କୋଭିଡ୍‌-୧୯ ଏବଂ ବାୟୁ ସଂକ୍ରମଣ

”ମନରେ କୋଭିଡ୍‌-୧୯ ଭୂତାଣୁକୁ ନେଇ ଅନେକ ସମୟରେ ଅନେକ ପ୍ରଶ୍ନ ଆସିଥାଏ। ତନ୍ମଧ୍ୟରୁ ଗୋଟିଏ ହେଲା ଯେ ଏହା ବାୟୁ ମାଧ୍ୟମରେ ବ୍ୟାପୁ ନାହିଁ କାହିଁକି ? ବାସ୍ତବରେ ଏହାକୁ ଏକ ଆଶୀର୍ବାଦ ବୋଲି ବିଚାର କରିବାକୁ ହେବ। ନଚେତ୍‌ ଏହାର ଭୟବହତା ଆହୁରି ଯେ କେତେ ହୋଇଥାଆନ୍ତା ତାହା କଳନା କରିବା କଷ୍ଟକର। ନିକଟରେ (ମାର୍ଚ୍ଚ ୨୯, ୨୦୨୦) ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ୍‌ ଅର୍ଗାନାଇଜେଶନ) ଏହାକୁ ନେଇ ବିବରଣୀଟିଏ ପ୍ରସ୍ତୁତ କରିବା ସହିତ ଏହାର ପ୍ରତିଷେଧକ ମାର୍ଗ ଦର୍ଶିକାଟିଏ ପ୍ରକାଶ କରିଛି।“

ସମଗ୍ର ବିଶ୍ୱରେ ଏବେ ପ୍ରଳୟର ଆତଙ୍କ ସୃଷ୍ଟି କରିଛି ଏକ ନୂତନ ଶ୍ରେଣୀୟ କରୋନା ଭୂତାଣୁ। ଏହାକୁ କୁହାଯାଉଛି ‘କୋଭିଡ୍‌-୧୯’ ଅର୍ଥାତ୍‌, ୨୦୧୯ରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଡିଜିଜ। କେତେକେ ଏହାକୁ ନୂତନ କରୋନା ବୋଲି ଆଖ୍ୟା ଦେଇଛନ୍ତି। କାରଣ ଏହି ରୋଗକାରୀ ଭୂତାଣୁ କରୋନା ଶ୍ରେଣୀର ‘ମାରସ୍‌’ ବା ‘ସାରସ୍‌’ ଆଦି ରୋଗ ଭୂତାଣୁଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସୃଷ୍ଟି ହେବାର ମାତ୍ର କେଇ ମାସ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଏହାର ସଂକ୍ରମଣର ଶିକାର ହୋଇସାରିଛନ୍ତି ୨୧୦ଟି ଦେଶର ପ୍ରାୟ ୨୨ ଲକ୍ଷ ଲୋକ ଏବଂ ମୃତ୍ୟୁବରଣ କରିଛନ୍ତି ପ୍ରାୟ ୧.୫ ଲକ୍ଷ ଲୋକ। ଦିନକୁ ଦିନ ଏହାର କାୟା ବିସ୍ତାରିତ ହେବାରେ ଲାଗିଛି। ଫଳରେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ପ୍ରଥମେ ଚାଇନାରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ସେଠାରେ ଏବେ ନିୟନ୍ତ୍ରିତ ଅବସ୍ଥାରେ ଥିବାର କୁହାଯାଉଛି, ତେବେ ଆମେରିକା, ଇଟାଲୀ, ଇଂଲଣ୍ଡ, ସ୍ପେନ, ଇରାନ୍‌ ଆଦି ଦେଶରେ ତାହା ପ୍ରଳୟ ସୃଷ୍ଟି କରିଛି। ଆମ ଦେଶରେ ଏହାର ପ୍ରଭାବ ଅପେକ୍ଷାକୃତ କମ୍‌ ବୋଲି କୁହାଯାଇପାରେ। ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ସହସ୍ରାଧିକ ସଂକ୍ରମିତ ହୋଇଥିବା ବେଳେ ଶତାଧିକ ମୃତ୍ୟୁବରଣ କରିଛନ୍ତି। ତେବେ ସାମାନ୍ୟତମ ଅସାବଧାନତା କେଉଁ ମୁହୂର୍ତ୍ତରେ ଏହାକୁ କେଉଁ ରୂପ ଦେବ ତାହା କୁହାଯାଇପାରିବ ନାହିଁ। କାରଣ ଏହି ଭୂତାଣୁ ଦ୍ରୁତ ପ୍ରସାରଣକ୍ଷମ ଏବଂ ଅନ୍ୟପକ୍ଷରେ ଏହାର ଚିକିତ୍ସା ପାଇଁ ନିର୍ଭରଯୋଗ୍ୟ ଔଷଧଟିଏ ନାହିଁ କି ପ୍ରତିଷେଧକ ଟିକା ନାହିଁ। ପୁନଶ୍ଚ ଏହାର ଅଧିକାଂଶ ପ୍ରାଥମିକ ଲକ୍ଷଣ ସର୍ଦ୍ଦି ବା ଫ୍ଲୁ ପରି ହୋଇଥିବାରୁ ଏହାଦ୍ୱାରା ସଂକ୍ରମିତ ଲୋକଙ୍କୁ ସହଜରେ ଚିହ୍ନଟ କରିବା ସମ୍ଭବ ନୁହେଁ। କିନ୍ତୁ ସେଭଳି ଲୋକଙ୍କର ସାମାନ୍ୟତମ ସ୍ପର୍ଶରେ ଆସିଲେ ଏହି ରୋଗ ଡେଇଁ ଥାଏ। ସେଥିପାଇଁ ସାମାଜିକ ଦୂରତା ରକ୍ଷା କରିବା ଏବଂ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବ୍ୟବଧାନ ରକ୍ଷାକୁ ଏହାର ନିରାକରଣର ଏକମାତ୍ର ପନ୍ଥା କୁହାଯାଉଛି। ଏହାରି ଅବଲମ୍ବନ ହେତୁ ଚାଇନାରେ ଏହାର ସଂକ୍ରମଣକୁ ରୋକାଯାଇ ପାରିଲା ବୋଲି ମନେ କରାଯାଏ।
ମନରେ କୋଭିଡ୍‌-୧୯ ଭୂତାଣୁକୁ ନେଇ ଅନେକ ସମୟରେ ଅନେକ ପ୍ରଶ୍ନ ଆସିଥାଏ। ତନ୍ମଧ୍ୟରୁ ଗୋଟିଏ ହେଲା ଯେ ଏହା ବାୟୁ ମାଧ୍ୟମରେ ବ୍ୟାପୁ ନାହିଁ କାହିଁକି ? ବାସ୍ତବରେ ଏହାକୁ ଏକ ଆଶୀର୍ବାଦ ବୋଲି ବିଚାର କରିବାକୁ ହେବ। ନଚେତ୍‌ ଏହାର ଭୟାବହତା ଆହୁରି ଯେ କେତେ ହୋଇଥାଆନ୍ତା ତାହା କଳନା କରିବା କଷ୍ଟକର। ନିକଟରେ (ମାର୍ଚ୍ଚ ୨୯, ୨୦୨୦) ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ଏହାକୁ ନେଇ ବିବରଣୀଟିଏ ପ୍ରସ୍ତୁତ କରିବା ସହିତ ଏହାର ପ୍ରତିଷେଧକ ମାର୍ଗ ଦର୍ଶିକାଟିଏ ପ୍ରକାଶ କରିଛି।
ତଦନୁଯାୟୀ କୋଭିଡ୍‌-୧୯ ବା ନୂତନ କରୋନା ଭୂତାଣୁଟିଏ ଗୋଟିଏ ଏକକମାଳା ବିଶିଷ୍ଟ ‘ଆର୍‌ଏନ୍‌ଏ’ ଧାରୀ ଭୂତାଣୁ। ଅର୍ଥାତ୍‌ ଏହି ‘ଆର୍‌ଏନ୍‌ଏ’ ଅଣୁ ଉପରେ ଚର୍ବିଳ ପଦାର୍ଥ ସ୍ତର ଏବଂ ତା’ ଉପରେ ପ୍ରୋଟିନ୍‌ ଆବରଣଟିଏ ଥାଏ। ଏହି ଆବରଣ କଣ୍ଟାପରି ତେଣୁ ତାକୁ ଏକ ମୁକୁଟ ବା ଇଂଲିଶରେ ‘କ୍ରାଉନ୍‌’ ରୂପ ଦେଇଥାଏ। ସେଥିପାଇଁ ଏହି ରୋଗକୁ ‘କରୋନା’ ବୋଲି ନାମିତ କରାଯାଇଛି। ଭୂତାଣୁଟି ଶରୀର ମଧ୍ୟକୁ ପ୍ରବେଶ କଲା ପରେ କଣ୍ଟା ସଦୃଶ ଏହି ଶୁଣ୍ଢଗୁଡିକ ଆମ ଜୀବକୋଷ ସହିତ ସଂଯୁକ୍ତ ହୋଇପଡନ୍ତି ଏବଂ ତତ୍ପରେ ତହିଁରେ ଥିବା ଜିନୀୟ ପଦାର୍ଥ ବା ଆର୍‌ଏନ୍‌ଏ ଏଥି ମଧ୍ୟକୁ ପ୍ରବେଶ କରେ। ଅତଏବ ଆମେ ସଂକ୍ରମିତ ହେଉ। ଏହି ଭୂତାଣୁଟି ହେଉଛି ସବୁ ଆର୍‌ଏନ୍‌ଏ ଭୂତାଣୁଙ୍କ ତୁଳନାରେ ବଡ। ଏହା କେବଳ ୫-୧୦ ମାଇକ୍ରୋମିଟର ବ୍ୟାସବିଶିଷ୍ଟ ଶ୍ୱାସନ କ୍ଷୁଦ୍ର କଣିକା ମାଧ୍ୟମରେ ସ୍ବୟଂତ୍ୱରିତ ହୋଇପାରେ। ରୋଗୀର କାଶ, ଛିଙ୍କ, ଛେପ ଆଦିରୁ ଏହା ନିର୍ଗତ ହୋଇଥାଏ। ଏବଂ ତା’ ନିକଟରେ ଥିବା ସୁସ୍ଥ ଲୋକର ପାଟି, ନାକ କିମ୍ବା ଆଖି ଦେଇ ତା’ ଶରୀର ଭିତରକୁ ଯାଇଥାଏ। ତେବେ ଏହି କୋଷିକାଗୁଡିକ ଅପେକ୍ଷାକୃତ ବଡ ହୋଇଥିବାରୁ ପ୍ରାୟ ଏକ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଯାଇପାରନ୍ତି ନାହିଁ। ସେଇଥି ପାଇଁ ରୋଗୀଠାରୁ ଦୂରତ୍ୱ ରକ୍ଷା କଲେ ଏ ପ୍ରକାର ପ୍ରତ୍ୟକ୍ଷ ସଂକ୍ରମଣର ଆଶଙ୍କା ହ୍ରାସ ପାଏ। ଅନ୍ୟପକ୍ଷରେ ରୋଗୀର ଦେହରୁ ନିର୍ଗତ ହେଲାପରେ ଉକ୍ତ କଣିକାଗୁଡିକ ଅନ୍ୟ କୌଣସି ବସ୍ତୁରେ ମଧ୍ୟ ଲାଖି ରହିପାରନ୍ତି। ସୁସ୍ଥ ଲୋକଟିଏ ତାହାକୁ ଛୁଇଁଲେ ଭୂତାଣୁ ତା’ ହାତରେ ଲାଗି ପାଟି, ନାକ, ଆଖି କିମ୍ବା କାନ ଦେଇ ପରୋକ୍ଷରେ ସଂକ୍ରମଣ କରିପାରେ। ସେଥିପାଇଁ କୌଣସି କାର୍ଯ୍ୟ କଲା ପରେ ସାବୁନ କିମ୍ବା ସାଇଟାଇଜରରେ ହାତକୁ ବାରମ୍ବାର ଧୋଇବାକୁ ପରାମର୍ଶ ଦିଆଯାଉଛି। ସମ୍ଭବତଃ ଶୁଷ୍କ ପୃଷ୍ଠଭୂମିରେ ଏହି ଭୂତାଣୁ ୪-୫ ଘଣ୍ଟା ଏବଂ ଆର୍ଦ୍ର ପୃଷ୍ଠ ଭୂମିରେ ୧୨-୧୬ ଘଣ୍ଟା ସକ୍ରିୟ ରହିଥାଆନ୍ତି। ତେବେ, ବାୟୁ ଦ୍ୱାରା ଏହା ସଂକ୍ରମଣ ହେବା ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିନାହିଁ।
ସାଧାରଣତଃ ୫ ମାଇକ୍ରୋଗ୍ରାମରୁ କମ୍‌ ବ୍ୟାସ ହୋଇଥିବା କ୍ଷୁଦ୍ର କଣିକାଗୁଡିକ ବାୟୁରେ ଅଧିକ ସମୟ ଭାସି ରହିପାରନ୍ତି ଏବଂ ଅଧିକ ଦୂର ଯାଇପାରନ୍ତି। ତେବେ ସେଗୁଡିକ କୋଭିଡ୍‌-୧୯ ଭୂତାଣୁ ବହନ କରିପାରନ୍ତି ନାହିଁ। ଅନ୍ୟପକ୍ଷରେ କେତେକ ବିଶେଷ ପରିସ୍ଥିତିରେ ଏହା ହୁଏତ ସମ୍ଭବ ହୋଇପାରେ। ଉଦାହରଣ ସ୍ବରୂପ, ରୋଗୀକୁ ଶ୍ୱସନୀ ବିକ୍ଷଣ (ବ୍ରୋଙ୍କୋସ୍କୋପି), ମୁକ୍ତ ଚୂଷନ (ଫ୍ରି ସକସନିଂ), କଣିକାୟନ (ନେବୁଲାଇଜେଶନ), ଶ୍ୱାସନଳୀ ଛେଦନ (ଟ୍ରାକେଓଟୋମି) ଆଦି ଚିକିତ୍ସା କରୁଥିବା ବେଳେ ଚିକିତ୍ସକକୁ ବାୟୁ ମାଧ୍ୟମରେ ସଂକ୍ରମଣ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ସେ ସମୟରେ ସେମାନେ ନିର୍ଭୀଯୋଗ୍ୟ ମୁଖା ଏବଂ ଗ୍ଲୋଭ ବ୍ୟବହାର କରିବା ଏକାନ୍ତ ପ୍ରୟୋଜନ।
ବାୟୁରେ କୋଭିଡ୍‌-୧୯ ଭୂତାଣୁ ଭାସମାନ ଅବସ୍ଥାରେ ରହିବାର ଆଶଙ୍କାକୁ ନେଇ ଏବେ ବହୁ ପରୀକ୍ଷା ନିରୀକ୍ଷା ଚାଲିଛି। ଉଦାହରଣସ୍ବରୂପ ‘ଦ ନିୟୁ ଇଂଲଣ୍ଡ ଜର୍ନାଲ ଅଫ ମେଡିସିନ୍‌’ରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ବୈଜ୍ଞାନିକମାନେ ବାୟୁରେ ଭାସମାନ କଣିକାକୁ ଏକ ଶକ୍ତିଶାଳୀ ଯନ୍ତ୍ର ସାହାଯ୍ୟରେ ଉତ୍ପନ କରି ତହିିଁରେ ଏହାକୁ ଧରି ରଖିବା ସମ୍ଭବ ହୋଇପାରିଛି। ତେବେ ଏହି ବ୍ୟବସ୍ଥାଗୁଡିକ ଚିକିତ୍ସାରେ ବ୍ୟବହୃତ ଉପକରଣଗୁଡିକଠାରୁ ଭିନ୍ନ ଥିଲା। ତେଣୁ ବାୟୁ ମାଧ୍ୟମରେ ଏହାର ସଂକ୍ରମଣ କଥା ପ୍ରମାଣ ହୋଇପାରିଲା ନାହିଁ।
ଏସବୁ କଥା ବିଚାରକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା କୋଭିଡ୍‌-୧୯ ପ୍ରତିଷେଧକ ରୂପେ ସାମାଜିକ ଦୂରତା ରକ୍ଷା ଏବଂ ସ୍ପର୍ଶରୁ ଦୂରେଇ ରହିବାକୁ ଉପଦେଶ ଦେଇଛି। କେବଳ ଚିକିତ୍ସା ପାଇଁ ବାୟୁରେ ଭାସମାନ କଣିକା ବା ଏରେସଲ୍‌ ଉତ୍ପନ କରୁଥିବା ଯନ୍ତ୍ରପାତି ବ୍ୟବହାର କରୁଥିଲେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ବାୟୁବାହିତ ସଂକ୍ରମଣ ପ୍ରତି ସଚେତନ ରହିବା ଉଚିତ। ଅତଏବ, ସାଧାରଣ ଭାବେ ଏହି ରୋଗରୁ ଦୂରେଇ ରହିବାକୁ ହେଲେ ମୁଖା ବା ମାସ୍କ ଓ ଗ୍ଲୋଭସ ବ୍ୟବହାର କରନ୍ତୁ। ପରିବେଶୀୟ ସ୍ବଚ୍ଛତା ଓ ବ୍ୟକ୍ତିଗତ ପରିମଳ (ସାବୁନ୍‌ରେ ହାତ ଧୋଇବା ଭଳି) ରକ୍ଷା, କୀଟାଣୁନାଶକ ସ୍ପ୍ରେ କରିବା ଏବଂ ରୋଗୀଠାରୁ ଦୂରେଇ ରଖିବା ଏଥିପାଇଁ ଯଥେଷ୍ଟ ବୋଲି ଏହା ମତପ୍ରକାଶ କରିଛି।

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ,୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ବୃହତ୍‌ ଷ୍ଟିଲ୍‌ ପ୍ଲାଣ୍ଟ ଭୁଲିଯାଇ ଜାହାଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri