କୋକିଢ଼ିହ-ଗାରୋଇ ରାସ୍ତାରେ ଫସିଲା ହାଇଓ୍ବା ୧୨ ଘଣ୍ଟା ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ନାଉଗଁା,୧୫ା୧୨(ସ୍ବ.ପ୍ର.): ନାଉଗଁ। ବ୍ଲକ ସଦର ମହକୁମାରୁ କୋରୁଅ ପଞ୍ଚାୟତ ତେଲସରାକୁ ସଂଯୋଗୀକରଣ ପାଇଁ ନାଉଗଁା-ଗାରୋଇ ରାସ୍ତା ରହିଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଯାଉଛି। ରାସ୍ତାଟି ମୋଟ୍‌ ୧୫ କିମି ହୋଇଥିବାବେଳେ ପ୍ରାୟ ୩ କିମି କଂକ୍ରିଟ ହୋଇଛି। ଅବଶିଷ୍ଟ ୧୨ କି.ମି ପିଚୁ କରାଯାଇଛି। ତେବେ ଏହି ରାସ୍ତାରେ ଏକାଧିକ କଲଭର୍ଟ ନିର୍ମାଣ କରାଯାଇଛି। ମାତ୍ର କଲଭର୍ଟ ଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଶନିବାର ଭୋର ସମୟରେ ଗଙ୍ଗଦାହାଟ ନିକଟରେ ଥିବା କଲଭର୍ଟ ଦେଇ ଏକ ପଥର ବୋଝେଇ ହାଇଓ୍ବା ଯିବା ସମୟରେ ରାସ୍ତା ଦବି ଯାଇଥିଲା। ଫଳରେ ହାଇଓ୍ବା ଆଗକୁ ଯାଇ ନ ପାରି ସେଠାରେ ଫସି ରହିଥିଲା। ଯଦ୍ଦ୍ବାରା ରାସ୍ତାଟି ସମ୍ପୂର୍ଣ୍ଣ ଜାମ ହୋଇଥିଲା। ଏଥିଯୋଗୁ ପ୍ରାୟ ୧୨ ଘଣ୍ଟା ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସନ୍ଧ୍ୟାରେ ହାଇଓ୍ବାକୁ ହଟାଯିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଯେଉଁ ସ୍ଥାନରେ ହାଇଓ୍ବା ଦବିଥିଲା ସେହି ସ୍ଥାନରେ ଥିବା କଲଭର୍ଟକୁ ୩ ଦିନ ତଳେ ମରାମତି ପାଇଁ ଖୋଳାଯାଇଥିଲା। କିନ୍ତୁ କାର୍ଯ୍ୟ କରାଯାଇ ନ ଥିଲା। ତେଣୁ ପଥର ବୋଝେଇ ହାଇଓ୍ବା ଭାରାସାମ୍ୟ ହରାଇ ଗୋଟିଏ ପାର୍ଶ୍ୱକୁ ଢଳି ରହିଥିଲା। ସେହିପରି ରାସ୍ତା କଡରେ ଥିବା ଏକ ଫଳ ଦୋକାନ ଆଡ଼କୁ ଗାଡ଼ି ଢଳାଇ ଯାଇଥିଲା। ମାତ୍ର ଦୋକାନୀ ଶୋଇଥିଲେ ମଧ୍ୟ ବର୍ତ୍ତି ଯାଇଛନ୍ତି।
ବ୍ଲକର କୋକିଡ଼ିହଠାରୁ ଗାରୋଇ ପର୍ଯ୍ୟନ୍ତ ୧୫ କମି ରାସ୍ତା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ୧୯୮୫-୧୯୯୦ ମଧ୍ୟରେ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ମେଟାଲ କରାଯାଇଥିଲା। ପରେ ୧୯୯୦ରୁ ୯୫ ମଧ୍ୟରେ ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ଆଞ୍ଚଳିକପାଣ୍ଠିରୁ ନାଉଗଁାଠାରୁ ବାଂଶ ପଞ୍ଚାୟତ ଚାନ୍ଦପୁରା ପଯର୍‌ୟନ୍ତ ପିଚୁ କରାଯାଇଥିଲା। ଏହା ଶେଷ ହୋଇ ନ ପାରିବାରୁ ୧୯୯୫-୨୦୦୦ ମଧ୍ୟରେ ପୂର୍ବତନ ବିଧାୟକ ଡା.ଲଲାଟେନ୍ଦୁ ମହାପାତ୍ରଙ୍କ ସମୟରେ ୪ କୋଟି ଟଙ୍କା ବ୍ୟୟ କରାଯାଇ ଗାରୋଇ ପର୍ଯ୍ୟନ୍ତ ପିଚୁ କରାଯାଇଥିଲା। ପିଚୁ କାଯର୍‌ୟ ଶେଷ ହେବା ପରେ ରାସ୍ତାଟିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ସେହିଦିନଠାରୁ ପୂର୍ତ୍ତ ବିଭାଗ ରକ୍ଷଣାବେକ୍ଷଣ ପାଇଁ ରାସ୍ତାରେ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛି। ମାତ୍ର ରାସ୍ତା ଅବସ୍ଥା ସୁଧୁରିବାର ନାଁ ଧରୁ ନାହିଁ। ଏପରି କି ରାସ୍ତା ପ୍ରଶସ୍ତୀକରଣ ବେଳେ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନ ଥିଲେ। ଫଳରେ ଠିକାଦାର ମନଇଚ୍ଛା କାର୍ଯ୍ୟ କରିଥିଲେ। ଯେଉଁଥି ପାଇଁ ଅଳ୍ପ ଦିନରେ ରାସ୍ତା ବିପଯର୍‌ୟସ୍ତ ହୋଇ ପଡିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଏସ୍‌ଡିଓ ସନ୍ତୋଷ ମହାପାତ୍ରଙ୍କୁ ପଚାରିବାରେ ସେ କହିଥିଲେ, ହାଇଓ୍ବାଟି କ୍ଷମତାଠାରୁ ଅଧିକ ସାମଗ୍ରୀ ପରିବହନ କରୁଥିଲା। ତେଣୁ ଏଭଳି ସମସ୍ୟା ହୋଇଥିଲା। ମାତ୍ର ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇ ନ ଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri