କୃଷ୍ଣପ୍ରସାଦରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ: ବୃଦ୍ଧି ପାଉଛି ଅସାମାଜିକ କାର୍ଯ୍ୟ, ନିଷ୍କ୍ରିୟ ପୋଲିସ

କୃଷ୍ଣପ୍ରସାଦ,୩୦ା୭(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଗତ କିଛିମାସ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ଦିନକୁ ଦିନ ବେଆଇନ ନିଶା କାରବାର, ଚୋରି, ଡକାୟତି, ହତ୍ୟା ଆଦି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଲୋକେ ନିଜକୁ ସୁରକ୍ଷିତ ମନେ କରୁ ନ ଥିବା ଜଣାପଡ଼ିଛି। ଏହି ପରିସ୍ଥିତିରେ ପୋଲିସର ନୀରବ ଓ ନିଷ୍କ୍ରିୟତା ଜନସାଧାରଣଙ୍କୁ ଅଧିକ ଚିନ୍ତିତ ଓ ଭୟଭୀତ କରୁଛି। ସୂଚନାଯୋଗ୍ୟ, କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ରହିଛି ମାଲୁଦ ଫାଣ୍ଡି। ଚିଲିକା, ନୂଆପଡ଼ାରେ ରହିଛି ଗୋଟିଏ ଫାଣ୍ଡି ା ତେବେ ୨ ଫାଣ୍ଡିରେ ବର୍ଷେ ହେବ କୌଣସି ଅଧିକାରୀ ନାହାନ୍ତି ।
ବଜ୍ରକୋଟର ଫଳ ଦୋକାନ, ମାଲୁଦର ଜଗତେଶ୍ୱର ଡ୍ରେସ୍‌ହାଉସ, ମିଟୁ ପୃଷ୍ଟି ରାଶନ ଦୋକାନ ଓ ପିଣ୍ଟୁ ପୃଷ୍ଟି ମୋବାଇଲ ଦୋକାନରୁ ହୋଇଥିବା ଚୋରି ଘଟଣାରେ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ଏ ପର୍ଯ୍ୟନ୍ତ ସକ୍ଷମ ହୋଇପାରିନି। ଶିଆଳ ଗାଁରେ ବଧୂହତ୍ୟା ଘଟଣା ନେଇ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶତାଧିକ ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ମଧ୍ୟ କାହାକୁ ଗିରଫ କରାଯାଇନାହିଁ। କହ୍ନେଇପୁର ଗୋଷ୍ଠୀକନ୍ଦଳ ଘଟଣାରେ ପୋଲିସ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଶେଷରେ ଶାନ୍ତି କମିଟି ଦ୍ୱାରା ସମାଧାନ କରାଯାଇଥିଲା। କୃଷ୍ଣପ୍ରସାଦ ଥାନା ଚତୁଃପାର୍ଶ୍ୱରେ ବେଆଇନ ମଦ ଭଳି ନିଶା କାରବାର ବୃଦ୍ଧି ନେଇ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଥାନାରେ ଅଭିଯୋଗ କରାଯିବାର ୧ ମାସ ବିତିଯାଇଥିଲେ ସୁଦ୍ଧା ପୋଲିସର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ମାଲୁଦ ଫାଣ୍ଡି ନିକଟ ରାଜାବଜାର ଅଞ୍ଚଳର ଗାଁଦାଣ୍ଡ, ଗଳି ଓ କନ୍ଦିରେ ଚୋରାମଦ କାରବାର, ଗୋରୁଚାଲାଣ ଆଦି କାରବାର ହେଉଛି। ମାଲିକମାନେ ନିଜ ଗୋରୁଗୁଡ଼ିକୁ ଗୁହାଳରେ ନ ରଖି ମାଲୁଦ, ପାରିକୁଦ ବଜାରକୁ ଛାଡିଦେବା ଯୋଗୁ ଦୁର୍ଘଟଣା ଘଟୁଛି। ଏଥିପ୍ରତି ପୋଲିସର କୌଣସି ପଦକ୍ଷେପ ନାହିଁ। ରାତିରେ ପୋଲିସ ପାଟ୍ରୋଲିଂ ହେଉ ନ ଥିବାରୁ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବଢ଼ିଚାଲିଛି। ତେଣୁ ପୋଲିସ ପ୍ରତି ଲୋକଙ୍କ ଦିନକୁ ଦିନ ଭରସା ତୁଟିବାରେ ଲାଗିଛି।
ବଜ୍ରକୋଟ ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ ଘଟଣାର ୨ ମାସ ବିତିଯାଇଥିଲେ ସୁଦ୍ଧା ଏହାର ପର୍ଦ୍ଦାଫାଶ କରିବାରେ ପୋଲିସ ସଫଳ ହୋଇପାରିନି। ଏ ନେଇ ବ୍ୟାଙ୍କ ପରିଚାଳକ ଶ୍ରୀକାନ୍ତ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଆମେ ଲିଖିତ ଅଭିଯୋଗ କରିଥିଲୁ। କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ ଫୁଟେଜ ଦେଖି ତଦନ୍ତ ଆରମ୍ଭ କରିନାହାନ୍ତି । ଏଟିଏମ୍‌ ବନ୍ଦ ରହିବା ଯୋଗୁ ଗ୍ରାହକ ହଇରାଣ ହେଉଛନ୍ତି।
ମାଲୁଦ ଏବଂ ଚିଲିକା ନୂଆପଡ଼ା ଫାଣ୍ଡିରେ ଅଧିକାରୀ ନିଯୁକ୍ତି ପ୍ରସଙ୍ଗ ନେଇ କୃଷ୍ଣପ୍ରସାଦ ଆରକ୍ଷୀ ନିରୀକ୍ଷକ ସୁଧୀର ସାହୁଙ୍କୁ ପଚାରିବାରୁ ଫାଣ୍ଡିରେ ଅଧିକାରୀ ନିଯୁକ୍ତି ଘଟଣା ନେଇ ସେ ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରିଥିବା ପ୍ରକାଶ କରିଥିଲେ।
କୃଷ୍ଣପ୍ରସାଦ ବ୍ଲକ ୯ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟା ପ୍ରଭାତୀ ପ୍ରଧାନ ଉପରୋକ୍ତ ସମସ୍ୟା ନେଇ କହିଥିଲେ, ୨୫ ବର୍ଷ ମଧ୍ୟରେ ଆଇନଶୃଙ୍ଖଳାକୁ ସଜାଡିବାରେ ବିଫଳ, ଅପାରଗ ହୋଇଥିବା ଏଭଳି କେହି ଆରକ୍ଷୀ ନିରୀକ୍ଷକ ଆମ ଥାନାର ଦାୟିତ୍ୱ ଗ୍ରହଣ କରି ନ ଥିଲେ। ବର୍ତ୍ତମାନ ଚୋରି, ବେଆଇନ ମଦ କାରବାର ବୃଦ୍ଧି ପାଉଛି। ଏହି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ସ୍ଥାନୀୟ ଲୋକେ ଦାୟିତ୍ୱରେ ଥିବା ଆରକ୍ଷୀ ନିରୀକ୍ଷକଙ୍କ ବଦଳି ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri