ପାଣ୍ଟାଲୁନ୍ସ ଆଣିଲା ନୂଆ ଫେଷ୍ଟିଭ କଲେକ୍ସନ

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ ଲିମିଟେଡର ପ୍ରମୁଖ ଫାଷ୍ଟ ଫ୍ୟାଶନ ବ୍ରାଣ୍ଡ ପାଣ୍ଟାଲୁନ୍ସ ପକ୍ଷରୁ ନୂଆ ଫେଷ୍ଟିଭ କଲେକ୍ସନ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ଷ୍ଟୋର ପକ୍ଷରୁ ଫେଷ୍ଟିଭ୍‌ ରେଞ୍ଜର ପୋଷାକ ଉପଲବ୍ଧ କରାଯାଉଛି। ପାଣ୍ଟାଲୁନ୍ସର ସଦ୍ୟତମ କଲେକ୍ସନ ମଧ୍ୟରେ କାଜୁଆଲ, ଏଥେନିକ ଡ୍ରେସ, ଘେରା ସ୍କଟ, ପ୍ରିଣ୍ଟେଡ ଟପ୍ସ, କୁର୍ତ୍ତା, ଗ୍ରାଫିକ୍‌ ଟିଜ୍‌, ଫ୍ୟାଶନେବଲ ଡେନିମ୍‌ସ, ସ୍ମାର୍ଟ ଚିନୋସ, ପ୍ରିଣ୍ଟେଡ ଶାର୍ଟ ଭଳି ଅନ୍ୟାନ୍ୟ ପ୍ରଡକ୍ଟ ସାମିଲ ରହିଛି। ପାର୍ବଣ ପାଇଁ ପାଣ୍ଟାଲୁନ୍ସ ଆଣିଛି ପାରମ୍ପରିକ ନାଲି, ଧଳା ଏବଂ ଗୋଲ୍ଡ କଲେକ୍ସନ। ଏଗୁଡିକ ଆକର୍ଷଣୀୟ ଫ୍ୟାବ୍ରିକ, ପ୍ରିଣ୍ଟ ଏବଂ କାରୁକାର୍ଯ୍ୟ ଖଚିତ ହୋଇଛି ଯାହା ପାର୍ବଣକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଭାରତୀୟ ଗ୍ରାହକଙ୍କ ଅତ୍ୟାଧୁନିକ ରିଟେଲ ଆବଶ୍ୟକତା ଆଧାରରେ ବିସ୍ତୃତ ବର୍ଗର ଆପାରେଲ ଏବଂ ଅଣଆପାରେଲ ପ୍ରଡକ୍ଟ ଉପରେ ଷ୍ଟୋର ପକ୍ଷରୁ ଧ୍ୟାନ ରଖାଯାଇଛି। ଏକ ଶକ୍ତିଶାଳୀ ବ୍ରାଣ୍ଡ ଭାବେ ପାଣ୍ଟାଲୁନ୍ସ ଗତ ୨ ଦଶନ୍ଧି ଧରି ଦେଶର ବିଭିନ୍ନ ପ୍ରାନ୍ତରେ ଫ୍ୟାଶନ ପ୍ରଡକ୍ଟ ଉପଲବ୍ଧ କରାଉଥିବା ସୂଚନା ଦେଇଛି। ପାର୍ବଣ ଉପଲକ୍ଷେ ଗ୍ରାହକଙ୍କ ଲାଗି ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ୧୦ ହଜାର ଟଙ୍କାର କ୍ରୟ ଉପରେ ଗ୍ରାହକ ୧୦୦୦ ଟଙ୍କାର ତ୍ୱରିତ ରିହାତି ଏବଂ ୨ ହଜାର ଟଙ୍କାର ଗିଫ୍ଟ ଭାଉଚର ପାଇପାରିବେ। ପରବର୍ତ୍ତୀ କ୍ରୟ ସମୟରେ ଏହି ଭାଉଚରଗୁଡିକୁ ଗ୍ରାହକ ବ୍ୟବହାର କରିପାରିବେ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ

ମୋହନା,୧୨।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋବିନ୍ଦପୁର…

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

ପୁଣି ବଢ଼ିଲା ସୁନା ଦର:୨୨ କ୍ୟାରେଟ ସୁନା ଦର ଏବେ…

ଭୁବନେଶ୍ୱର,୧୨।୬: ଲଗାତାର ୨ ଦିନ ହ୍ରାସ ପାଇବା ପରେ ପୁଣି ବଢ଼ିଛି ସୁନା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨ ହଜାର…

ଓଡ଼ିଶା ପାଇଁ ଗୌରବ ଆଣିଲେ ସୁଦର୍ଶନ ପଟ୍ଟନାୟକ: ପ୍ରଥମ ଭାରତୀୟ ଭାବେ ଜିତିଲେ…

ଭୁବନେଶ୍ୱର,୧୨।୬: ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇତିହାସ ରଚିଛନ୍ତି। ସେ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି। ପ୍ରଥମ ଭାରତୀୟ ବାଲୁକା…

ପୁଣି ମହାପ୍ରଭଙ୍କୁ ଅସମ୍ମାନ, ଶାଢ଼ିରେ ଜଗନ୍ନାଥଙ୍କ ଚିତ୍ର ଦେଖି ତେଜିଲା ଅସନ୍ତୋଷ

ଭୁବନେଶ୍ୱର,୧୨ା୬: ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଛି। ଶାଢ଼ିରେ ମହାପ୍ରଭୁଙ୍କ ଚିତ୍ର ଥିବା ସୋସିଆଲ ମିଡିଆରେ ବିଜ୍ଞାପନ ଭାଇରାଲ ହେଉଛି। ଶାଢ଼ି କାନିରେ ତିନି ରଥ ଓ…

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ

ଗୁଣପୁର,୧୨।୬(ସଂକେତ ପାତ୍ର): ରାୟଗଡା ଜିଲା ଗୁଣପୁରର ପୂର୍ବତନ ବିଧାୟକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଅମଡିଙ୍ଗ୍ ଗ୍ରାମର ରାମମୂର୍ତ୍ତି ଗମାଙ୍ଗଙ୍କ ଭୁବନେଶ୍ୱରରେ ଦେହାନ୍ତ ହୋଇଯାଇଛି । ସେ କିଛି…

ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା: ଜୁଲାଇ ୧୫ ସୁଦ୍ଧା ଆରମ୍ଭ ହେବ…

ନୂଆଦିଲ୍ଲୀ,୧୨।୬: ରେଳ ଟିକେଟ ବୁକ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। ଏକ ନୂତନ IRCTC ୱେବସାଇଟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଲୋକମାନେ…

ଜେଲ୍ ୱାର୍ଡରଙ୍କ ଦବଙ୍ଗଗିରି! ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା, ଭିଡିଓ ଭାଇରାଲ

ବ୍ରହ୍ମପୁର,୧୨।୬(ସୁବାସ ଚନ୍ଦ୍ର ପାଢ଼ୀ) : ବ୍ରହ୍ମପୁର ମଣ୍ଡଳ କାରାଗାର ମୁଖ୍ୟ ଫାଟକ ସମ୍ମୁଖରେ ଜେଲ ଓ୍ବାର୍ଡର ଜଣେ ଯୁବକଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri