କେନ୍ଦ୍ରାପଡ଼ାରୁ ହଟିବେ ଅନୁପ୍ରବେଶକାରୀ

ଭୁବନେଶ୍ୱର,୩ା୧୦(ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ: କେନ୍ଦ୍ରାପଡ଼ା ଜିଲାରୁ ଅନୁପ୍ରବେଶକାରୀଙ୍କୁ ତଡ଼ାଯିବ। ଖୁବ୍‌ଶୀଘ୍ର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏନେଇ ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ(ଆରଜିଆଇ)ଙ୍କୁ ଚିଠି ଲେଖି ଜଣାଇଛନ୍ତି। ୨୦୧୮ ନଭେମ୍ବର ୨୬ ତାରିଖରେ ଆଇନଜୀବୀ ମୋହିତ ଅଗ୍ରଓ୍ବାଲ ଏନେଇ ଓଡ଼ିଶା ହାଇକୋର୍ଟରେ ଏକ ରିପୋର୍ଟ ଫାଇଲ କରିଥିଲେ। କେନ୍ଦ୍ରାପଡ଼ା ଜିଲାରେ ନ୍ୟାଶନାଲ ରେଜିଷ୍ଟ୍ରାର ଅଫ୍‌ ସିଟିଜେନ(ଏନ୍‌ଆରସି) ଲାଗୁ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ। ଏ ଦିଗରେ ପଦକ୍ଷେପ ନେବାକୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ଆଇନଜୀବୀଙ୍କ ଦ୍ୱାରା କରାଯାଇଥିବା କେତେକ ପରାମର୍ଶ ଆଧାରରେ ଆବଶ୍ୟକ ପଦକ୍ଷେପ ନେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବିଷୟରେ ଅଗ୍ରଓ୍ବାଲଙ୍କୁ କୋର୍ଟ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ (ଲିଗାଲ) ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆଙ୍କୁ ପରାମର୍ଶ ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୫ ଜାନୁୟାରୀ ୧୩ ତାରିଖରେ କେନ୍ଦ୍ରାପଡ଼ା ଜିଲାରେ ୧୬୪୯ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସ୍ଥାନାନ୍ତର ନୋଟିସ ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିଲା। ଏଥିରେ ମହାକାଳପଡ଼ା ବ୍ଲକର ୧୫୫୧, ରାଜନଗର ବ୍ଲକର ୩୦ ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ୬୮ ଜଣ ଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୧ ଜନଗଣନା ଅନୁଯାୟୀ ଜିଲାରେ ୭୬ ହଜାର ବଙ୍ଗଭାଷୀ ଥିବା ନେଇ ଉଲ୍ଲେଖ କରାଯାଇଛି। ଏପରି କି ୨୦୧୯ ସାଧାରଣ ନିର୍ବାଚନ ଭୋଟର ତାଲିକା ଅନୁସାରେ ଜିଲାରେ ୩୯ ହଜାର ବଙ୍ଗଭାଷୀ ଭୋଟ ପରିଚୟ ପତ୍ର ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ହଜାରରୁ ଊର୍ଦ୍ଧ୍ୱ ବଙ୍ଗଭାଷୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନକାର୍ଡ ମଧ୍ୟ ଯୋଗାଇ ଦିଆଯାଇଛି। କେନ୍ଦ୍ରାପଡ଼ାରେ ବେଆଇନ ବାଂଲାଦେଶୀ ରହୁଥିବା ନେଇ ଅନେକ ସମୟରେ ବିରୋଧୀ ଦଳ ବିଧାନସଭାରେ ମଧ୍ୟ ଉଠାଇଛନ୍ତି। ତେବେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀଙ୍କୁ ସେଠାରୁ ହଟାଇବାକୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଦୀର୍ଘ ୧୪ ବର୍ଷ ହେବ କୌଣସି ପଦକ୍ଷେପ ନେଇ ନାହାନ୍ତି। ଅନ୍ୟ ପକ୍ଷରେ ଯେଉଁମାନଙ୍କୁ ଦେଶାନ୍ତର ନୋଟିସ ଦିଆଯାଇଛି ସେମାନଙ୍କ ମଧ୍ୟରୁ କେତେଜଣ କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଅନ୍ୟମାନେ ରାଜନୈତିକ ଛତ୍ରଛାୟା ତଳେ ଆଶ୍ରୟ ନେଇଛନ୍ତି। ବିଶେଷ କରି ରାଜନୈତିକ ଫାଇଦା ଉଠାଇବା ପାଇଁ ବିଭିନ୍ନ ସମୟରେ ଅନୁପ୍ରବେଶକାରୀଙ୍କୁ ଭୋଟ ପରିଚୟ ପତ୍ର, ରାଶନକାର୍ଡ ଦିଆଯାଇଛି। ଏପରି କି ଅନୁପ୍ରବେଶକାରୀ ଜାଣିବା ପରେ ମଧ୍ୟ ଜିଲାପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଅନୁପ୍ରବେଶକାରୀଙ୍କୁ ରୋକିବାକୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏହି ଜିଲାରେ ସେମାନଙ୍କ ସଂଖ୍ୟା ବେଳକୁ ବେଳ ଆଶାତୀତ ଭାବେ ବୃଦ୍ଧି ପାଇ ଚାଲିଛି। ସେମାନେ ମୁଖ୍ୟତଃ ଜଳ ପଥ ଓ କଲିକତା ବାଟ ଦେଇ ଓଡ଼ିଶାକୁ ପ୍ରବେଶ କରୁଛନ୍ତି। ଆସାମରେ ଏନଆରସି ଲାଗୁ ହେବା ପରେ ସମଗ୍ର ଦେଶରେ ଏହାକୁ ଲାଗୁ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ପ୍ରମାଣ ଅଭାବରୁ ୨ ଗଞ୍ଜେଇ ଚାଲାଣକାରୀ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବାଘଛୁଆର ମୃତଦେହ ବ୍ୟବଚ୍ଛେଦ କଲେ ୪ଜଣିଆ ଟିମ୍‌

ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri