କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହ ସାତଟି ବୁଝାମଣାପତ୍ର ସ୍ବାକ୍ଷରିତ: ‘ଓଡ଼ିଶା ହେବ କୃଷିରେ ବଳକା ରାଜ୍ୟ’

ଭୁବନେଶ୍ୱର, ୪ା୮(ବ୍ୟୁରୋ): କୃଷି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକ ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଉନ୍ନତ ମାନର ବିହନ ସୃଷ୍ଟି ସହ କୃଷକମାନଙ୍କୁ ଅଧିକ ପରିମାଣରେ ଏହାକୁ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି ।
କୃଷି ଭବନଠାରେ ଶନିବାର କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ସହ ବିଭିନ୍ନ ସଂସ୍ଥାର ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ରାଜ୍ୟରେ ଅଧିକ ପରିମାଣର ଅଣଧାନ ଚାଷ ସହିତ ଡାଲି, ତୈଳ ବୀଜ, ପନିପରିବା ଓ ଫଳଚାଷ ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯାଉଛି । ଏହାଦ୍ବାରା ରାଜ୍ୟ ସ୍ବାବଲମ୍ବୀ ହେବା ସହିତ ବଳକା ରାଜ୍ୟ ଭାବେ ବାହାର ରାଜ୍ୟକୁ ଏସବୁ ରପ୍ତାନି କରିପାରିବ । ଏହାଦ୍ବାରା ସ୍ବଚ୍ଛତା ଅବଲମ୍ବନ ସହିତ ନିଗମଗୁଡ଼ିକର କାର୍ଯ୍ୟଧାରା ଏବଂ ଧାର୍ଯ୍ୟ ଲକ୍ଷ୍ୟ ସମ୍ପର୍କରେ ଜନସାଧାରଣ ସହଜରେ ଅବଗତ ହୋଇପାରିବେ। ଏହି କ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତରଫରୁ ଭୂମିହୀନ ଚାଷୀମାନଙ୍କ ଜୀବିକାର୍ଜନରେ ଉନ୍ନତି ଆଣିବା ଓ ଆର୍ଥିକ ସଂସ୍ଥାଗୁଡ଼ିକରୁ କୃଷିଋଣ ଦେବା ନିମନ୍ତେ ଯୋଗ୍ୟତା ବୃଦ୍ଧି ପାଇଁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଏବଂ ‘ଦ୍ବାରା ଟ୍ରଷ୍ଟ’ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ା ଏହି ସଂସ୍ଥା ଫସଲ ବୁଣାଠାରୁ ଆରମ୍ଭ କରି ଫସଲ ବୀମା ଓ ଅମଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ସମ୍ପର୍କରେ କୃଷକମାନଙ୍କୁ ପରାମର୍ଶ ଦେବ। ସମସ୍ତ ଭାଗୀଦାରି ସଂସ୍ଥା ବିଶେଷ କରି ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକୁ ଏ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଉପଲବ୍ଧ କରାଇବ। ଯେପରି ଏହି ବର୍ଗର ଚାଷୀମାନେ ସହଜରେ ଋଣ ପାଇପାରିବେ ସେପରି ପଦକ୍ଷେପ ନିଆଯାଉଛି ା ପ୍ରଥମ ଦଫାରେ ୫ ଜିଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ା ବିହନ ଉତ୍ପାଦନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ଫଳପ୍ରଦ କରିବା ପାଇଁ ବିଭାଗ ହିନ୍ଦୁସ୍ଥାନ ଇନ୍‌ସେକ୍ଟିସାଇଡ୍‌ ଲିମିଟେଡ (ଏଚ୍‌ଆଇଏଲ୍‌) ଏବଂ ନାଫେଡ୍‌ ସହ ଏକ ଦୀର୍ଘ ମିଆଦୀ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି ା ଏହି ବୁଝାମଣା ପତ୍ର ରାଜ୍ୟରେ ବିହନ ଉତ୍ପାଦନ ଓ ଚାହିଦା ମଧ୍ୟରେ ତାରତମ୍ୟ ଦୂର କରିବାରେ ସହାୟକ ହେବ । ଚୁକ୍ତି ଅନୁଯାୟୀ ଆଗାମୀ ୩ ବର୍ଷ ଯଥା ୨୦୧୯-୨୦ ଠାରୁ ୨୦୨୧-୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ ା ଅନୁରୂପଭାବେ ରାଜ୍ୟରେ ଅଧିକରୁ ଅଧିକ କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ଆପିକଲ ନିରନ୍ତର ଉଦ୍ୟମ କରିଆସୁଛି। ଏହି ପରିପ୍ରେକ୍ଷୀରେ ବୁଝାମଣା ଅନୁଯାୟୀ ଏହି ସଂସ୍ଥା ୨୦୧୮ରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୨୦୧୯-୨୦ବର୍ଷ ପାଇଁ ୮ଶହ ଗୋଟି କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ୬୦ କୋଟି ଟଙ୍କାର ରିହାତି ବ୍ୟବସ୍ଥା ଓ ୬୦୦ଜଣ କୃଷି ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଛି। ଓଡ଼ିଶା କାଜୁ ଉନ୍ନୟନ ନିଗମ ଲିମିଟେଡ ସହିତ ବୁଝାମଣା ପତ୍ର ଅନୁସାରେ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ କାଜୁ ବଗିଚା ନିଲାମ ଓ ଉନ୍ନତମାନର କାଜୁ କଲମୀ ଚାରା ଉତ୍ପାଦନ ଓ ବିକ୍ରିର ମୋଟ ଆୟ ଲକ୍ଷ୍ୟ ଧାର୍ଯ୍ୟ ପରିମାଣ ୨୪ରୁ ୨୮କୋଟିକୁ ବୃଦ୍ଧି କରାଯାଇଛି । ରାଜ୍ୟରେ କାଜୁ ଚାଷର ବର୍ଦ୍ଧିତ ଚାହିଦା ପୂରଣ ଦୃଷ୍ଟିରୁ ଚଳିତ ବର୍ଷର ଉନ୍ନତ ମାନ କାଜୁ କଲମୀ ଚାରା ଉତ୍ପାଦନ ପରିମାଣକୁ ୩୮ ଲକ୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ା ସେହିପରି ଓଡ଼ିଶା କୃଷି ଶିଳ୍ପ ନିଗମ ସହିତ ବୁଝାମଣା ପତ୍ର ଅନୁଯାୟୀ ଚଳିତ ବର୍ଷ ପାଇଁ ୪୬୭.୧୧ କୋଟି ଟଙ୍କାର ବ୍ୟବସାୟ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରେ ନିଗମ ୨୨୬୨ ଟ୍ରାକ୍ଟର, ୫୩୦୦୪ ମେଟ୍ରିକ୍‌ ଟନ୍‌ ରାସାୟନିକ ସାର ଓ ୧୧୪୯୨ ହେକ୍ଟର ଜମିକୁ ଜଳଯୋଗାଣ ପାଇଁ ପ୍ରକଳ୍ପମାନ ସ୍ଥାପନ କରିବାକୁ ଯୋଜନା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିରାଶ ହେଲେ ପ୍ରଶଂସକ, ଖେଳିବେନି ବୈଭବ

ନୂଆଦିଲ୍ଲୀ,୨୬।୬: ଭାରତୀୟ ଟି-୨୦ କ୍ରିକେଟର ‘ଶ୍ରେୟସ ଯୁଗ’ ଆଜିଠାରୁ ଆରମ୍ଭ ହେଉଛି। ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡର ସାମ୍ନା କରୁଛି। ଏହା…

ଆଫଗାନିସ୍ତାନ ମାଡ଼ରେ ଉଡ଼ିଲା ପାକିସ୍ତାନର ହୋଶ! ଭାରତ ବିରୋଧରେ ଖ୍ବାଜା ଆସିଫ ଆଣିଲେ…

ଇସଲାମାବାଦ,୨୬।୬: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଆଫଗାନିସ୍ତାନରୁ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଛନ୍ତି। ଗତ ସପ୍ତାହରେ, ଆଫଗାନ ତାଲିବାନ ବାହିନୀ ଦୁଇଟି…

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ; ଆପଣଙ୍କ ପାଇଁ ଲାଭ ନା କ୍ଷତି?

ନୂଆଦିଲ୍ଲୀ,୨୬।୬: ଦେଶର ସବୁଠାରୁ ଗରିବ ପରିବାରଗୁଡ଼ିକୁ ମିଳୁଥିବା ରାସନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

ବଜ୍ରପାତରେ ଚାଲିଗଲା ୨ ଜୀବନ

ବୌଦ୍ଧ,୨୬।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପରିକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ବଢିବ ସିୟାଙ୍କ ସମସ୍ୟା! କସାବକୁ ମୃତ୍ୟୁଦଣ୍ଡ ଦେଇଥିବା ଓକିଲ ଲଢ଼ିବେ କେତନଙ୍କ ହତ୍ୟା ମାମଲା

ପୁଣେ,୨୬।୬: ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ସାରା ମହାରାଷ୍ଟ୍ରରେ…

ଅନଶନକାରୀଙ୍କ ସହ ଜିଲାପାଳ-ଏସ୍‌ପିଙ୍କ ରୁଦ୍ଧଦ୍ୱାର ବୈଠକ, ଫଳାଫଳ ଉପରେ ସମସ୍ତଙ୍କ ନଜର

ପଟ୍ଟାମୁଣ୍ଡାଇ,୨୬ା୬(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୨ ଅଧୀନ ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନ ହୋଇ ମିଥ୍ୟା ବିଲ୍‌…

ସ୍କୁଲ ବହି ତ୍ରୁଟିକୁ ନେଇ ଆକ୍ସନରେ ମୁଖ୍ୟମନ୍ତ୍ରୀ: ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୬: ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଟି ସୁପାରିସ ଅନୁଯାୟୀ ମୁଖ୍ୟମନ୍ତ୍ରୀ ୪ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri