Posted inଖେଳ

କୋପା ଆମେରିକା: ସେମିରେ ବ୍ରାଜିଲ

ପୋର୍ତୋ ଆଲେଗ୍ରେ,୨୯।୬-
ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ପ୍ରଥମ ଦଳଭାବେ ବ୍ରାଜିଲ ସେମିଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଏହି ଦଳ ଶୁଟ୍‌ଆଉଟ୍‌ ଜରିଆରେ ପାରାଗୁଏକୁ ପରାସ୍ତ କରିଛି। ୨୦୧୧ ଓ ୨୦୧୫ ସଂସ୍କରଣରେ ପାରାଗୁଏ କ୍ୱାର୍ଟର ଫାଇନାଲରେ ସମାନ ପରିସ୍ଥିତିରେ ଶୁଟ୍‌ଆଉଟ ଜରିଆରେ ବ୍ରାଜିଲକୁ ହରାଇ ବିଦା କରିଥିଲା। ଏଥର ବ୍ରାଜିଲ ତାହାର ମଧୁର ପ୍ରତିଶୋଧ ନେଇଛି। ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲେହେଁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଗୋଲ ଶୂନ୍ୟ ରହିଥିଲା। ଓ୍ବିଲିଆନ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେହେଁ ତାଙ୍କ ଶଟ୍‌ ଗୋଲ୍‌ପୋଷ୍ଟରେ ବାଜି ଆଉଟ୍‌ ହୋଇଯାଇଥିଲା। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ରବର୍ଟୋ ଫାରମିନୋଙ୍କୁ ଏକ ପ୍ରଫେଶନାଲ ଫାଉଲ ଯୋଗୁ ପାରାଗୁଏର ଫାବିଆନୋ ବାଲ୍‌ବୁଏନାଙ୍କୁ ରେଡ୍‌କାର୍ଡ ହେଇଥିଲା। ଫଳରେ ତାଙ୍କୁ ପଡ଼ିଆ ଛାଡ଼ିବାକୁ ହୋଇଥିଲା। ଏହାପରେ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ବ୍ରାଜିଲ ୪-୩ ବ୍ୟବଧାନରେ ମ୍ୟାଚ୍‌ ଜିତିଥିଲା।
ଏହି ପର୍ଯ୍ୟାୟରେ ବ୍ରଜିଲ ପକ୍ଷରୁ ଓ୍ବିଲିଆନ ଡିସିଲ୍‌ଭା, ମର୍କ୍ୱିନହୋସ, ଫିଲିପେ କୌଟିନ୍‌ହୋ, ଗାବ୍ରିଏଲ ଜିସସ ଗୋଲ ଦେଇଥିବାବେଳେ ପିର୍ମିନୋ ମିସ୍‌ କରିଥିଲେ। ପାରାଗୁଏ ପକ୍ଷରୁ ଆଲମିରନ, ଭାଲଡେଜ, ଓ ଆର. ରୋଜାସ ଗୋଲ ଦେଇଥିବାବେଳେ ଦୁଇ ତାରକା ଖେଳାଳି ଗୁସ୍ତାଭୋ ଗୋମେଜ ଓ ଆଲବର୍ଟୋ ଗୋଞ୍ଜାଲେଜ ମିସ୍‌ କରିଥିଲେ। ପାରାଗୁଏର ଗୋମେଜଙ୍କ ଉଦ୍ୟମକୁ ବ୍ରାଜିଲ ଗୋଲକିପର ଆଲିସନ ବେକାର କରି ଦେଇଥିଲେ। ତାଙ୍କ ପରେ ଗତ ମ୍ୟାଚ୍‌ରେ ପେନାଲ୍ଟି ହାତଛଡ଼ା କରିଥିବା ଗାବ୍ରିଏଲ ଜିସସ ବ୍ରାଜିଲ ଲାଗି ବିଜୟ ସୂଚକ ଗୋଲ ଦେଇଥିଲେ। ବ୍ରାଜିଲ ଗଣମାଧ୍ୟମ ଏହି ମ୍ୟାଚ ଖବର ଛାପିଲା ବେଳେ ୨୦୧୧ରେ ଆର୍ଜେଣ୍ଟିନା ଏବଂ ଏହାର ୪ ବର୍ଷ ପରେ ଚିଲିରେ ଯନ୍ତ୍ରଣାଦାୟକ ସ୍ମୃତିକୁ ମନେ ପକାଇଛନ୍ତି। ପାରଗୁଏ କିପରି ରକ୍ଷଣାତ୍ମକ ଖେଳି ସ୍ପଟ୍‌ କିକ୍‌ ଲଟୋରୀରେ ଜିତାପଟ ହାସଲ କରିଥିଲା ତାହାକୁ ସେମାନେ ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି। ଏଥର କିନ୍ତୁ ଗୋଲକିପର ଆଲିସନଙ୍କ ଚମତ୍କାର ଗୋଲ ରକ୍ଷଣ ଯୋଗୁ ବ୍ରାଜିଲ ଜିତାପଟ ହାସଲ କରିଛି। ଆର୍ଜେଣ୍ଟିନା ଓ ଭେନେଜୁଏଲା ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବ। ଏହାର ବିଜେତାକୁ ବ୍ରାଜିଲ ସେମିଫାଇନାଲରେ ଭେଟିବ।
ଲିଗ୍‌ ପର୍ଯ୍ୟାୟରେ ବ୍ରଜିଲ ଗ୍ରୁପ ‘ଏ’ରେ ବଲିଭିଆକୁ ୩-୦ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବାବେଳେ ଭେନେଜୁଏଲା ବିପକ୍ଷ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ତୃତୀୟ ମ୍ୟାଚରେ ପେରୁକୁ ୫-୦ ଗୋଲରେ ହରାଇ ଗ୍ରୁପ୍‌ରେ ୭ ପଏଣ୍ଟ ସହ ଶୀର୍ଷସ୍ଥାନ ହାସଲ କରିଥିଲା। ଦୁଇ ସେମିଫାଇନାଲ ଯଥାକ୍ରମେ ଜୁଲାଇ ୨ ଓ ୩ରେ ଅନୁଷ୍ଠିତ ହେବ। ଫାଇନାଲ ଜୁଲାଇ ୭ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri