Posted inଖେଳ

କେକେଆର ସହ ଖେଳି ଅବସର ନେବାକୁ ଚାହେଁ: ରସେଲ

ନୂଆଦିଲ୍ଲୀ,୩।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଦଳ କୋଲକାତା ନାଇଟ ରାଇଡର୍ସ (କେକେଆର) ସହ ଖେଳି ଅବସର ନେବାକୁ ଚାହେଁ ବୋଲି ଓ୍ବେଷ୍ଟଇଣ୍ଡିଜ ଧୂଆଁଧାର ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ କହିଛନ୍ତି। କ୍ୟାରିୟରର ଶେଷ ମ୍ୟାଚ୍‌ କୋଲକାତା ତରଫରୁ ଖେଳିବାକୁ ଚାହେଁ ବୋଲି ୩୨ ବର୍ଷୀୟ ରସେଲ କେକେଆରର ଅଫିସିଆଲ ଅନଲାଇନ୍‌ ଶୋ ‘ନାଇଟ୍‌ ଅନ୍‌ପ୍ଲଗ୍‌ଡ’ରେ ଅଂଶଗ୍ରହଣ କରି କହିଛନ୍ତି। କୋଲକାତା ସହ ଖେଳି ବହୁତ ରୋମାଞ୍ଚକ ଭରା ଅନୁଭବ ପାଇଛି। କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ପାଇଁ ଖେଳିଛି। ତେବେ ଇଡେନ ଗାର୍ଡେନରେ କୋଲକାତା ପାଇଁ ଆଇପିଏଲ ଖେଳିବାର ରୋମାଞ୍ଚ ଓ ମଜା ଅଲଗା। ଏହି ଅନୁଭୂତିର ତୁଳନା ନାହିଁ ବୋଲି ନିଜ ହୋମ୍‌ ଗ୍ରାଉଣ୍ଡ ଇଡେନ ଗାର୍ଡେନ ସମ୍ପର୍କରେ ମତ ରଖି ରସେଲ ଏହି କଥା କହିଛନ୍ତି। ଏହି ଗ୍ରାଉଣ୍ଡରେ ମୋତେ ବହୁତ ସ୍ବାଗତ କରାଯାଇଥାଏ। ଏହା ମଧ୍ୟ ଚାପ ସୃଷ୍ଟି କରିଥାଏ। କିନ୍ତୁ ଏହା ସକାରାତ୍ମକ ଚାପ ଓ ଭଲ ଖେଳିବାକୁ ଏହା ପ୍ରେରଣା ଦେଇଥାଏ। ଇଡେନ ଗାର୍ଡେନର ଦର୍ଶକ ଆମକୁ ବହୁତ ସମର୍ଥନ କରିଥାନ୍ତି। ତେଣୁ ଏହି ଗ୍ରାଣ୍ଡରେ କୋଲକାତା ପାଇଁ ଖେଳି ଅବରସ ନେବାକୁ ଚାହେଁ। କ୍ୟାରିୟରର ଶେଷ ପର୍ଯ୍ୟନ୍ତ ଆଇପିଏଲ ଖେଳିବାକୁ ଚାହେଁ। ଗତ ୬ଟି ଆଇପିଏଲ୍‌ ସଂସ୍କରଣରେ କୋଲକାତା ପାଇଁ ନିୟମିତ ଭାବେ ଖେଳି ଆସୁଛି ଓ ଏହାକୁ ମୁଁ ବେଶ୍‌ ଉପଭୋଗ କରିଥାଏ। କେତୋଟି ମ୍ୟାଚ୍‌ରେ ବିଫଳ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଇନିଂସରେ ସମାନ ସମର୍ଥନ ଦର୍ଶକଙ୍କଠାରୁ ମିଳିଥାଏ। ଏବର୍ଷ ମଧ୍ୟ କୋଲକାତା ପାଇଁ ଆଇପିଏଲ୍‌ ଖେଳିବାକୁ ଚାହେଁ ବୋଲି ରସେଲ କହିଛନ୍ତି। ପତ୍ନୀ ଓ କିଛି ଦିନ ତଳେ ଜନ୍ମଗ୍ରହଣ କରିଥିବା ଝିଅଠାରୁ ସେ କରୋନା ଭାଇରସ ଜନିତ ଲକ୍‌ଡାଉନ କାରଣରୁ ଦୂରରେ ରହିଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ସବୁକିଛି ଠିକ୍‌ ହୋଇଯିବ ଓ ଜୀବନଧାରା ସ୍ବଭାବିକ ହେବ ବୋଲି ରସେଲ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri