କେନ୍ଦ୍ର, ରାଜ୍ୟ ବିରୋଧରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ ୨୩ରେ ରାଜଧାନୀରେ ପ୍ରତିବାଦ ସଭା

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): କଂଗ୍ରେସ ସଂଗଠନକୁ ଜିଲାସ୍ତରରେ କ୍ରିୟାଶୀଳ କରିବାକୁ ପିସିସି(ପ୍ରଦେଶ କଂଗ୍ରେସ କମିଟି) ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲା କଂଗ୍ରେସ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି। ଅର୍ଥନୈତିକ ମାନ୍ଦାବସ୍ଥା, ଉକତ୍ଟ ବେକାରି ସମସ୍ୟା, ନିତ୍ୟ ବ୍ୟବହୃତ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଓ ସର୍ବୋପରି କେନ୍ଦ୍ରର ଭାଜପା ଓ ରାଜ୍ୟର ବିଜେଡି ନେତୃତ୍ୱାଧୀନ ସରକାରଙ୍କ କୃଷକ ଓ ଜନମାରଣ ନୀତି ବିରୋଧରେ ପ୍ରତ୍ୟେକ ଜିଲାସ୍ତରରେ ଜିଲା ସଦର ମହାକୁମାଠାରେ କଂଗ୍ରେସର ଏମ୍‌ପି ପ୍ରାର୍ଥୀଙ୍କୁ ଆନ୍ଦୋଳନାମତ୍କ କାର୍ଯ୍ୟକ୍ରମ ନିମନ୍ତେ ପିସିସି ସଭାପତି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସମସ୍ତ ବିଧାୟକ ପ୍ରାର୍ଥୀମାନଙ୍କ ସହ ଆଲୋଚନା ଓ ପରାମର୍ଶ କରି ନଭେମ୍ବର ୨୦, ୨୧ ଏବଂ ୨୨ ମଧ୍ୟରେ ଧାରଣା ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିରଞ୍ଜନ କହିଛନ୍ତି। ଆସନ୍ତା ୨୩ତାରିଖ ଦିନ ୧୦ଟାରେ ରାଜଧାନୀରେ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ଅଧିକୃତ ଏଆଇସିସି ପର୍ଯ୍ୟବେକ୍ଷକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିପାଦାସ ମୁନ୍‌ସୀ ଓ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଯୋଗଦେବାକୁ ପିସିସି ସଭାପତି ସମସ୍ତଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚିନ୍ତା ବଢାଇଲା କରୋନା; ଗଞ୍ଜାମରେ ଜାରି ହେଲା ହାଇଆଲର୍ଟ, ଏହି ସବୁ ଲକ୍ଷଣ ଦେଖାଗଲେ…

ଛତ୍ରପୁର, ୧୫।୭ (ଦିଲ୍ଲୀପ ସାମଲ ): ଦୀର୍ଘ ବର୍ଷ ଧରି ଥମି ଯାଇଥିବା କରୋନା ଭାଇରସ ପୁଣିଥରେ ସଂକ୍ରମିତ ହେବା ଆରମ୍ଭ ହୋଇଥିବା ଜଣାପଡିଛି। ଆନ୍ଧ୍ରରେ କୋଭିଡ…

ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର, ୧୫।୭: ପ୍ରବଳ ବର୍ଷା ପାଇଁ ଆଜି ପୁରୀ ଜିଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଛୁଟି ଘୋଷଣା।…

କଫ ସିରପ୍‌ର ହବ୍‌ ପାଲଟିଛି ବରଗଡ଼: ରାଜଧାନୀକୁ ଚେର

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ନିଶା କାରବାରର ହବ ପାଲଟିଛି। ଏଠାରେ କଫ୍‌ ସିରପଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାର ଚାଲିଛି। ପୋଲିସ ଥରକୁଥର ଚଢ଼ାଉ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri