କେନ୍ଦ୍ର ଦେଇନି ୩୦ ହଜାର କୋଟି; ଯାହା ମାଗୁଛୁ, ମିଳୁନି: ଚତୁର୍ଦ୍ଦଶ ଅର୍ଥ କମିଶନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଚତୁର୍ଦ୍ଦଶ ଅର୍ଥ କମିଶନ ଯାହା ସୁପାରିସ କରିଛନ୍ତି, ତାହା ଓଡ଼ିଶାକୁ ମିଳୁନାହିଁ। କମିଶନ ୨୦୧୫-୧୬ ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟ ପାଇଁ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶଧନ ବ୍ୟତୀତ ସ୍ବାୟତ୍ତ ଶାସନ ସଂସ୍ଥାଙ୍କ ପାଇଁ ଅନୁଦାନ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ନିମିତ୍ତ କେନ୍ଦ୍ରୀୟ ଅନୁଦାନ ବାବଦରେ ମୋଟ ୧,୯୮,୪୧୧ କୋଟି ଟଙ୍କା ମାଗିଛନ୍ତି। ମାତ୍ର ସେଥିରୁ ୩୦,୧୦୫ କୋଟି ଟଙ୍କା କମ୍‌ ମିଳିଛି। କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟ ଅଂଶ ୧,୮୪,୦୭୦ କୋଟି ଟଙ୍କା କମିଶନ ସୁପାରିସ କରିଥିବାବେଳେ ସ୍ବାୟତ୍ତ ଶାସନ ସଂସ୍ଥା ପାଇଁ ଅନୁଦାନ ବାବଦରେ ୧୦,୬୨୩କୋଟି ଏବଂ ରାଜ୍ୟ ବିପଯର୍ର୍‌ୟୟ ପରିଚାଳନା ପାଣ୍ଠି ପାଇଁ କେନ୍ଦ୍ରୀୟ ଅନୁଦାନ ବାବଦରେ ୩୭୧୮ କୋଟି ଟଙ୍କା ସୁପାରିସ କରାଯାଇଥିଲା। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର ମୂଳ ପ୍ରଶ୍ନରେ ରାଜ୍ୟ ସରକାର ଯେତିକି ଟଙ୍କା ପାଇବା କଥା ତା’ଠାରୁ କମ୍‌ ପାଇବାର କାରଣ କ’ଣ ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରୀୟ ଟିକସ ବାବଦରେ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ଅଂଶଧନ ୧,୮୪,୦୭୦ କୋଟି ଟଙ୍କା ଅର୍ଥ କମିଶନ ସୁପାରିସ କରିଥିଲେ। ସେଥିରୁ ୧୭,୨୯୯ କୋଟି ଟଙ୍କା କମ୍‌ ମିଳିଛି। ସେହିପରି ୨୦୧୯-୨୦ ପାଇଁ ୪୮,୫୬୦ କୋଟି ଟଙ୍କାର ସୁପାରିସ କରାଯାଇଥିବା ବେଳେ ୨୦୧୯-୨୦ରେ କେନ୍ଦ୍ର ସରକାର ତାଙ୍କ ବଜେଟରେ ୩୭,୫୬୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି; ଯାହାକି ୧୦,୬୯୦ କୋଟି ଟଙ୍କା କମ। ସମ୍ପାଦନ ଭିତ୍ତିକ ଅନୁଦାନ (ପରଫରମାନ୍ସ ଗ୍ରାଣ୍ଟ) ବାବଦରେ ୪୧୯ କୋଟି ଟଙ୍କା କମ ମିଳିଥିବା ବେଳେ ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା ପାଇଁ ୨୭୦ କୋଟି ଟଙ୍କା କମ ମିଳିଛି। ଏହି ଅନୁଦାନ ମିଳିବା ପାଇଁ ଅର୍ଥ କମିଶନଙ୍କ ସମସ୍ତ ସର୍ତ୍ତ ପୂରଣ କରାଯାଇଥିଲେ ମଧ୍ୟ ପଇସା ଠିକ ସମୟରେ ମିଳୁନାହିଁ ସେହିପରି ୨୦୧୫-୧୬ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ଅର୍ଥ କମିଶନ ୩,୭୧୮ କୋଟି ଟଙ୍କା ସୁପାରିସ କରିଥିବା ବେଳେ ୬୨୧ କୋଟି ଟଙ୍କା କମ ମିଳିଛି। ସହରାଞ୍ଚଳ ସ୍ବାୟତ୍ତ ସଂସ୍ଥାଗୁଡିକ ପାଇଁ ଏହି ସମୟ ମଧ୍ୟରେ କମିଶନ ୧,୪୧୮ କୋଟି ଟଙ୍କା ସୁପାରିସ କରିଛନ୍ତି। ସେଥିରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୪୨୫ କୋଟି ଟଙ୍କା ଅର୍ଥ କମିଶନ ସୁପାରିସ କରିଥିଲେ। ସେଥିରୁ ପ୍ରଥମ କିସ୍ତିରେ ୨୧୩ କୋଟି ଟଙ୍କା ମିଳିବା କଥା। କିନ୍ତୁ କେନ୍ଦ୍ର ସରକାର ରାଜ୍ୟକୁ ମାତ୍ର ୨୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରଥମ କିସ୍ତି ବାବଦରେ ୧୮୫ କୋଟି ଟଙ୍କା ବାକି ରହିଛି। ଦେଶରେ ସେବା ଓ ଦ୍ରବ୍ୟ ଟିକସ(ଜିଏସ୍‌ଟି) ପ୍ରଚଳନ ହେବା ପରେ ୨୦୧୮-୧୯ ଠାରୁ ରାଜ୍ୟ ଅଂଶ ଧନ ବାବଦରେ ୨୬୬ କୋଟି ଟଙ୍କା କମ ମିଳିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅଂଶ ଧନ ୨୯୦୦ କୋଟି ଟଙ୍କା ଦେବାକୁଥିବା ବେଳେ କେନ୍ଦ୍ର ସରକାର ୨,୫୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏ ବାବଦରେ ୩୫୫ କୋଟି ଟଙ୍କା କମ ମିଳିଛି। ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଅଂଶଧନ ହ୍ରାସକୁ ନେଇ ଉଭୟ କଂଗ୍ରେସ ଓ ଶାସକ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri