କୋଇଲା ଚାହିଦା ଏବେ କମିବନି: କୋଲ୍‌ ଇଣ୍ଡିଆ ମୁଖ୍ୟ

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଦେଶରେ ବିକଳ୍ପ ଶକ୍ତି ଉତ୍ସଗୁଡିକର ଚାହିଦା ବର୍ତ୍ତମାନ ବଢୁଛି। ଏଭଳି ସ୍ଥିତିରେ ତାପଜ ବିଦ୍ୟୁତ ଶକ୍ତି ଚାହିଦା ଅନେକ ବର୍ଷ ଯାଏ କମିବନି। ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ଆଗାମୀ ଦିନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଅନ୍ତତଃ ପକ୍ଷେ ୨୦୩୦ ପର୍ଯ୍ୟନ୍ତ କୋଇଲା ଚାହିଦାରେ କୌଣସି ହ୍ରାସ ଦେଖାଯିବ ନାହିଁ। ଅପରପକ୍ଷରେ ଏହାର ଚାହିଦା ବଢିବ ବୋଲି କୋଲ୍‌ ଇଣ୍ଡିଆ ସିଏମ୍‌ଡି ଅନୀଲ କୁମାର ଝା ଶୁକ୍ରବାର ସୂଚନା ଦେଇଛନ୍ତି।
ସ୍ଥାନୀୟ ଏକ ହୋଟେଲରେ କୋଇଲା ମନ୍ତ୍ରଣାଳୟ ଏବଂ ଶିଳ୍ପ ସଂଘ ଫିକି ପକ୍ଷରୁ ଆୟୋଜିତ କୋଇଲା କ୍ଷେତ୍ରର ସମସ୍ୟା ସମ୍ପର୍କିତ ଅଂଶୀଦାରଙ୍କ କାର୍ଯ୍ୟକ୍ରମରେ ଝା କହିଛନ୍ତି ଯେ, ଆଗାମୀ ଦିନରେ କୋଇଲା ବ୍ୟବହାର କମିଲେ ମଧ୍ୟ ଦେଶରେ ଉତ୍ପାଦିତ ମୋଟ ବିଦ୍ୟୁତ ଶକ୍ତି ମଧ୍ୟରୁ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକର ଯୋଗଦାନ ୫୦% ରହିଥିବ। ଦେଶରେ କୋଇଲା ଚାହିଦା ତୁଳନାରେ ଉତ୍ପାଦନ କମ୍‌ ରହିଛି। ଏହାକୁ ନଜରରେ ରଖି ଉତ୍ପାଦନ ବଢାଇବା ଦିଗରେ କୋଲ ଇଣ୍ଡିଆ କାର୍ଯ୍ୟ କରୁଥିବା ସେ ମତ ଦେଇଛନ୍ତି। ଗତ ବର୍ଷ କୋଲ ଇଣ୍ଡିଆ ୬୦୭ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରିଥିବା ବେଳେ ଦେଶରେ କୋଇଲା ବ୍ୟବହାର ପରିମାଣ ୯୬୫ ନିୟୁତ ଟନ୍‌ ରହିଛି। ଚାହିଦା ପୂରଣ ଲାଗି ୨୩୫ ନିୟୁତ ଟନ୍‌ କୋଇଲା ଆମଦାନୀ ହୋଇଛି। ଋଷିଆ ଏବଂ ଅଷ୍ଟ୍ରେଲିଆରେ କମ୍ପାନୀ କୋଇଲା ଖଣି ସନ୍ଧାନରେ ରହିଥିବା ଝା ପ୍ରକାଶ କରିଛନ୍ତି।
କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ରାଜ୍ୟରେ କୋଇଲା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। କୋଇଲା ଉତ୍ପାଦନ କ୍ଷେତ୍ରରେ ସନ୍ତୁଳନ ଆଣିବାର ଆବଶ୍ୟକତା ରହିଛି। ଏହାବାଦ ପରିବେଶ ସମସ୍ୟାର ଦୂରୀକରଣ, କୋଇଲା ଖଣି ଆଖପାଖରେ ବସବାସ କରୁଥିବା ଲୋକଙ୍କ ଜୀବନକୁ ସହଜ କରିବା ସହ ସମ୍ବେଦନଶୀଳ ଢଙ୍ଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
କେନ୍ଦ୍ର କୋଇଲା ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦେଉଥିବାରୁ ଆଗାମୀ ଦିନରେ କୋଇଲା ପରିବହନ ଖର୍ଚ୍ଚ ଓ ବିଦ୍ୟୁତ ଶକ୍ତି ଦାମ୍‌ କମିବା ନେଇ ଆଶା କରାଯାଉଥିବା ଫିକି ଓଡ଼ିଶା ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି। କୋଇଲା କ୍ଷେତ୍ର ଲାଗି ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଆଶିଷ ଉପାଧ୍ୟାୟ ଏଠାରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ କୋଇଲା ସଚିବ ସୁମନ୍ତ ଚୌଧୁରୀ, ରାଜ୍ୟ ଖଣି ଏବଂ ଇସ୍ପାତ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଆର୍‌.କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ଡକ୍ଟର ସୌରଭ ଗର୍ଗ, ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ଏମ୍‌ସିଏଲ୍‌ ସିଏମ୍‌ଡି ବି.ଏନ୍‌.ଶୁକ୍ଳା, ଏନ୍‌ଟିପିସି ଇଡି ସଞ୍ଜୀବ କିଶୋର, ଧାମରା ପୋର୍ଟ ସିଇଓ ସୁବ୍ରତ ତ୍ରିପାଠୀ, ଜେଏସ୍‌ପିଏଲ୍‌ ଇଭିପି କପିଲ ଧାଗତ, ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲଓ୍ବେର ଚିଫ୍‌ ଫ୍ରେଟ ଟ୍ରାନ୍ସପୋର୍ଟେଶନ ମ୍ୟାନେଜର ରଣେନ୍ଦ୍ର ରମଣ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri