କେନାଲ, ରାସ୍ତା କାମ ନିମ୍ନମାନର ଅଭିଯୋଗ : କାର୍ଯ୍ୟ ବନ୍ଦ କଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଖଇରା, ୨୦।୪(ଡି.ଏନ.ଏ.)-ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା କେନାଲର ଖଇରା ଉପଖଣ୍ଡ ଅଧୀନ ଗଡ଼ ଗ୍ରାମ ନିକଟରେ ଚାଲିଥିବା କେନାଲ ଓ ତତ୍‌ସଂଲଗ୍ନ ଆପ୍ରୋଚ ରୋଡ଼ କାର୍ଯ୍ୟ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଶନିବାର ଗଡ଼ ଓ କଅଁଳଖୁଣ୍ଟା ଗ୍ରାମର ଅଧିବାସୀମାନେ କାର୍ଯ୍ୟକୁ ବନ୍ଦ ରଖିଥିଲେ। ପରେ ଅପରାହ୍ନରେ କନିଷ୍ଠଯନ୍ତ୍ରୀ ପ୍ରଦୀପ କୁମାର ମହାପାତ୍ର କାର୍ଯ୍ୟସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହ ଆଲୋଚନା କରି କାର୍ଯ୍ୟ ଠିକ୍‌ ଭାବେ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି।

ପ୍ରକାଶ ଯେ, କେନାଲର ୪୫୦ମିଟର ଅଂଶର କଂକ୍ରିଟ ଓ ତତ୍‌ସଂଲଗ୍ନ ୨୦ମିଟର ଆପ୍ରୋଚ ରୋଡ ନିର୍ମାଣ ପାଇଁ ଆନୁମାନିକ ୫କୋଟି ଟଙ୍କା ମଞ୍ଜୁର କରାଯାଇଛି। ହେଲେ ଠିକାଦାର କେନାଲ କାର୍ଯ୍ୟ ସାରି ରାସ୍ତା ନିର୍ମାଣ ଆରମ୍ଭ କରିଛନ୍ତି। ଏବେ କଂକ୍ରିଟ କାମ ପୂରା ଶେଷ ନ ହେଉଣୁ ୨ପାର୍ଶ୍ୱ କଂକ୍ରିଟର ଅନେକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ସେପଟେ ରାସ୍ତା କାମ ଆରମ୍ଭରେ ବିନା ରୋଲରେ ମେଟାଲିଂ କରାଯାଉଥିବାରୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଗ୍ରାମର କ୍ଷୀରୋଦ ମହାନ୍ତି ଓ ଲମ୍ବୋଦର ବେହେରା ପ୍ରମୁଖ ପ୍ରଶ୍ନ ଉଠାଇଛନ୍ତି। ଯନ୍ତ୍ରୀମାନେ ଅନେକ ସମୟରେ ଅନୁପସ୍ଥିତ ରହୁଥିବା ଯୋଗୁ ଠିକାଦାରଙ୍କ ଏହି ବେପରୁଆ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଯୋଗାଉଥିବା ଗ୍ରାମର ଶୂଳିଚରଣ ସେଣ୍ଡ, ଡମ୍ବରୁଧର ନାୟକ, ଜଗବନ୍ଧୁ ବେହେରା, ଗଙ୍ଗାଧର ବେହେରା, ପ୍ରଫୁଲ୍ଲ ବାରିକ ଓ ସୁରେନ୍ଦ୍ର ସ ପ୍ରମୁଖ ଅଭିଯୋଗ କରିଛନ୍ତି। ଯଦି ପୁଣି ନିମ୍ନମାନର କାର୍ଯ୍ୟ ଚାଲୁରହେ ତେବେ ଗଣଧାରଣା ଦିଆଯିବ ବୋଲି ଗ୍ରାମର ନବକିଶୋର ବାରିକ, ଶ୍ରୀଧର ପରିଡା, ଶିତିକଣ୍ଠ ପଣ୍ଡା, ପ୍ରହଲ୍ଲାଦ ଦେଉରୀ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଯନ୍ତ୍ରୀଙ୍କୁ ଯେଗାଯୋଗ କରାଯିବାରେ ଗ୍ରାମବାସୀ ଯେଉଁଭଳି ଭାବେ ଚାହୁଁଛନ୍ତି ସେହିଭଳି ଭାବେ କାର୍ଯ୍ୟ ହେବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?