କେନ୍ଦ୍ରୀୟ ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁପଡ଼ିବା ଘଟଣା:ଖେଳ ଶିକ୍ଷୟିତ୍ରୀ, ପ୍ରିନ୍ସିପାଲଙ୍କ ନିଲମ୍ବନ ଦାବି ତେଜିଲା

ଭୁବନେଶ୍ୱର,୮ା୧୨(ବ୍ୟୁରୋ)

ଖେଳ ଶିକ୍ଷୟିତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ମଞ୍ଚେଶ୍ୱର ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜଣେ ଛାତ୍ରୀ ତୃତୀୟ ମହଲା ଛାତ ଉପରୁ ଶୁକ୍ରବାର ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କର ଦୁଇ ଗୋଡ଼ ହାଡ଼ ଭାଙ୍ଗି ଯାଇଥିବାବେଳେ ମୁଣ୍ଡ, ହାତ ସମେତ ଶରୀରର ବିଭିନ୍ନ ଅଂଶରେ ଶକ୍ତ ଆଘାତ ଲାଗିଛି। ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ଅନ୍ୟପକ୍ଷରେ ଆହତ ଛାତ୍ରୀଙ୍କ ମା’ ପ୍ରତିମା ସାସମଲଙ୍କ ଅଭିଯୋଗକ୍ରମେ ଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ପଟ୍ଟନାୟକଙ୍କ ନାମରେ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ହସ୍ପିଟାଲକୁ ଯାଇ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି। ଶିକ୍ଷୟିତ୍ରୀ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ଛାତ୍ରୀ ଜଣକ କହିଥିବା ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ କହିଛନ୍ତି। ତେବେ ଏହି ଘଟଣା ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମ୍ପୃକ୍ତ ଖେଳ ଶିକ୍ଷୟିତ୍ରୀ ଓ ପ୍ରିନି୍ସପାଲଙ୍କ ନିଲମ୍ବନ ଦାବିରେ ଶନିବାର ସକାଳୁ ୩ଶହ ଅଭିଭାବକ ଉକ୍ତ ବିଦ୍ୟାଳୟ ପରିସରରେ ଅହୋରାତ୍ର ଧାରଣାରେ ବସିଛନ୍ତି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲ ଅଭିଭାବକମାନେ କହିଛନ୍ତି। ସ୍କୁଲର ଅଭିଭାବକ ଓ ଶିକ୍ଷକ ସଂଘ ସଭାପତି କୃଷ୍ଣଚନ୍ଦ୍ରପତି କହିଛନ୍ତି, ଖେଳ ଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ପଟ୍ଟନାୟକ ବିଭିନ୍ନ ସମୟରେ ଛାତ୍ରୀଙ୍କ ଚୁଟି କାଟିଦେବା ସହ ଘଣ୍ଟାଘଣ୍ଟା ଧରି ପଡ଼ିଆରେ ପିଲାଙ୍କୁ ଆଣ୍ଠେଇ ଦିଅନ୍ତି। ଏପରି କି ପିଲାଙ୍କ ଚରିତ୍ରକୁ ନେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ। ସୋସିଆଲ ମିଡିଆରେ ଫଟୋ କାହିଁକି ଛାଡୁଛ କହି ପିଲାଙ୍କୁ ମାଡ଼ ମାରୁଥିଲେ। ତେବେ ପ୍ରିନ୍ସିପାଲ ଏସବୁ ଜାଣୁଥିଲେ ମଧ୍ୟ ଶିକ୍ଷୟିତ୍ରୀଙ୍କ ଦୋଷକୁ ଘଣ୍ଟା ଘୋଡ଼ାଇବାରୁ ଆଜି ଏପରି ଘଟଣା ଘଟିଲା ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri