କୁଚିନାର ପ୍ରାଥମିକତା ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ

ରୋଷେଇ ଘରେ ବ୍ୟବହାର ହେଉଥିବା ଚିମିନୀ ମାନୁଫାକଚରିଂ କ୍ଷେତ୍ରରେ କୁଚିନା ଏକ ପରିଚିତ ବ୍ରାଣ୍ଡ। ଏହା ଉକ୍ତ ବର୍ଗରେ ପ୍ରମୁଖ ବଜାର ଅଂଶୀଦାର ହୋଇ ପାରିଛି। କମ୍ପାନୀ ପ୍ରଡକ୍ଟରେ ନୂତନତ୍ୱ ଆଣିବା ସହ ନିଜର ଉପସ୍ଥିତିକୁ ବଢାଇବାରେ ଲାଗିଛି। ଏବେ ରପ୍ତାନି ସହ ଅନ୍‌ଲାଇନ ବଜାରରେ ନିଜର କାରବାର ଉନ୍ନତ କରିବାକୁ କମ୍ପାନୀ ପ୍ରୟାସ ଜୋରଦାର କରିଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଏହାର ଡିଲର ସମ୍ମିଳନୀ ଅବସରରେ ବଜୋରିଆ ଆପ୍ଲାଏନ୍ସ ପ୍ରାଇଭେଟ ଲିମିଟେଡ୍‌ ଏମ୍‌ଡି ନମିତ ବଜୋରିଆଙ୍କ ସହ ଧରିତ୍ରୀର ସାକ୍ଷାତକାର…

ଟେକ୍ନୋଲୋଜି ପ୍ରଡକ୍ଟ ଆଣିବା ଦିଗରେ କମ୍ପାନୀର ଉଦ୍ୟମକୁ କେମିତି ଦେଖୁଛନ୍ତି?
– ନୂଆ ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ ଆଣିବା ଲାଗି ସର୍ବଦା ପ୍ରୟାସ ଜାରି ରଖିଛୁ। ଗତ କିଛି ବର୍ଷ ତଳେ ଅଟୋ କ୍ଲିନ ଚିମିନୀ ଆଣିଥିଲୁ। ଏହା ଦ୍ୱାରା ଭଲ ରେସପନ୍ସ ପାଇଛୁ। ଏବେ ଲୋକମାନେ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ। ଏହାକୁ ଧ୍ୟାନରେ ରଖି ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟକୁ ପ୍ରାଥମିକତା ଦେଉଛୁ। ସ୍ମାର୍ଟ ଟେକ୍ନୋଲୋଜି ଏବଂ ଇଣ୍ଟେଲିଜେନ୍ସ ଫିଚରକୁ କମ୍ପାନୀର ବିଭିନ୍ନ ପ୍ରଡକ୍ଟ କ୍ଷେତ୍ରରେ ବ୍ୟବହାର କରାଯିବ। ଆଗକୁ ବିଲ୍ଟ ଇନ୍‌ ରେଫ୍ରିଜରେଟର, ଓ୍ବାଇନ ଚିଲର, ହବ୍‌ସ ଭଳି ନୂଆ ପ୍ରଡକ୍ଟ ଆଣିବୁ। ଗ୍ରାହକଙ୍କୁ ସମ୍ପୂର୍ଣ୍ଣ କିଚେନ୍‌ ସମାଧାନ ଯୋଗାଣ ଦିଗରେ ଉଦ୍ୟମ ଜାରି ରହିଛି।

ଚିମିନୀ ଏବଂ କିଚେନ ଆପ୍ଲାଏନ୍ସ ବଜାର କିଭଳି ବଢୁଛି?
– ଏହି ବର୍ଗରେ ବଜାରର ଅଭିବୃଦ୍ଧି ଦ୍ରୁତ ରହିଛି। ଲୋକମାନେ ଏକ୍ଷେତ୍ରରେ ଅଧିକ ପଇସା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି। ଦେଶରେ ମୋଟ୍‌ କିଚେନ ବଜାର ୭୦ରୁ ୮୦ ହଜାର କୋଟି ଟଙ୍କା ରହିଛି। ଚିମନିର ବଜାର ୧୨୦୦ କୋଟି ଟଙ୍କା ଥିବା ବେଳେ କିଚେନ ଆପ୍ଲାଏନ୍ସର ବାର୍ଷିକ କାରବାର ୩ ରୁ ୪ ହଜାର କୋଟି ଟଙ୍କା ରହିଛି। ଏକ୍ଷେତ୍ରରେ ଅଭିବୃଦ୍ଧି ୧୪ରୁ ୧୫% ରହିଛି।

ମାନ୍ଦାବସ୍ଥା କୁଚିନାର ଅଭିବୃଦ୍ଧିରେ ପ୍ରଭାବ ପକାଉଛି କି। ଏସ୍ଥିତିରେ କ’ଣ ପଦକ୍ଷେପ ନେଉଛନ୍ତି?
– ହଁ ମାନ୍ଦାବସ୍ଥା ପ୍ରଭାବ ପ୍ରତି ଶିଳ୍ପ ଉପରେ ରହିଛି। ଏହା ଯୋଗୁ କମ୍ପାନୀଗୁଡିକର ମାର୍ଜିନ କମିବ। କମ୍ପାନୀ ନିଜର ବ୍ୟବସାୟ ସଙ୍ଗଠିତ କରିବା ନେଇ ଆହୁରି ଯତ୍ନବାନ ହେବେ। ସଂସ୍ଥାଗୁଡିକ ନିଜର କୋର୍‌ ବାଣିଜ୍ୟ ଉପରେ ଅଧିକ ଧ୍ୟାନ ଦେବେ। ଏସ୍ଥିତିରେ ଅଭିବୃଦ୍ଧି ପାଇଁ ଯୋଜନା ରଖିଛୁ। ଏହି ସେଗମେଣ୍ଟରେ ଦେଶ ମଧ୍ୟରେ ପ୍ରାୟ ୮ରୁ ୧୦ ବଡ ବ୍ରାଣ୍ଡ ଏବଂ ମୋଟ ୧୫ କମ୍ପାନୀ ରହିଛନ୍ତି। ଭାଲ୍ୟୁ ଗ୍ରହଣ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛୁ। କୁଚିନା ୧୫ରୁ ୧୮ % ବଜାର ଅଂଶ ହାସଲ କରିଛି। ଅଭିବୃଦ୍ଧି ୨୨% ରହିଛି। ଗତ ବର୍ଷ ୨୫୦ କୋଟି ଟଙ୍କାର କାରବାର କରିଥିଲୁ। ଚଳିତ ବର୍ଷ ଏହା ୩୦୦ କୋଟି ଟଙ୍କା ଟିପବ ବୋଲି ଆଶାବାଦୀ। ଗତ ୧୫ ବର୍ଷ ହେବ ଗୁଣବତ୍ତା ପ୍ରଡକ୍ଟ ଯୋଗାଉଛୁ। ପ୍ରଡକ୍ଟ ଓ ସର୍ଭିସକୁ ନିରନ୍ତର ଅପ୍‌ଡେଟ କରାଯାଉଛି। ଗ୍ରାହକଙ୍କୁ ଆମ ବ୍ରାଣ୍ଡ ସହ ଯୋଡି ରଖିବା ଲାଗି ପଦକ୍ଷେପ ନେଉଛୁ। ଏବେ କୁଚିନାର ବ୍ରାଣ୍ଡ ଏକ୍ସକ୍ଲୁସିଭ ଗ୍ୟାଲେରୀ ଖୋଲିବା ଦିଗରେ ଧ୍ୟାନ ଦେଉଛୁ। ଏଠାରେ ଗ୍ରାହକ କୁଚିନାର ସମ୍ପୂର୍ଣ୍ଣ ପ୍ରଡକ୍ଟ ରେଞ୍ଜ ପାଇ ପାରିବେ। ପୂର୍ବ ଭାରତରେ ବର୍ତ୍ତମାନ ସୁଦ୍ଧା ୪୩ ଏଭଳି ଗ୍ୟାଲେରୀ ରହିଛି।

ଓଡ଼ିଶା ବଜାର କମ୍ପାନୀ ଲାଗି କିଭଳି ମହତ୍ତ୍ୱ ରଖୁଛି?
– ଓଡ଼ିଶା ବଜାର ଦ୍ରୁତ ଗତିରେ ଅଭିବୃଦ୍ଧି କରୁଛି। ଏଠାରେ ଭିତ୍ତିଭୂମି, ରୋଡ ସହ ଅନ୍ୟ କ୍ଷେତ୍ରରେ ବେଶ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। କଟକ ଏବଂ ଭୁବନେଶ୍ୱରରେ ଏବେ ଅନେକ ବଡ ବଡ ମଲ ଏବଂ ଶୋ’ରୁମ ସ୍ଥାପନା ହୋଇଛି। ଓଡ଼ିଶାରେ ଲୋକଙ୍କର କ୍ରୟ ଚାହିଦା ତ୍ୱରିତ ହୋଇଛି। ଏଠାରେ ମାର୍କେଟ ଲିଡର ରହିଛୁ। ଟାୟାର-୩ ସହରଗୁଡିକ ଉପରେ ଏବେ ଧ୍ୟାନ କେନ୍ଦ୍ରତି କରିଛୁ। ମାର୍ଚ୍ଚ ୨୦୨୦ ସୁଦ୍ଧା ୨୦୦ ରିଟେଲ ପାର୍ଟନରଙ୍କ ସହ ଯୋଡି ହୋଇ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରହିଛି। ଚଳିତ ବର୍ଷ ଏଠାରେ ୧୫ କୋଟି ଟଙ୍କା କାରବାର ନେଇ ଆଶାବାଦୀ। ସେହିଭଳି ଚଳିତ ବର୍ଷ ୪ରୁ ୫ କୁଚିନା ଏକ୍ସକ୍ଲୁସିଭ୍‌ ଗ୍ୟାଲେରୀ ଆଣିବାକୁ ଯୋଜନା ରଖିଛୁ। ଆସନ୍ତା ବର୍ଷ ୨୦ରୁ ୨୨ ନୂଆ ଏକ୍ସକ୍ଲୁସିଭ ଗ୍ୟାଲେରୀ ଖୋଲିବୁ। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରର ଗ୍ରାଣ୍ଡ ବଜାର ଏବଂ ବାପୁଜୀ ନଗରରେ ଏଭଳି ଗ୍ୟାଲେରୀ ଖୋଲିବ।

କମ୍ପାନୀ ରିଟେଲ ବ୍ୟବସାୟ ବୃଦ୍ଧି ଦିଗରେ କେଉଁ ଯୋଜନା କାର୍ଯ୍ୟକାରୀ କରୁଛି?
– ରିଟେଲ ଚ୍ୟାନେଲ ପାର୍ଟନରଙ୍କ ସହ ମିଳିତ ହୋଇ କାମ କରୁଛି। ଗ୍ରାହକଙ୍କ ଆବଶ୍ୟକତା ସମ୍ପର୍କରେ ଚ୍ୟାଲେନ ପାର୍ଟନରଙ୍କ ସହ ମିଳିତ ହୋଇ କାର୍ଯ୍ୟ କରୁଛୁ। ସେହି ଅନୁସାରେ ପଦକ୍ଷେପ ନିଆଯାଉଛି। ସାରା ଦେଶରେ ୩୦୦୦ ରିଟେଲ ପାର୍ଟନର ଏବଂ ୧୭୦ ବିତରକ କୁଚିନା ସହ ଯୋଡି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri