କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ: ଝାଡ଼ଖଣ୍ଡବାସୀଙ୍କ ଗ୍ୟାସ୍‌ ପାଇବା ସ୍ବପ୍ନ ପୂରଣ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।୮(ବ୍ୟୁରୋ): ଝାଡଖଣ୍ଡରେ ପିଏନ୍‌ଜି ଏବଂ ସିଏନ୍‌ଜି ଗ୍ୟାସ ପାଇବାକୁ ଥିବା ଲୋକଙ୍କ ସ୍ବପ୍ନ ପୂରଣ ହୋଇଛି। ଝାଡଖଣ୍ଡର ରାଞ୍ଚିଠାରେ ଶୁକ୍ରବାର ଅନୁଷ୍ଠିତ ପିଏମ୍‌ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ସ୍ବଚ୍ଛ ଇନ୍ଧନ ଯୋଗାଇବାରେ ଏହି ପାଇପ ଲାଇନ୍‌ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ ଏବଂ ପୂର୍ବ ଭାରତର ବିକାଶରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ପୂର୍ବ ଭାରତ ବିକାଶ ବିନା ଭାରତର ବିକାଶ ଅସମ୍ଭବ। ଏହା ସୁନିଶ୍ଚିତ କରୁଛି ବୋଲି ସେ କହିଛନ୍ତି।
ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ରାଞ୍ଚିରେ ୩ ହଜାର ଘରକୁ ପାଇପ ଜରିଆରେ ଗ୍ୟାସ୍‌ ପହଞ୍ଚୁଛି ଏବଂ ଖୁବଶୀଘ୍ର ଅଧିକରୁ ଅଧିକ ଘରକୁ ପାଇପଲାଇନ ଜରିଆରେ ଗ୍ୟାସ୍‌ ପହଞ୍ଚାଯିବ। ଆଗାମୀ ଦିନରେ ୪ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଝାଡଖଣ୍ଡର ୧୩ ଜିଲାରେ ପାଇପଲାଇନ ଜରିଆରେ ଗ୍ୟାସ ପହଞ୍ଚିବ। ସେହିଭଳି ଝାଡଖଣ୍ଡରେ ୨୫୦ ସିଏନ୍‌ଜି ଷ୍ଟେସନ୍‌ ଆରମ୍ଭ ହେବ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି। ଦେଶରେ ୧୬ ହଜାର ୫୦୦ କିମିରୁ ଅଧିକ ଗ୍ୟାସ୍‌ ପାଇପଲାଇନ ନେଟୱର୍କ ରହିଛି। ଉର୍ଜା ଗଙ୍ଗାର ବିସ୍ତାର ପୂର୍ବ ଭାରତର ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ପର୍ଯ୍ୟନ୍ତ ହେବ। ୧୩ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରି ୨୬୫୦ କିମିର ଗ୍ୟାସ୍‌ ଗ୍ରୀଡ୍‌ ନେଟୱର୍କ ପ୍ରସ୍ତୁତ କରାଯିବ। ସେଥିରୁ ୫୭୦ କିମିର ନେଟୱର୍କ ଝାଡଖଣ୍ଡର ଭିନ୍ନ ଭିନ୍ନ ଜିଲାକୁ ଗତି କରିବ। ପ୍ରାକୃତିକ ପାଇପ୍‌ ଲାଇନ ଗ୍ୟାସ ମାଧ୍ୟମରେ ସ୍ବଚ୍ଛ ଇନ୍ଧନ ଯୋଗାଣ ଫଳରେ ଝାଡଖଣ୍ଡବାସୀ ଲାଭବାନ ହୋଇପାରିବେ। ଏହି ପରିବେଶ ସହଯୋଗୀ ଇନ୍ଧନ ରାଞ୍ଚିରେ ଗ୍ୟାସ ଆଧାରିତ ଉଦ୍ୟୋଗ ସମୂହ ନିର୍ମାଣ କରିବାରେ ସାହାଯ୍ୟ କରିବା ସହ ଯୁବକଙ୍କୁ ରୋଜଗାର ମିଳିବ ଏବଂ ପରିବେଶ ପ୍ରଦୂଷଣକୁ ହ୍ରାସ କରିବ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱରେ ଝାଡଖଣ୍ଡର ବିକାଶରେ ଏକ ନୂଆ ସକାଳର ଆରମ୍ଭ ହେବ। ଦେଶର ଶିଳ୍ପ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ରାଜ୍ୟକୁ ଇଞ୍ଜିନଭାବେ ପ୍ରତିଷ୍ଠା କରିବା ନେଇ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏଭଳି କାର୍ଯ୍ୟକ୍ରମ ପାଇଁ ଝାଡଖଣ୍ଡ ଏବଂ ରାଞ୍ଚିର ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସିଜିଡି ନେଟୱର୍କର ପ୍ରସାର ଲୋକଙ୍କ ଜୀବନଶୈଳୀରେ ଅଦ୍ଭୂତପୂର୍ବ ପରିବର୍ତ୍ତନ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri