କୁର୍ନୁଲରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଫେରିଲେ ୬୭୬ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୭ା୫- ଆନ୍ଧ୍ରପ୍ରଦେଶର କୁର୍ନୁଲଠାରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଶନିବାର ରାତି ପ୍ରାୟ ୧୨ଟାରେ ବଲାଙ୍ଗୀର ରେଳଷ୍ଟେଶନ୍‌ରେ ପହଞ୍ଚତ୍ଥିଲା। ଏହି ଟ୍ରେନ୍‌ରୁ ୬୭୬ ଜଣ ପ୍ରବାସୀ ଓହ୍ଳାଇଥିଲେ। ଏଥିରେ ବଲାଙ୍ଗୀର ଜିଲାର ୩୩୭, ବରଗଡର ୨୬, ବୌଦ୍ଧ, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାର ଜଣେ ଲେଖାଏ, କଳାହାଣ୍ଡି ଜିଲାର ୮୭, ନୟାଗଡର ୫, ନୂଆପଡାର ୧୩୫, ସମ୍ବଲପୁର ଜିଲାର ୧୫, ସୁବର୍ଣ୍ଣପୁର ଜିଲାର ୬୪, ଅନୁଗୋଳର ୩ ଜଣେ ସମୁଦାୟ ୬୭୬ ଜଣ ପ୍ରବାସୀ ଶ୍ରମିକ ବଲାଙ୍ଗୀର ରେଳଷ୍ଟେଶନ୍‌ରେ ଓହ୍ଳାଇଥିଲେ। ସମସ୍ତ ପ୍ରବାସୀଙ୍କୁ ରେଳଷ୍ଟେଶନ ବାହାରେ ଥିବା କାଉଣ୍ଟରରେ ରେଜିଷ୍ଟ୍ରେଶନ୍‌ କରାଯାଇଥିଲା। ସମସ୍ତ ପ୍ରବାସୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ସମସ୍ତଙ୍କୁ ଷ୍ଟାମ୍ପ ଲଗାଯାଇଥିଲା ା ପ୍ରବାସୀମାନଙ୍କ ପାଇଁ ସେଠାରେ ଖାଦ୍ୟ, ପାନୀୟ ବ୍ୟବସ୍ଥା କରାଯାଇଥିଲା। ସେଠାରୁ ବିଭିନ୍ନ ବସ୍‌ ଓ ଯାନବାହନରେ ପ୍ରବାସୀମାନଙ୍କ ବିଭିନ୍ନ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଜିଲାପାଳ ଅରିନ୍ଦମ ଡାକୁଆ, ଏସପି ସନ୍ଦୀପ ମାଡକର, ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ଶୋଇଥିବାବେଳେ ଘରେ ପଶିଲା ବନ୍ୟାଜଳ, ଗାଁରେ ଉତ୍ତେଜନା

ବଲାଙ୍ଗୀର, ୨୭ା୭(ବୀରେନ୍ଦ୍ର କୁମାର ଝାଙ୍କର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri