କେରଳରେ ଓଡ଼ିଆ ମହିଳା ଶ୍ରମିକ ନିର୍ଯାତିତ

ଭୁବନେଶ୍ୱର, ୫।୫ (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ: କରୋନା କଟକଣା ପାଇଁ କେରଳରେ ଫସି ରହିଥିବା କେନ୍ଦ୍ରାପଡ଼ାର ୧ହଜାରରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଏବେ ନାନା ନିର୍ଯାତନାର ଶିକାର ହେଉଛନ୍ତି। ଏମାନେ ଏକ କପଡ଼ା କମ୍ପାନୀରେ ଦୁଇଦିନ ହେବ ଭୋକ ଉପାସରେ ପଡ଼ିରହି ବନ୍ଦୀ ଜୀବନ ବିତାଉଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଓଡ଼ିଶା ଫେରିବାକୁ ନ ଦେଇ ମାଗଣା କାମ କରାଇବା ସହ ଧମକ ଦେଉଛନ୍ତି। ସବୁବେଳେ ଜଗି ରହୁଥିବାରୁ ସେମାନେ ଲୁଚିଛପି ମୋବାଇଲ୍‌ ଫୋନ୍‌ରେ ପରିବାର ଲୋକଙ୍କୁ କାନ୍ଦି କାନ୍ଦି ଜଣାଇଛନ୍ତି। ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି।
ମିିଳିଥିବା ସୂଚନାନୁସାରେ, କେରଳର ଏର୍ନାକୁଲମ୍‌ ଜିଲା ଅନ୍ତର୍ଗତ କିଝାକ୍କାମ୍ବଲମ୍‌ ଆଲ୍‌ଓ୍ବେସ୍ଥିତ କିଟେକ୍ସ ଗାର୍ମେଣ୍ଟ୍ସ କମ୍ପାନୀରେ କେନ୍ଦ୍ରାପଡ଼ା ଜିଲାର ଶହଶହ ମହିଳା ଓ ଯୁବତୀ ଟେଲରିଂ କାର୍ଯ୍ୟ କରନ୍ତି। ଅଧିକାଂଶ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର। ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତର ହଂସୁଆଗୁଳା, ନେଥୁରିଆ, ଜଗନ୍ନାଥପୁର, ବଳରାମପୁର, ଚକମନପୁର, କୁରୁଣ୍ଟି ପଞ୍ଚାୟତର ବାଘୁଆ, ସାତଭାୟା ପଞ୍ଚାୟତ, ପଟ୍ଟାମୁଣ୍ଡାଇ ବ୍ଲକ୍‌ର ଚନ୍ଦନଗର ଆଦି ଅଞ୍ଚଳର କେତେଜଣ ଯୁବତୀ ଫୋନ୍‌ ଯୋଗେ ଜଣାଇନ୍ତି ଯେ, କମ୍ପାନୀର ଗେଟ୍‌ ବନ୍ଦ କରାଯାଇ ଭିତରେ ସେମାନଙ୍କୁ ଟେଲରିଂ ସହ ଘର ଧୋଇବା, ପୋଛିବା ଆଦି ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି। ଠିକ୍‌ ଭାବେ ଖାଇବାକୁ ଦିଆଯାଉନି କି ପାରିଶ୍ରମିକ ବି ମିଳୁନି। ପାଖରେ ପଇସା ନାହିଁ। ଏବେ ମାସକୁ ୧ହଜାର ଟଙ୍କାରେ କାମ କରିବାକୁ ମାଧ୍ୟ କରାଯାଉଛି। କେରଳରୁ ଟ୍ରେନ୍‌ ଓ ବସ୍‌ରେ ପ୍ରବାସୀ ଓଡ଼ିଆ ଆସୁଥିବା ଶୁଣିବା ପରେ ସେମାନେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା ୟୁନିଟ୍‌ ହେଡ୍‌ଙ୍କୁ କହିଲେ କିଛି ଶୁଣୁନାହାନ୍ତି। ଏଠାରୁ ଯାଇପାରିବ ନାହିଁ ବୋଲି କହି ନାନା ଧମକ ଦେଉଛନ୍ତି। ପୋଲିସ ଲଗାଇ ଚାପ ପକାଉଛନ୍ତି। ଭୟ ଓ ଆଶଙ୍କା ମଧ୍ୟରେ ସେମାନେ ଦୁଇଦିନ ହେବ କିଛି ଖାଇନାହାନ୍ତି। ଏଥିସହ ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ଓଡ଼ିଶା ଚାଲିଯିବାକୁ ଇଚ୍ଛା ହେଉଛି, ଗାଁ ଓ ପରିବାର ଲୋକଙ୍କୁ ଦେଖିବାକୁ ଚାହୁଁଛୁ। କିନ୍ତୁ ଏଠାରେ ଆମକୁ ଓଡ଼ିଶା ଫେରିବାକୁ ଦିଆଯାଉନି। ତୁରନ୍ତ ନେଇଯିବାକୁ ପରିବାର ଲୋକଙ୍କୁ କାନ୍ଦି କାନ୍ଦି କହୁଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି।
ତେବେ ଏ ସମ୍ପର୍କରେ କଣ୍ଡିରା ପଞ୍ଚାୟତ ସରପଞ୍ଚ ଦୀପ୍ତିମୟୀ ବେହେରା ରାଜନଗର ବିଡିଓଙ୍କୁ ଜଣାଇଥିବା କହିଛନ୍ତି। ସେହିଭଳି ଫସି ରହିଥିବା କେତେଜଣ ଯୁବତୀ କେରଳ ଦାୟିତ୍ୱରେ ଥିବା ଓଡ଼ିଶା ସରକାରଙ୍କ ନୋଡାଲ ଅଧିକାରୀଙ୍କ ଫୋନ୍‌ ନଂ.୦୬୭୪୨୩୯୫୫୩୨ରେ ଜଣାଇଥିଲେ। କଲ୍‌ ରିସିଭ୍‌ର ଜଣକ ସେଠାକାର ପୋଲିସ ଓ ପ୍ରଶାସନକୁ ଅଭିଯୋଗ କରିବାକୁ କହି ଫୋନ୍‌ ରଖିଦେଇଥିଲେ। ଏପଟେ ନଜରବନ୍ଦୀରେ ରହିଥିବାରୁ ଓ ମହିଳା ହୋଇଥିବାରୁ ସେଠାକାର ପ୍ରଶାସନକୁ ଜଣାଇବା ସମ୍ଭବ ହୋଇପାରିନି। ଏପରିସ୍ଥଳେ ଜୀବନଜୀବିକା ପାଇଁ କେରଳ ଯାଇଥିବା ସମ୍ପୃକ୍ତା ମହିଳା ଓ ଯୁବତୀଙ୍କୁ ନେଇ ପରିବାର ଲୋକେ ଚିନ୍ତାରେ ରହିଛନ୍ତି। ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଏନେଇ ଜିଲା ପ୍ରଶାସନର ନଜରକୁ ଆସିନି। ଅଭିଯୋଗ ପହଞ୍ଚତ୍ଲେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ରାଜନାଥ ସିଂ, ଛାତ୍ରଙ୍କୁ କରାଯାଉଛି…

ନୂଆଦିଲ୍ଲୀ,୨୨।୭: ସୋନମ ୱାଙ୍ଗଚୁକଙ୍କ ଅନଶନ, ସିଜେପିର ପ୍ରତିବାଦ ଏବଂ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସରକାର ପଛକୁ ହଟିଥିବା ପରି ମନେ ହେଉଛି। ଏହି ସମୟରେ, ପ୍ରତିରକ୍ଷା…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

ଓମ୍‌ ବିର୍ଲାଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ, କିଛି ବଡ଼ ହେବାକୁ ଯାଉଛି…

ନୂଆଦିଲ୍ଲୀ,୨୨।୭: ନିଟ୍-ୟୁଜି (NEET-UG) ପରୀକ୍ଷା ପେପର୍ ଲିକ୍‌କୁ ନେଇ ସଂସଦରେ ଚାଲିଥିବା ଗତିରୋଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲୋକ ସଭାରେ ଏହି ଗୁରୁତ୍ୱପୂର୍ଣ୍ଣ…

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri