କୋକିଢ଼ିହ-ଗାରୋଇ ରାସ୍ତାରେ ଫସିଲା ହାଇଓ୍ବା ୧୨ ଘଣ୍ଟା ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ନାଉଗଁା,୧୫ା୧୨(ସ୍ବ.ପ୍ର.): ନାଉଗଁ। ବ୍ଲକ ସଦର ମହକୁମାରୁ କୋରୁଅ ପଞ୍ଚାୟତ ତେଲସରାକୁ ସଂଯୋଗୀକରଣ ପାଇଁ ନାଉଗଁା-ଗାରୋଇ ରାସ୍ତା ରହିଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଯାଉଛି। ରାସ୍ତାଟି ମୋଟ୍‌ ୧୫ କିମି ହୋଇଥିବାବେଳେ ପ୍ରାୟ ୩ କିମି କଂକ୍ରିଟ ହୋଇଛି। ଅବଶିଷ୍ଟ ୧୨ କି.ମି ପିଚୁ କରାଯାଇଛି। ତେବେ ଏହି ରାସ୍ତାରେ ଏକାଧିକ କଲଭର୍ଟ ନିର୍ମାଣ କରାଯାଇଛି। ମାତ୍ର କଲଭର୍ଟ ଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଶନିବାର ଭୋର ସମୟରେ ଗଙ୍ଗଦାହାଟ ନିକଟରେ ଥିବା କଲଭର୍ଟ ଦେଇ ଏକ ପଥର ବୋଝେଇ ହାଇଓ୍ବା ଯିବା ସମୟରେ ରାସ୍ତା ଦବି ଯାଇଥିଲା। ଫଳରେ ହାଇଓ୍ବା ଆଗକୁ ଯାଇ ନ ପାରି ସେଠାରେ ଫସି ରହିଥିଲା। ଯଦ୍ଦ୍ବାରା ରାସ୍ତାଟି ସମ୍ପୂର୍ଣ୍ଣ ଜାମ ହୋଇଥିଲା। ଏଥିଯୋଗୁ ପ୍ରାୟ ୧୨ ଘଣ୍ଟା ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସନ୍ଧ୍ୟାରେ ହାଇଓ୍ବାକୁ ହଟାଯିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଯେଉଁ ସ୍ଥାନରେ ହାଇଓ୍ବା ଦବିଥିଲା ସେହି ସ୍ଥାନରେ ଥିବା କଲଭର୍ଟକୁ ୩ ଦିନ ତଳେ ମରାମତି ପାଇଁ ଖୋଳାଯାଇଥିଲା। କିନ୍ତୁ କାର୍ଯ୍ୟ କରାଯାଇ ନ ଥିଲା। ତେଣୁ ପଥର ବୋଝେଇ ହାଇଓ୍ବା ଭାରାସାମ୍ୟ ହରାଇ ଗୋଟିଏ ପାର୍ଶ୍ୱକୁ ଢଳି ରହିଥିଲା। ସେହିପରି ରାସ୍ତା କଡରେ ଥିବା ଏକ ଫଳ ଦୋକାନ ଆଡ଼କୁ ଗାଡ଼ି ଢଳାଇ ଯାଇଥିଲା। ମାତ୍ର ଦୋକାନୀ ଶୋଇଥିଲେ ମଧ୍ୟ ବର୍ତ୍ତି ଯାଇଛନ୍ତି।
ବ୍ଲକର କୋକିଡ଼ିହଠାରୁ ଗାରୋଇ ପର୍ଯ୍ୟନ୍ତ ୧୫ କମି ରାସ୍ତା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ୧୯୮୫-୧୯୯୦ ମଧ୍ୟରେ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ମେଟାଲ କରାଯାଇଥିଲା। ପରେ ୧୯୯୦ରୁ ୯୫ ମଧ୍ୟରେ ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ଆଞ୍ଚଳିକପାଣ୍ଠିରୁ ନାଉଗଁାଠାରୁ ବାଂଶ ପଞ୍ଚାୟତ ଚାନ୍ଦପୁରା ପଯର୍‌ୟନ୍ତ ପିଚୁ କରାଯାଇଥିଲା। ଏହା ଶେଷ ହୋଇ ନ ପାରିବାରୁ ୧୯୯୫-୨୦୦୦ ମଧ୍ୟରେ ପୂର୍ବତନ ବିଧାୟକ ଡା.ଲଲାଟେନ୍ଦୁ ମହାପାତ୍ରଙ୍କ ସମୟରେ ୪ କୋଟି ଟଙ୍କା ବ୍ୟୟ କରାଯାଇ ଗାରୋଇ ପର୍ଯ୍ୟନ୍ତ ପିଚୁ କରାଯାଇଥିଲା। ପିଚୁ କାଯର୍‌ୟ ଶେଷ ହେବା ପରେ ରାସ୍ତାଟିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ସେହିଦିନଠାରୁ ପୂର୍ତ୍ତ ବିଭାଗ ରକ୍ଷଣାବେକ୍ଷଣ ପାଇଁ ରାସ୍ତାରେ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛି। ମାତ୍ର ରାସ୍ତା ଅବସ୍ଥା ସୁଧୁରିବାର ନାଁ ଧରୁ ନାହିଁ। ଏପରି କି ରାସ୍ତା ପ୍ରଶସ୍ତୀକରଣ ବେଳେ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନ ଥିଲେ। ଫଳରେ ଠିକାଦାର ମନଇଚ୍ଛା କାର୍ଯ୍ୟ କରିଥିଲେ। ଯେଉଁଥି ପାଇଁ ଅଳ୍ପ ଦିନରେ ରାସ୍ତା ବିପଯର୍‌ୟସ୍ତ ହୋଇ ପଡିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଏସ୍‌ଡିଓ ସନ୍ତୋଷ ମହାପାତ୍ରଙ୍କୁ ପଚାରିବାରେ ସେ କହିଥିଲେ, ହାଇଓ୍ବାଟି କ୍ଷମତାଠାରୁ ଅଧିକ ସାମଗ୍ରୀ ପରିବହନ କରୁଥିଲା। ତେଣୁ ଏଭଳି ସମସ୍ୟା ହୋଇଥିଲା। ମାତ୍ର ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇ ନ ଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri