କେଉଁ ଭାରତୀୟ ରାଜନେତା ଅଧିକ ରୋମାଣ୍ଟିକ୍‌

ନୂଆଦିଲ୍ଲୀ,୧୩।୨: ପ୍ରେମ ସପ୍ତାହ ପାଳନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଆସିଯାଇଛି ବର୍ଷକର ଅପେକ୍ଷା ପରେ ଆସୁଥିବା ସେହି ପ୍ରେମ ଦିବସ ବା ଭାଲେଣ୍ଟାଇନ୍‌ ଡେ’। ପ୍ରେମକୁ ନେଇ କେତେ କ’ଣ ଆଲୋଚନା ହେଉଥିବା ବେଳେ ମନକୁ ଆସେ ଆମ ରାଜନେତା ମାନେ କ’ଣ କମ୍‌ ରୋମାଣ୍ଟିକ୍‌ ନା କ’ଣ। ଅବଶ୍ୟ ଏମାନେ ଏଥିରେ ପଛରେ ନାହାନ୍ତି। କେତେଜଣ ବରିଷ୍ଠ ଭାରତୀୟ ରାଜନେତା ସେମାନଙ୍କ ପ୍ରେମ କାହାଣୀକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ଏମାନେ ପ୍ରେମ କରିବା ସମୟରେ କ୍ୟାରିୟରକୁ ଖାତିର କରି ନାହାନ୍ତି ବୋଲି କୁହାଯାଏ।
ଦିଗ୍‌ବିଜୟ-ଅମ୍ରିତା: କଂଗ୍ରେସ ଦଳର ବରିଷ୍ଠ ରାଜନେତା ଦିଗ୍‌ବିଜୟ ସିଂଙ୍କର ରାଜନୀତିରେ ରହିଛି ଅଗାଧ ଜ୍ଞାନ। ଏହା ବ୍ୟତୀତ ତାଙ୍କ ପ୍ରେମ କାହାଣୀ ପାଇଁ ମଧ୍ୟ ସେ ବେଶ୍‌ ଚର୍ଚ୍ଚିତ। ତାଙ୍କଠାରୁ ବୟସରେ ଖୁବ୍‌ ସାନ ସମ୍ବାଦିକା ଅମ୍ରିତା ରାଏଙ୍କ ସହ ଦିଗ୍‌ବିଜୟଙ୍କ ପ୍ରେମ କାହାଣୀ ଯେତେବେଳେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଲା ସେତେବେଳେ ସେ କାଳ ବିଳମ୍ବ ନ କରି ୨୦୧୫ରେ ବିବାହ କରିଯାଇଥିଲେ।
ଶଶି-ସୁନନ୍ଦା: କଂଗ୍ରେସର ଆଉ ଜଣେ ଜ୍ଞାନୀ ନେତାଭାବେ ପରିଚିତ ଶଶି ଥରୁର। ୨ଟି ସନ୍ତାନର ମା’ ହୋଇସାରିଥିବା ବ୍ୟବସାୟୀ ସୁନନ୍ଦା ପୁଷ୍କରଙ୍କ ସହ ଶଶିଙ୍କ ପ୍ରେମ କାହାଣୀ ବି ବେଶ୍‌ ଚର୍ଚ୍ଚା ସାଉଁଟିଥିଲା। ଯଦିଓ ଏହା ବେଶିଦିନ ତିଷ୍ଠି ପାରି ନ ଥିଲା ହେଲେ ଏମାନଙ୍କ ପ୍ରେମ କାହାଣୀ ଅନ୍ୟମାନଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। ୨୦୧୦ରେ ଏମାନେ ବିବାହ କରିଥିଲେ।
ରାଜୀବ-ସୋନିଆ: ଇନ୍ଦିରା ଗାନ୍ଧୀଙ୍କ ସୁପୁତ୍ର ରାଜୀବ ଗାନ୍ଧୀ ବି ଦିନେ ପଡିଥିଲେ ପ୍ରେମରେ। କେମ୍ବ୍ରିଜ୍‌ ୟୁନିଭର୍ସିଟିର ରେଷ୍ଟୁରାଣ୍ଟରେ ପ୍ରଥମ କରି ସୋନିଆଙ୍କୁ ଦେଖିବା ପରେ ରାଜୀବ ପଡିଯାଇଥିଲେ ତାଙ୍କ ପ୍ରେମରେ। ଆଉ ଏହି ପ୍ରେମ ଶେଷରେ ବିବାହର ରୂପ ନେଇଥିଲା। ସୁଦୁର ଇଟାଲୀର ଝିଅ ପାଲଟି ଯାଇଥିଲେ ଭାରତର ବୋହୂ।

ସଚ୍ଚିନ-ସାରା: କଂଗ୍ରେସ ନେତା ସଚ୍ଚିନ ପାଇଲଟ ମଧ୍ୟ ପଡିଯାଇଥିଲେ ପ୍ରେମରେ। ଲଣ୍ଡନରେ ସେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲାଙ୍କ ଝିଅ ସାରା ଅବଦୁଲାଙ୍କ ପ୍ରେମରେ ପଡିବା ପରେ ଅପେକ୍ଷା କରିଥିଲେ କିଛି ବର୍ଷ। କିଛି ବର୍ଷର ଡେଟିଂ ପରେ ବି ଏମାନଙ୍କ ବିବାହକୁ ଉଭୟ ପରିବାରର ସ୍ବୀକୃତି ମିଳି ନ ଥିଲା। ହେଲେ ସବୁ ବାଦ ବିବାଦ ପରେ ଶେଷରେ ୨୦୦୪ରେ ଏମାନେ ଦିଲ୍ଲୀରେ ବିବାହ କରିଥିଲେ।
ଅଖିଳେଶ-ଡିମ୍ପଲ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବି ପଡିଛନ୍ତି ପ୍ରେମରେ। ଡିମ୍ପଲ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ଅଖିଳେଶଙ୍କ ସହ ଦେଖା ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ହେବା ପରେ ଶେଷରେ ଡିମ୍ପଲ ପାଲଟି ଯାଇଥିଲେ ଅଖିଳେଶଙ୍କ ଧର୍ମପତ୍ନୀ।
ପ୍ରିୟଙ୍କା-ରବର୍ଟ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦିନେ ପ୍ରେମରେ ପଡିଥିଲେ। ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ହୃଦୟ ଦେଇଥିବା ପ୍ରିୟଙ୍କା ଶେଷରେ ପ୍ରିୟଙ୍କା ଗାନ୍ଧୀରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହୋଇଯାଇଥିଲେ। ଦିଲ୍ଲୀରେ ୧୯୯୭ରେ ଏମାନେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri