Posted inଖେଳ

କୁଳମଣି ତ୍ରିପାଠୀ ସ୍ମାରକୀ ରାଜ୍ୟସ୍ତରୀୟ ସ୍କୁଲ ଚେସ୍‌ ଉଦ୍‌ଯାପିତ: ହର୍ଷିତ ଚାମ୍ପିୟନ, ଶ୍ରୀୟାଂଶ ରନର୍ସଅପ୍‌

କଟକ ଅଫିସ,୪ା୯- ଷ୍ଟେଶନବଜାରସ୍ଥିତ ପୂର୍ବତଟ ରେଲଓ୍ବେ ପ୍ରତିଷ୍ଠାନରେ ଏସ୍‌୍‌ଆର୍‌ ଚେସ୍‌ ସେଣ୍ଟର ଦ୍ୱାରା ଆୟୋଜିତ ଦ୍ୱିତୀୟ କୁଳମଣି ତ୍ରିପାଠୀ ସ୍ମାରକୀ ରାଜ୍ୟସ୍ତରୀୟ ସ୍କୁଲ ଚେସ୍‌ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ୮ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୭.୫ ପଏଣ୍ଟ ହାସଲ କରି ଚାମ୍ପିୟନ ହୋଇଛନ୍ତି କଟକ ଷ୍ଟିୱାର୍ଟ ସ୍କୁଲର ହର୍ଷିତ ରଞ୍ଜନ ସାହୁ। ଟ୍ରଫି ସମେତ ୫ହଜାର ଟଙ୍କାର ପୁରସ୍କାର ରାଶି ହର୍ଷିତଙ୍କୁ ପ୍ରଦାନ କରାଯାଇଛି ।
ପ୍ରତିଯୋଗିତାରେ ଶ୍ରୀୟଂଶ ଦାସ ଓ ପଲକ ମହାପାତ୍ର ୭ ପଏଣ୍ଟ ଲେଖାଏ ହାସଲ କରି ଯଥାକ୍ରମେ ରନର୍ସଅପ୍‌ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେମାନଙ୍କୁ ଟ୍ରଫି ସହ ଯଥାକ୍ରମେ ୩୦୦୦ ଓ ୨୦୦୦ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ସତ୍ୟପ୍ରଞ୍ଜଳ ଇନ୍ଦ୍ରଜିତ, ଓମ ଆଦିତ୍ୟ ଖାଡଙ୍ଗା, ପ୍ରିୟାଂଶ ଦାସ, ଟୁର୍ନାମେଣ୍ଟ ଟପସିଡ ଖେଳାଳି ଜଗଦୀଶ ବାରିକ ଓ ପ୍ରତ୍ୟୁଷ ମହାପାତ୍ର ଯଥାକ୍ରମେ ୪ର୍ଥରୁ ୮ମ ସ୍ଥାନ ମଧ୍ୟରେ ରହିଥିଲେ । ଏହି ୫ଜଣ ୬.୫ ପଏଣ୍ଟ ଲେଖାଏ ହାସଲ କରିଛନ୍ତି । ୬ ପଏଣ୍ଟ ଲେଖାଏ ପାଇ ନିଖିଳ ସାହୁ ୯ମ ଓ ପ୍ରକୃତି ରାଉତ ୧୦ମ ସ୍ଥାନ ହାସଲ କରିଛନ୍ତି । ଶ୍ରେଷ୍ଠ ୧୦ଜଣ ଖେଳାଳିଙ୍କୁ ମଧ୍ୟ ପୁରସ୍କାର ଭାବେ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ପ୍ରତିଯୋଗୀ ପୁରସ୍କୃତ ହୋଇଛନ୍ତି । ୫ବର୍ଷରୁ କମ୍‌ ବୟସ ବର୍ଗରେ ସାରାଂଶ ସାହୁଙ୍କ ସମେତ ୮ ଜଣ, ୬ବର୍ଷରୁ କମ୍‌ ବୟସ ବର୍ଗରେ ପ୍ରତୀକ କୁଶଳ ରାଉତଙ୍କ ସହ ୮ ଜଣ, ୭ବର୍ଷରୁ କମ୍‌ ବର୍ଗରେ ସ୍ବସ୍ତିକ ଶୁଭମ ପଟ୍ଟନାୟକଙ୍କ ସମେତ ୮ ଜଣ, ୮ବର୍ଷରୁ କମ ବର୍ଗରେ ବିଶ୍ୱପ୍ରୀତ ରାୟଙ୍କ ସହ ୮ ଜଣ, ୯ବର୍ଷରୁ କମ ବର୍ଗରେ ଶ୍ରୀୟଂଶ ଦେଙ୍କ ସହ ୮ ଜଣ, ୧୦ବର୍ଷରୁ କମ୍‌ ବର୍ଗରେ ବିକାଶ କୁମାର ଲେଙ୍କାଙ୍କ ସହ ୬ ଜଣ, ୧୧ବର୍ଷରୁ କମ ବର୍ଗରେ ସ୍ଥିତପ୍ରଜ୍ଞ ସାହୁଙ୍କ ସହ ୬ ଜଣ, ୧୨ବର୍ଷରୁ କମ ବର୍ଗରେ ସିଦ୍ଧାର୍ଥ ଭୂୟାଁଙ୍କ ସହ ୬ ଜଣ, ୧୩ବର୍ଷରୁ କମ ବର୍ଗରେ ସୌରଭ କରଙ୍କ ସହ ୬ ଜଣଙ୍କୁ ଟ୍ରଫି ଓ ପଦକ ଦିଆଯାଇ ସମ୍ମାନିତ କରାଯାଇଛି। ସିଦ୍ଧାର୍ଥ ମିଶ୍ରଙ୍କୁ ରେଲୱେର ଶ୍ରେଷ୍ଠ ଖେଳାଳି ଓ ଶ୍ରୀମୟ ରାୟଙ୍କୁ ଆକ୍‌ହିଲ୍ସ ପବ୍ଲିକ ସ୍କୁଲର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି । ଉଦ୍‌ଯାପନୀ ୍‌ଉତ୍ସବରେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସେଣ୍ଟରର ନିର୍ଦ୍ଦେଶକ ସତ୍ୟ ରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜନାରାୟଣ ତ୍ରିପାଠୀ, ସେଣ୍ଟରର ସଭାପତି ଶୁଭାଶିଷ ପଟ୍ଟନାୟକ, ବରିଷ୍ଠ କ୍ରୀଡ଼ା ଖବରଦାତା ସନାତନ ପାଣି, ଡ. ସୌମ୍ୟ ଦର୍ଶନ ନାୟକ, ଅଲ ଓଡ଼ିଶା ଚେସ ଆସୋସିଏଶନ ସଭାପତି ଦେବାଶିଷ ସାମନ୍ତରାୟ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନିଅନ୍ତୁ, ନଚେତ୍ କଥା ଆପଣଙ୍କ ଇସ୍ତଫା ପର୍ଯ୍ୟନ୍ତ ଯିବ’: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୩ା୭: କକ୍ରୋଚ ଜନତା ପାର୍ଟି (ସିଜେପି)ର ସଂସ୍ଥାପକ ଅଭିଜିତ ଦୀପକେ ଗୁରୁବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀର ଜନ୍ତରମନ୍ତରକୁ ଏକ ‘ୱାର୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri