କୋଇଲା ଚାହିଦା ଏବେ କମିବନି: କୋଲ୍‌ ଇଣ୍ଡିଆ ମୁଖ୍ୟ

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଦେଶରେ ବିକଳ୍ପ ଶକ୍ତି ଉତ୍ସଗୁଡିକର ଚାହିଦା ବର୍ତ୍ତମାନ ବଢୁଛି। ଏଭଳି ସ୍ଥିତିରେ ତାପଜ ବିଦ୍ୟୁତ ଶକ୍ତି ଚାହିଦା ଅନେକ ବର୍ଷ ଯାଏ କମିବନି। ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ଆଗାମୀ ଦିନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଅନ୍ତତଃ ପକ୍ଷେ ୨୦୩୦ ପର୍ଯ୍ୟନ୍ତ କୋଇଲା ଚାହିଦାରେ କୌଣସି ହ୍ରାସ ଦେଖାଯିବ ନାହିଁ। ଅପରପକ୍ଷରେ ଏହାର ଚାହିଦା ବଢିବ ବୋଲି କୋଲ୍‌ ଇଣ୍ଡିଆ ସିଏମ୍‌ଡି ଅନୀଲ କୁମାର ଝା ଶୁକ୍ରବାର ସୂଚନା ଦେଇଛନ୍ତି।
ସ୍ଥାନୀୟ ଏକ ହୋଟେଲରେ କୋଇଲା ମନ୍ତ୍ରଣାଳୟ ଏବଂ ଶିଳ୍ପ ସଂଘ ଫିକି ପକ୍ଷରୁ ଆୟୋଜିତ କୋଇଲା କ୍ଷେତ୍ରର ସମସ୍ୟା ସମ୍ପର୍କିତ ଅଂଶୀଦାରଙ୍କ କାର୍ଯ୍ୟକ୍ରମରେ ଝା କହିଛନ୍ତି ଯେ, ଆଗାମୀ ଦିନରେ କୋଇଲା ବ୍ୟବହାର କମିଲେ ମଧ୍ୟ ଦେଶରେ ଉତ୍ପାଦିତ ମୋଟ ବିଦ୍ୟୁତ ଶକ୍ତି ମଧ୍ୟରୁ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକର ଯୋଗଦାନ ୫୦% ରହିଥିବ। ଦେଶରେ କୋଇଲା ଚାହିଦା ତୁଳନାରେ ଉତ୍ପାଦନ କମ୍‌ ରହିଛି। ଏହାକୁ ନଜରରେ ରଖି ଉତ୍ପାଦନ ବଢାଇବା ଦିଗରେ କୋଲ ଇଣ୍ଡିଆ କାର୍ଯ୍ୟ କରୁଥିବା ସେ ମତ ଦେଇଛନ୍ତି। ଗତ ବର୍ଷ କୋଲ ଇଣ୍ଡିଆ ୬୦୭ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିଥିବା ବେଳେ ଦେଶରେ କୋଇଲା ବ୍ୟବହାର ପରିମାଣ ୯୬୫ ନିୟୁତ ଟନ୍‌ ରହିଛି। ଚାହିଦା ପୂରଣ ଲାଗି ୨୩୫ ନିୟୁତ ଟନ୍‌ କୋଇଲା ଆମଦାନୀ ହୋଇଛି। ଋଷିଆ ଏବଂ ଅଷ୍ଟ୍ରେଲିଆରେ କମ୍ପାନୀ କୋଇଲା ଖଣି ସନ୍ଧାନରେ ରହିଥିବା ଝା ପ୍ରକାଶ କରିଛନ୍ତି।
କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ରାଜ୍ୟରେ କୋଇଲା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। କୋଇଲା ଉତ୍ପାଦନ କ୍ଷେତ୍ରରେ ସନ୍ତୁଳନ ଆଣିବାର ଆବଶ୍ୟକତା ରହିଛି। ଏହାବାଦ ପରିବେଶ ସମସ୍ୟାର ଦୂରୀକରଣ, କୋଇଲା ଖଣି ଆଖପାଖରେ ବସବାସ କରୁଥିବା ଲୋକଙ୍କ ଜୀବନକୁ ସହଜ କରିବା ସହ ସମ୍ବେଦନଶୀଳ ଢଙ୍ଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
କେନ୍ଦ୍ର କୋଇଲା ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦେଉଥିବାରୁ ଆଗାମୀ ଦିନରେ କୋଇଲା ପରିବହନ ଖର୍ଚ୍ଚ ଓ ବିଦ୍ୟୁତ ଶକ୍ତି ଦାମ୍‌ କମିବା ନେଇ ଆଶା କରାଯାଉଥିବା ଫିକି ଓଡ଼ିଶା ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି। କୋଇଲା କ୍ଷେତ୍ର ଲାଗି ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଆଶିଷ ଉପାଧ୍ୟାୟ ଏଠାରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ କୋଇଲା ସଚିବ ସୁମନ୍ତ ଚୌଧୁରୀ, ରାଜ୍ୟ ଖଣି ଏବଂ ଇସ୍ପାତ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଆର୍‌.କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ଡକ୍ଟର ସୌରଭ ଗର୍ଗ, ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ଏମ୍‌ସିଏଲ୍‌ ସିଏମ୍‌ଡି ବି.ଏନ୍‌.ଶୁକ୍ଳା, ଏନ୍‌ଟିପିସି ଇଡି ସଞ୍ଜୀବ କିଶୋର, ଧାମରା ପୋର୍ଟ ସିଇଓ ସୁବ୍ରତ ତ୍ରିପାଠୀ, ଜେଏସ୍‌ପିଏଲ୍‌ ଇଭିପି କପିଲ ଧାଗତ, ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲଓ୍ବେର ଚିଫ୍‌ ଫ୍ରେଟ ଟ୍ରାନ୍ସପୋର୍ଟେଶନ ମ୍ୟାନେଜର ରଣେନ୍ଦ୍ର ରମଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri