶ ତଥା ବିଶ୍ୱକୁ ମୁକ୍ତି କରିବା ଆମର ଲକ୍ଷ୍ୟ ହେବା ଉଚିତ ବୋଲି ବିବିସିକୁ ସାକ୍ଷାତ୍‌କାର ଦେବା ଅବସରରେ ଯୁବି କହିଛନ୍ତି।
କରୋନା ଭାଇରସକୁ ସମ୍ପୂର୍ଣ୍ଣ ରୂପେ କିମ୍ବା ୯୦ରୁ ୯୫ ପ୍ରତିଶତ ନିର୍ମୂଳ କରାଯିବା ଉପରେ କାର୍ଯ୍ୟ କରାଯିବା ଉଚିତ। କାରଣ ଏପରି କରା ନ ଗଲେ ଖେଳାଳିମାନଙ୍କ ମଧ୍ୟରେ ଭୟ ରହିବ। କ୍ରିକେଟରମାନେ ପଡିଆକୁ, ବାହାରକୁ, ରାସ୍ତାକୁ ଏପରି କି ଡ୍ରେସିଂରୁମ୍‌କୁ ଯିବା ପାଇଁ ଭୟ କରିବେ। ଏପରି ହେଲେ ସ୍ବାଭାବିକ ଖେଳ ପ୍ରଦର୍ଶନ କରିବା ଅସମ୍ଭବ ହୋଇପଡିବ ଓ ଖେଳାଳିମାନେ କ୍ରିକେଟ ଉପରେ ଫୋକସ କରିପାରିବେ ନାହିଁ। ଏମିତିରେ ଜଣେ ଖେଳାଳି ଯେତେବେଳେ ନିଜ ଦେଶ, କ୍ଲବ ତରଫରୁ ପ୍ରତିନିଧିତ୍ୱ କରେ ଚାପରେ ଥାଏ। କରୋନ ଭାଇରସର ଭୟ ମନେ ନେଇ ଖେଳିବା ଅସମ୍ଭବ ବୋଲି ସେ କହିଛନ୍ତି। ସମ୍ଭାବ୍ୟ ସଂକ୍ରମଣର ମୁକାବିଲା କରିବା ନେଇ ମନରେ ଚ୍ୟାଲେଞ୍ଜ ରହିବ। କେତେବେଳେ କେଉଁଠାରୁ ସଂକ୍ରମଣ ହୋଇପାରେ ବୋଲି ମନରେ ଭୟ ରହିବା ସ୍ବାଭାବିକ। ତେଣୁ ପ୍ରଥମେ ଏହି ଭାଇରସ୍‌କୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରା ନ ଗଲେ କ୍ରିକେଟ ସମ୍ଭବ ନୁହଁ ବୋଲି ଯୁବରାଜ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଥାଉ କି, ଯୁବରାଜ କ୍ୟାରିୟରରେ ୪୦ ଟେଷ୍ଟ, ୩୦୪ଟି ଦିନିକିଆ ଓ ୫୮ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri