Posted inଜାତୀୟ

କୁଲଗାମରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

ଓ୍ବାନପୋରା,୩୦।୫: ଜମ୍ମୁ-କଶ୍ମୀର ଓ୍ବାନପୁରା ଅଞ୍ଚଳର କୁଲଗାମରେ ଶନିବାର ସୁରକ୍ଷାର୍କମୀଙ୍କୁ ବଡ ସଫଳତା ମିଳିଛି। ଜମ୍ମୁ-କଶ୍ମୀର ପୋଲିସ, ସେନା ଓ ସିଆର୍‌ପିଏଫ୍‌ର ମିଳିତ ସହଯୋଗରେ ହୋଇଥିବା ଅପରେଶନରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେଶନ କରାଯାଇଥିଲା। ପ୍ରଥମେ ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ କରିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଏହାର ପାଲଟା ଆକ୍ରମଣରେ ସୁରକ୍ଷାର୍କମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ପୂର୍ବରୁ ଗୁରୁବାର ମଧ୍ୟ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ପକ୍ଷରୁ ପୁଲଓ୍ବାମା ଭଳି ଆକ୍ରମଣ ଯୋଜନା କରିଥିଲେ ମଧ୍ୟ ସୁରକ୍ଷାକର୍ମୀଙ୍କ ଦ୍ୱାରା ଏହାକୁ ପଣ୍ଡ କରି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସର୍ତ୍ତରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ: ମାନିବାକୁ ସରକାର ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୨୪।୭: ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଜନ୍ତର ମନ୍ତରରେ ଅନଶନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ସଂସ୍କାର ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ସେ ୨୩ ଜୁଲାଇରେ ତାଙ୍କର…

ହୋଇଯାନ୍ତୁ ସତର୍କ…ଅନଶନ ଭାଙ୍ଗିବା ପରେ କାହିଁକି ଏମିତି ଅପିଲ୍‌ କଲେ ଓ୍ବାଙ୍ଗଚୁକ୍‌

ନୂଆଦିଲ୍ଲୀ,୨୪।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ଗତ ୨୬ ଦିନ ଧରି ପେପର ଲିକ ପ୍ରସଙ୍ଗରେ ଅନଶନରେ ବସିଥିଲେ। କିନ୍ତୁ ଏବେ ଏହାକୁ ସମାପ୍ତ କରିଛନ୍ତି। ଗୁରୁବାର…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଏହି ପ୍ରସଙ୍ଗରେ ଜବାବ ରଖିଲେ ନବୀନ-ପାଣ୍ଡିଆନ୍‌: ରାଜନୈତିକ ଉଦ୍ଦେଶ୍ୟ…

ଭୁବନେଶ୍ୱର,୨୪।୭(ତ୍ରିନାଥ ମହାନ୍ତି):ତତ୍କାଳୀନ ୫ଟି ସଚିବ ଥିବା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟରରେ ବୁଲିବା ଖର୍ଚ୍ଚ ମାମଲାରେ କୋର୍ଟରେ ଜବାବ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ।…

ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ରଙ୍କୁ ହାଜିରା ନୋଟିସ

ଭୁବନେଶ୍ୱର,୨୪।୭ (ସୁନିତ୍‌ ମିଶ୍ର):: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ…

ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ବାହୁଡ଼ିବେ ଦାରୁବିଗ୍ରହ

ପୁରୀ,୨୪ା୭(ଅଜିତ୍‌ କୁମାର ମହାନ୍ତି): ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ…

ସପ୍ତାହେ ଯାଏ ଛେଚିବ: ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୪ା୭ (ବନ୍ଦନା ସେଠୀ):ସମୁଦ୍ର ପତ୍ତନରେ ଜାରି ରହିଥିବା ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସମ୍ଭାବନା ରହିଛି। ସେହିପରି…

ଅନଶନ ଭାଙ୍ଗିବା ପରେ ଏମିତି କହିଦେଲେ ସୋନମ ଓ୍ବାଙ୍ଗଚୁକ୍‌: ମୁଁ ଖୁବ୍‌ଶୀଘ୍ର…

ନୂଆଦିଲ୍ଲୀ,୨୪।୭:ସରକାରଙ୍କ ପକ୍ଷରୁ ତାଙ୍କ ଦାବି ପୂରଣ ହେବାର ପ୍ରତିଶ୍ରୁତି ପାଇବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri