Posted inଖେଳ

କୋଚ୍‌ ଚୟନ ପ୍ରକ୍ରିୟାରେ କୋହଲିଙ୍କର ମତ ଦେବା ଅଧିକାର ରହିଛି: ସୌରଭ

କୋଲକାତା, ୧।୮(ପି.ଟି.)- ଅଧିନାୟକ ଭାବେ ବିରାଟ କୋହଲିଙ୍କର କୋଚ୍‌ ଚୟନ ପ୍ରକ୍ରୟାରେ ମତ ଦେବାର ଅଧିକାର ରହିଛି ବୋଲି ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଆଇସିସି ବିଶ୍ୱକପର ସେମିଫାନାଲରୁ ଭାରତର ବିଦାୟ ପରେ ଗଣମାଧ୍ୟମସହ ନିଜର ପ୍ରଥମ ଭାବ ବିନିମୟ ଅବସରରେ କୋହଲି ବର୍ତ୍ତମାନର କୋଚ୍‌ ରବି ଶାସ୍ତ୍ରୀଙ୍କୁ ସମର୍ଥନ କରିଥିଲେ। ଶାସ୍ତ୍ରୀ କୋଚ୍‌ ପଦ ବଜାୟ ରଖିଲେ ସେ ଖୁସି ହେବେ ବୋଲି କହିଥିଲେ। ଭାରତର ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପରେ ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଶେଷ ହେଉଛି।
”ସେ ହେଉଛନ୍ତି ଅଧିନାୟକ। ତେଣୁ କୋଚ୍‌ ଚୟନ କ୍ଷେତ୍ରରେ ମତ ଦେବାରେ ତାଙ୍କର ପୂର୍ଣ୍ଣ ଅଧିକାର ରହିଛି“ ବୋଲି ଗାଙ୍ଗୁଲି କହିଛନ୍ତି। ୨୦୧୭ରେ ଶାସ୍ତ୍ରୀ କୋଚ୍‌ଭାବେ ମନୋନୀତ ହେବା ସମୟରେ ଗାଙ୍ଗୁଲି କ୍ରିକେଟ ପରାମର୍ଶଦାତା କମିଟି(ସିଏସି)ର ଅନ୍ୟତମ ସଦସ୍ୟ ଥିଲେ। ଏହି କମିଟିର ଅନ୍ୟ ଦୁଇ ସଦସ୍ୟ ହେଲେ ସଚିନ ତେନ୍ଦୁଲକର ଓ ଭିଭିଏସ ଲକ୍ଷ୍ମଣ। ଏବେ କୋଚ୍‌ ଚୟନ ପାଇଁ କପିଳ ଦେବ, ଅଶୁମାନ ଗାଏକ୍ୱାଡ୍‌ ଓ ଶାନ୍ତା ରଙ୍ଗାସ୍ବାମୀଙ୍କୁ ନେଇ ସିଏସି ଗଠିତ ହୋଇଛି। ଆବେଦନ ପାଇଁ ମଙ୍ଗଳବାର ଶେଷ ଦିନ ଥିବାବେଳେ ବର୍ତ୍ତମାନର କୋଚ୍‌ଭାବେ ଶାସ୍ତ୍ରୀ ସ୍ବାଭାବିକଭାବେ ଚୟନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। କପିଳଙ୍କ ନେତୃତ୍ୱାଧୀନ କମିଟି ଗତ ଡିସେମ୍ବରରେ ଡବଲ୍ୟୁ.ଭି. ରମଣଙ୍କୁ ମହିଳା ଦଳର କୋଚ୍‌ ଚୟନ କରିଥିଲା।
ପ୍ରକାଶ ଯୋଗ୍ୟ ଯେ, କୋଚ୍‌ ଚୟନ ସମୟରେ କମିଟି କାହାରି କଥାକୁ ଶୁଣିବ ନାହିଁ ବୋଲି ଅନ୍ୟତମ ସଦସ୍ୟ ଗାଏକ୍ୱାଡ ପ୍ରକାଶ କରିଥିଲେ। ”କୋହଲି କ’ଣ କହୁଛନ୍ତି କିମ୍ବା ଅନ୍ୟ କିଏ କ’ଣ କହୁଛି ତା’ର କିଛି ମାନେ ନାହିଁ। ମହିଳା ଦଳର କୋଚ୍‌ ଚୟନ ସମୟରେ ଅନେକ ବିବାଦ ଉପୁଜିଥିଲା। ଆମେ ସେତେବେଳେ ମଧ୍ୟ କାହା କଥା ଶୁଣି ନ ଥିଲୁ“ ବୋଲି ଗାଏକ୍ୱାଡ କହିଥିଲେ। କୋହଲି କିମ୍ବା ଶାସ୍ତ୍ରୀ ଯାହାବି କହିଥାନ୍ତୁ ଆମେ ବିସିସିଆଇ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବୁ। ଖବରଦାତା ସମ୍ମିଳନୀରେ କୋହଲି ଓ ଶାସ୍ତ୍ରୀ ଯାହାବି କହିଛନ୍ତି ଉଭୟଙ୍କ ଉପସ୍ଥିତିରେ, ଏଥିରେ ଆମର କିଛି ଯାଏ ଆସେ ନାହିଁ। ଆମେ ସ୍ବାଧୀନଭାବେ ମୁକ୍ତ ମନରେ କୋଚ୍‌ ଚୟନ କରିବୁ“ ବୋଲି ୬୬ ବର୍ଷୀୟ ଗାଏକ୍ୱାଡ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri