କୃଷ୍ଣପ୍ରସାଦରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ: ବୃଦ୍ଧି ପାଉଛି ଅସାମାଜିକ କାର୍ଯ୍ୟ, ନିଷ୍କ୍ରିୟ ପୋଲିସ

କୃଷ୍ଣପ୍ରସାଦ,୩୦ା୭(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଗତ କିଛିମାସ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ଦିନକୁ ଦିନ ବେଆଇନ ନିଶା କାରବାର, ଚୋରି, ଡକାୟତି, ହତ୍ୟା ଆଦି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଲୋକେ ନିଜକୁ ସୁରକ୍ଷିତ ମନେ କରୁ ନ ଥିବା ଜଣାପଡ଼ିଛି। ଏହି ପରିସ୍ଥିତିରେ ପୋଲିସର ନୀରବ ଓ ନିଷ୍କ୍ରିୟତା ଜନସାଧାରଣଙ୍କୁ ଅଧିକ ଚିନ୍ତିତ ଓ ଭୟଭୀତ କରୁଛି। ସୂଚନାଯୋଗ୍ୟ, କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ରହିଛି ମାଲୁଦ ଫାଣ୍ଡି। ଚିଲିକା, ନୂଆପଡ଼ାରେ ରହିଛି ଗୋଟିଏ ଫାଣ୍ଡି ା ତେବେ ୨ ଫାଣ୍ଡିରେ ବର୍ଷେ ହେବ କୌଣସି ଅଧିକାରୀ ନାହାନ୍ତି ।
ବଜ୍ରକୋଟର ଫଳ ଦୋକାନ, ମାଲୁଦର ଜଗତେଶ୍ୱର ଡ୍ରେସ୍‌ହାଉସ, ମିଟୁ ପୃଷ୍ଟି ରାଶନ ଦୋକାନ ଓ ପିଣ୍ଟୁ ପୃଷ୍ଟି ମୋବାଇଲ ଦୋକାନରୁ ହୋଇଥିବା ଚୋରି ଘଟଣାରେ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ଏ ପର୍ଯ୍ୟନ୍ତ ସକ୍ଷମ ହୋଇପାରିନି। ଶିଆଳ ଗାଁରେ ବଧୂହତ୍ୟା ଘଟଣା ନେଇ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶତାଧିକ ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ମଧ୍ୟ କାହାକୁ ଗିରଫ କରାଯାଇନାହିଁ। କହ୍ନେଇପୁର ଗୋଷ୍ଠୀକନ୍ଦଳ ଘଟଣାରେ ପୋଲିସ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଶେଷରେ ଶାନ୍ତି କମିଟି ଦ୍ୱାରା ସମାଧାନ କରାଯାଇଥିଲା। କୃଷ୍ଣପ୍ରସାଦ ଥାନା ଚତୁଃପାର୍ଶ୍ୱରେ ବେଆଇନ ମଦ ଭଳି ନିଶା କାରବାର ବୃଦ୍ଧି ନେଇ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଥାନାରେ ଅଭିଯୋଗ କରାଯିବାର ୧ ମାସ ବିତିଯାଇଥିଲେ ସୁଦ୍ଧା ପୋଲିସର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ମାଲୁଦ ଫାଣ୍ଡି ନିକଟ ରାଜାବଜାର ଅଞ୍ଚଳର ଗାଁଦାଣ୍ଡ, ଗଳି ଓ କନ୍ଦିରେ ଚୋରାମଦ କାରବାର, ଗୋରୁଚାଲାଣ ଆଦି କାରବାର ହେଉଛି। ମାଲିକମାନେ ନିଜ ଗୋରୁଗୁଡ଼ିକୁ ଗୁହାଳରେ ନ ରଖି ମାଲୁଦ, ପାରିକୁଦ ବଜାରକୁ ଛାଡିଦେବା ଯୋଗୁ ଦୁର୍ଘଟଣା ଘଟୁଛି। ଏଥିପ୍ରତି ପୋଲିସର କୌଣସି ପଦକ୍ଷେପ ନାହିଁ। ରାତିରେ ପୋଲିସ ପାଟ୍ରୋଲିଂ ହେଉ ନ ଥିବାରୁ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବଢ଼ିଚାଲିଛି। ତେଣୁ ପୋଲିସ ପ୍ରତି ଲୋକଙ୍କ ଦିନକୁ ଦିନ ଭରସା ତୁଟିବାରେ ଲାଗିଛି।
ବଜ୍ରକୋଟ ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ ଘଟଣାର ୨ ମାସ ବିତିଯାଇଥିଲେ ସୁଦ୍ଧା ଏହାର ପର୍ଦ୍ଦାଫାଶ କରିବାରେ ପୋଲିସ ସଫଳ ହୋଇପାରିନି। ଏ ନେଇ ବ୍ୟାଙ୍କ ପରିଚାଳକ ଶ୍ରୀକାନ୍ତ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଆମେ ଲିଖିତ ଅଭିଯୋଗ କରିଥିଲୁ। କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ ଫୁଟେଜ ଦେଖି ତଦନ୍ତ ଆରମ୍ଭ କରିନାହାନ୍ତି । ଏଟିଏମ୍‌ ବନ୍ଦ ରହିବା ଯୋଗୁ ଗ୍ରାହକ ହଇରାଣ ହେଉଛନ୍ତି।
ମାଲୁଦ ଏବଂ ଚିଲିକା ନୂଆପଡ଼ା ଫାଣ୍ଡିରେ ଅଧିକାରୀ ନିଯୁକ୍ତି ପ୍ରସଙ୍ଗ ନେଇ କୃଷ୍ଣପ୍ରସାଦ ଆରକ୍ଷୀ ନିରୀକ୍ଷକ ସୁଧୀର ସାହୁଙ୍କୁ ପଚାରିବାରୁ ଫାଣ୍ଡିରେ ଅଧିକାରୀ ନିଯୁକ୍ତି ଘଟଣା ନେଇ ସେ ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରିଥିବା ପ୍ରକାଶ କରିଥିଲେ।
କୃଷ୍ଣପ୍ରସାଦ ବ୍ଲକ ୯ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟା ପ୍ରଭାତୀ ପ୍ରଧାନ ଉପରୋକ୍ତ ସମସ୍ୟା ନେଇ କହିଥିଲେ, ୨୫ ବର୍ଷ ମଧ୍ୟରେ ଆଇନଶୃଙ୍ଖଳାକୁ ସଜାଡିବାରେ ବିଫଳ, ଅପାରଗ ହୋଇଥିବା ଏଭଳି କେହି ଆରକ୍ଷୀ ନିରୀକ୍ଷକ ଆମ ଥାନାର ଦାୟିତ୍ୱ ଗ୍ରହଣ କରି ନ ଥିଲେ। ବର୍ତ୍ତମାନ ଚୋରି, ବେଆଇନ ମଦ କାରବାର ବୃଦ୍ଧି ପାଉଛି। ଏହି ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ସ୍ଥାନୀୟ ଲୋକେ ଦାୟିତ୍ୱରେ ଥିବା ଆରକ୍ଷୀ ନିରୀକ୍ଷକଙ୍କ ବଦଳି ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri