କେନ୍ଦ୍ରାପଡ଼ାରେ ଦ୍ୱିତୀୟ କରୋନା ପଜିଟିଭ୍‌ ଚିହ୍ନଟ: ରାଜନଗର ଅଞ୍ଚଳର ଦୁଇ ଗ୍ରାମକୁ ସିଲ୍‌ କଲା ପ୍ରଶାସନ, ସଂଗରୋଧ ଗୃହରେ ଆକ୍ରାନ୍ତଙ୍କ ପରିବାରର ସଦସ୍ୟ

କେନ୍ଦ୍ରାପଡା ଅଫିସ/ ରାଜନଗର (ଡି.ଏନ୍‌.ଏ.), ୧୨।୪: କେନ୍ଦ୍ରାପଡା ଜିଲାର ଦ୍ୱିତୀୟ କରୋନା ପଜିଟିଭ୍‌ ଶନିବାର ଚିହ୍ନଟ ହୋଇଛନ୍ତି। ରାଜନଗର ଅଞ୍ଚଳର ଏହି ମହିଳାଙ୍କୁ ଜିଲା ପ୍ରଶାସନ ସହାୟତାରେ କଟକର କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ରକ୍ତ, ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି। ଏହି ସଂଗୃହିତ ନମୂନା ପରୀକ୍ଷା ପାଇଁ ପଠାଯିବା ସହିତ ପରିବାର ସଦସ୍ୟଙ୍କୁ ସଂଗରୋଧ ଗୃହରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସେହିପରି ଶନିବାର ରାତିରେ ରାଜନଗର ଅଞ୍ଚଳର ନଳଢ଼ିଆ ସହ ଅନ୍ୟ ଏକ ପଡ଼ା ଗ୍ରାମକୁ ସିଲ୍‌ କରାଯାଇଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଜିଲାପାଳ କହିଛନ୍ତି, ଆକ୍ରାନ୍ତଙ୍କ ସହିତ ପରିବାର ସଦସ୍ୟ ଗତ ମାର୍ଚ୍ଚ ୨୯ ତାରିଖରେ ବାହାର ରାଜ୍ୟରୁ ଫେରିଛନ୍ତି। ଘରକୁ ଆସିବା ପରେ ସଂପୃକ୍ତ ବ୍ୟକ୍ତି ଓ ପରିବାରବର୍ଗ ପଞ୍ଜିକରଣ ସହିତ ସଙ୍ଗରୋଧ ନିୟମ ପାଳନ କରିଥିଲେ। ବାହାରଲୋକଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ତେବେ ଗ୍ରାମକୁ ଫେରନ୍ତା ପଥର ସମସ୍ତ ବିବରଣୀକୁ ରେକର୍ଡ କରାଯାଉଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରା ଯାଇଥିବା ବେଳେ ପରିବାର ସଦସ୍ୟଙ୍କୁ ସଂଗରୋଧ ଗୃହରେ ରଖାଯାଇଛି। ସମ୍ପୃକ୍ତ ଗ୍ରାମଗୁଡିକୁ ଦମକଳବାହିନୀ ସହାୟତାରେ ଗତ ରାତିରୁ ବିଶୋଧିତ କରାଯାଉଛି। ଏଥିସହ ଗ୍ରାମ ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନକୁ ସମ୍ପୂର୍ଣ୍ଣ ନିଷେଧ ହୋଇଛି। ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିମନ୍ତେ ଯୋଗାଣକାରୀଙ୍କୁ ନିଯୁକ୍ତ କରାଯାଇଛି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସଂଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ସମୟରେ ସମସ୍ତଙ୍କ ରକ୍ତ, ସ୍ବାବ ନମୁନା ସଂଗ୍ରହ ହେବ। ଏଥିସହିତ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରଶାସନିକ ବ୍ୟବସ୍ଥା ହେବ। ଆକ୍ରାନ୍ତ ମହିଳା ସଂଗରୋଧ ନିୟମ ପାଳନ କରିଥିବାରୁ ଭୟ ନ କରିବା ପାଇଁ ଜିଲାବାସୀଙ୍କୁ ଜିଲାପାଳ ବର୍ମା ଆହ୍ବାନ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୬ ତାରିଖରେ ଜିଲାର ପ୍ରଥମ କରୋନା ପଜେଟିଭ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ସେ ଦୁବାଇରୁ ଫେରିଥିଲେ ା ଆକ୍ରାନ୍ତ ବ୍ୟକ୍ତି ଅଦ୍ୟାବଧି କଟକସ୍ଥ କୋଭିଡ୍‌-୧୯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri