କୋଭିଡ-୧୯ ସଂକ୍ରମଣ: ପାକ୍‌ ସ୍କ୍ବାଶ୍‌ ଲିଜେଣ୍ଡ ଆଜମ ଖାନ୍‌ ମୃତ

କରାଚୀ, ୩୦।୩(ପି.ଟି.):ପାକିସ୍ତାନର କିମ୍ବଦନ୍ତୀ ସ୍କ୍ବାଶ୍‌ ଖେଳାଳି ଆଜମ ଖାନ୍‌ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଲଣ୍ଡନ୍‌ରେ ତାଙ୍କର ଦେହାନ୍ତ ହୋଇଛି। ଏ ନେଇ ତାଙ୍କ ପରିବାର ସୂଚନା ଦେଇଛି। ଆଜମ ୧୯୫୯ରୁ ୧୯୬୧ ପର୍ଯ୍ୟନ୍ତ କ୍ରମାଗତ ଭାବେ ବ୍ରିଟିଶ ଓପନ ଟାଇଟଲ ହାସଲ କରିଥିଲେ। ଗତ ସପ୍ତାହରେ ସେ କୋଭିଡ-୧୯ ପାଇଁ ହୋଇଥିବା ପରୀକ୍ଷାରେ ପଜିଟିଭ ଥିଲେ ବୋଲି ଜଣାପଡିଥିଲା। ୯୫ ବର୍ଷ ବୟସରେ ସେ ଲଣ୍ଡନର ଏଲିଙ୍ଗ୍‌ ହସ୍ପିଟାଲରେ ଶନିବାର ପ୍ରାଣତ୍ୟାଗ କରିଥିଲେ।
କିମ୍ବଦନ୍ତୀ ଖେଳାଳି ହାଶିମ ଖାନଙ୍କ ସାନଭାଇ ଆଜମ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍କ୍ବାଶ ଖେଳାଳି ରୂପେ ବିବେଚିତ ହୁଅନ୍ତି। ଇଞ୍ଜୁରି ଓ ୧୯୬୨ରେ ତାଙ୍କର ୧୪ ବର୍ଷୀୟ ପୁଅର ଦୁଃଖଦ ମୃତ୍ୟୁ ପରେ ସେ ଖେଳ ଛାଡିଦେଇଥିଲେ। ୨ ବର୍ଷପରେ ଇଞ୍ଜୁରିରୁ ମୁକ୍ତ ହୋଇଥିଲେ ମଧ୍ୟ ସେ ପୁଅର ମୃତ୍ୟୁ ଜନିତ ମାନସିକ ଆଘାତରୁ ମୁକୁଳି ପାରି ନ ଥିଲେ। ପେଶାଓ୍ବାର ଉପକଣ୍ଠରେ ଥିବା ଏକ ଛୋଟିଆ ଗାଁ ନଓ୍ବାକିଲେରେ ସେ ଜନ୍ମ ଗ୍ରହଣ କରିଥିଲେ। ଏହି ଗାଁରୁ ଜାହାଙ୍ଗୀର ଓ ଜାନଶେର ଖାନଙ୍କ ଭଳି ବିଶ୍ୱସ୍ତରୀୟ ସ୍କ୍ବାଶ୍‌ ଖେଳାଳି ସୃଷ୍ଟି ହୋଇଥିଲେ। ୧୯୫୬ରେ ଆଜମ ୟୁନାଟେଡ କିଙ୍ଗ୍‌ଡମ୍‌ରେ ସ୍ଥାୟୀ ଭାବେ ରହି ଆସୁଥିଲେ। ସେ ୧୯୬୨ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହାର୍ଡବଲ୍‌ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ପ୍ରଥମଥର ପାଇଁ ଜିତିଥିଲେ। ଏହାପରେ ସେ ଇଞ୍ଜୁରିର ଶିକାର ହୋଇଥିଲେ ଓ ତାଙ୍କ ପୁଅର ଅକାଳ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri