କୁଚିନାର ପ୍ରାଥମିକତା ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ

ରୋଷେଇ ଘରେ ବ୍ୟବହାର ହେଉଥିବା ଚିମିନୀ ମାନୁଫାକଚରିଂ କ୍ଷେତ୍ରରେ କୁଚିନା ଏକ ପରିଚିତ ବ୍ରାଣ୍ଡ। ଏହା ଉକ୍ତ ବର୍ଗରେ ପ୍ରମୁଖ ବଜାର ଅଂଶୀଦାର ହୋଇ ପାରିଛି। କମ୍ପାନୀ ପ୍ରଡକ୍ଟରେ ନୂତନତ୍ୱ ଆଣିବା ସହ ନିଜର ଉପସ୍ଥିତିକୁ ବଢାଇବାରେ ଲାଗିଛି। ଏବେ ରପ୍ତାନି ସହ ଅନ୍‌ଲାଇନ ବଜାରରେ ନିଜର କାରବାର ଉନ୍ନତ କରିବାକୁ କମ୍ପାନୀ ପ୍ରୟାସ ଜୋରଦାର କରିଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଏହାର ଡିଲର ସମ୍ମିଳନୀ ଅବସରରେ ବଜୋରିଆ ଆପ୍ଲାଏନ୍ସ ପ୍ରାଇଭେଟ ଲିମିଟେଡ୍‌ ଏମ୍‌ଡି ନମିତ ବଜୋରିଆଙ୍କ ସହ ଧରିତ୍ରୀର ସାକ୍ଷାତକାର…

ଟେକ୍ନୋଲୋଜି ପ୍ରଡକ୍ଟ ଆଣିବା ଦିଗରେ କମ୍ପାନୀର ଉଦ୍ୟମକୁ କେମିତି ଦେଖୁଛନ୍ତି?
– ନୂଆ ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟ ଆଣିବା ଲାଗି ସର୍ବଦା ପ୍ରୟାସ ଜାରି ରଖିଛୁ। ଗତ କିଛି ବର୍ଷ ତଳେ ଅଟୋ କ୍ଲିନ ଚିମିନୀ ଆଣିଥିଲୁ। ଏହା ଦ୍ୱାରା ଭଲ ରେସପନ୍ସ ପାଇଛୁ। ଏବେ ଲୋକମାନେ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ। ଏହାକୁ ଧ୍ୟାନରେ ରଖି ଟେକ୍ନୋଲୋଜିଯୁକ୍ତ ପ୍ରଡକ୍ଟକୁ ପ୍ରାଥମିକତା ଦେଉଛୁ। ସ୍ମାର୍ଟ ଟେକ୍ନୋଲୋଜି ଏବଂ ଇଣ୍ଟେଲିଜେନ୍ସ ଫିଚରକୁ କମ୍ପାନୀର ବିଭିନ୍ନ ପ୍ରଡକ୍ଟ କ୍ଷେତ୍ରରେ ବ୍ୟବହାର କରାଯିବ। ଆଗକୁ ବିଲ୍ଟ ଇନ୍‌ ରେଫ୍ରିଜରେଟର, ଓ୍ବାଇନ ଚିଲର, ହବ୍‌ସ ଭଳି ନୂଆ ପ୍ରଡକ୍ଟ ଆଣିବୁ। ଗ୍ରାହକଙ୍କୁ ସମ୍ପୂର୍ଣ୍ଣ କିଚେନ୍‌ ସମାଧାନ ଯୋଗାଣ ଦିଗରେ ଉଦ୍ୟମ ଜାରି ରହିଛି।

ଚିମିନୀ ଏବଂ କିଚେନ ଆପ୍ଲାଏନ୍ସ ବଜାର କିଭଳି ବଢୁଛି?
– ଏହି ବର୍ଗରେ ବଜାରର ଅଭିବୃଦ୍ଧି ଦ୍ରୁତ ରହିଛି। ଲୋକମାନେ ଏକ୍ଷେତ୍ରରେ ଅଧିକ ପଇସା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି। ଦେଶରେ ମୋଟ୍‌ କିଚେନ ବଜାର ୭୦ରୁ ୮୦ ହଜାର କୋଟି ଟଙ୍କା ରହିଛି। ଚିମନିର ବଜାର ୧୨୦୦ କୋଟି ଟଙ୍କା ଥିବା ବେଳେ କିଚେନ ଆପ୍ଲାଏନ୍ସର ବାର୍ଷିକ କାରବାର ୩ ରୁ ୪ ହଜାର କୋଟି ଟଙ୍କା ରହିଛି। ଏକ୍ଷେତ୍ରରେ ଅଭିବୃଦ୍ଧି ୧୪ରୁ ୧୫% ରହିଛି।

ମାନ୍ଦାବସ୍ଥା କୁଚିନାର ଅଭିବୃଦ୍ଧିରେ ପ୍ରଭାବ ପକାଉଛି କି। ଏସ୍ଥିତିରେ କ’ଣ ପଦକ୍ଷେପ ନେଉଛନ୍ତି?
– ହଁ ମାନ୍ଦାବସ୍ଥା ପ୍ରଭାବ ପ୍ରତି ଶିଳ୍ପ ଉପରେ ରହିଛି। ଏହା ଯୋଗୁ କମ୍ପାନୀଗୁଡିକର ମାର୍ଜିନ କମିବ। କମ୍ପାନୀ ନିଜର ବ୍ୟବସାୟ ସଙ୍ଗଠିତ କରିବା ନେଇ ଆହୁରି ଯତ୍ନବାନ ହେବେ। ସଂସ୍ଥାଗୁଡିକ ନିଜର କୋର୍‌ ବାଣିଜ୍ୟ ଉପରେ ଅଧିକ ଧ୍ୟାନ ଦେବେ। ଏସ୍ଥିତିରେ ଅଭିବୃଦ୍ଧି ପାଇଁ ଯୋଜନା ରଖିଛୁ। ଏହି ସେଗମେଣ୍ଟରେ ଦେଶ ମଧ୍ୟରେ ପ୍ରାୟ ୮ରୁ ୧୦ ବଡ ବ୍ରାଣ୍ଡ ଏବଂ ମୋଟ ୧୫ କମ୍ପାନୀ ରହିଛନ୍ତି। ଭାଲ୍ୟୁ ଗ୍ରହଣ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛୁ। କୁଚିନା ୧୫ରୁ ୧୮ % ବଜାର ଅଂଶ ହାସଲ କରିଛି। ଅଭିବୃଦ୍ଧି ୨୨% ରହିଛି। ଗତ ବର୍ଷ ୨୫୦ କୋଟି ଟଙ୍କାର କାରବାର କରିଥିଲୁ। ଚଳିତ ବର୍ଷ ଏହା ୩୦୦ କୋଟି ଟଙ୍କା ଟିପବ ବୋଲି ଆଶାବାଦୀ। ଗତ ୧୫ ବର୍ଷ ହେବ ଗୁଣବତ୍ତା ପ୍ରଡକ୍ଟ ଯୋଗାଉଛୁ। ପ୍ରଡକ୍ଟ ଓ ସର୍ଭିସକୁ ନିରନ୍ତର ଅପ୍‌ଡେଟ କରାଯାଉଛି। ଗ୍ରାହକଙ୍କୁ ଆମ ବ୍ରାଣ୍ଡ ସହ ଯୋଡି ରଖିବା ଲାଗି ପଦକ୍ଷେପ ନେଉଛୁ। ଏବେ କୁଚିନାର ବ୍ରାଣ୍ଡ ଏକ୍ସକ୍ଲୁସିଭ ଗ୍ୟାଲେରୀ ଖୋଲିବା ଦିଗରେ ଧ୍ୟାନ ଦେଉଛୁ। ଏଠାରେ ଗ୍ରାହକ କୁଚିନାର ସମ୍ପୂର୍ଣ୍ଣ ପ୍ରଡକ୍ଟ ରେଞ୍ଜ ପାଇ ପାରିବେ। ପୂର୍ବ ଭାରତରେ ବର୍ତ୍ତମାନ ସୁଦ୍ଧା ୪୩ ଏଭଳି ଗ୍ୟାଲେରୀ ରହିଛି।

ଓଡ଼ିଶା ବଜାର କମ୍ପାନୀ ଲାଗି କିଭଳି ମହତ୍ତ୍ୱ ରଖୁଛି?
– ଓଡ଼ିଶା ବଜାର ଦ୍ରୁତ ଗତିରେ ଅଭିବୃଦ୍ଧି କରୁଛି। ଏଠାରେ ଭିତ୍ତିଭୂମି, ରୋଡ ସହ ଅନ୍ୟ କ୍ଷେତ୍ରରେ ବେଶ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। କଟକ ଏବଂ ଭୁବନେଶ୍ୱରରେ ଏବେ ଅନେକ ବଡ ବଡ ମଲ ଏବଂ ଶୋ’ରୁମ ସ୍ଥାପନା ହୋଇଛି। ଓଡ଼ିଶାରେ ଲୋକଙ୍କର କ୍ରୟ ଚାହିଦା ତ୍ୱରିତ ହୋଇଛି। ଏଠାରେ ମାର୍କେଟ ଲିଡର ରହିଛୁ। ଟାୟାର-୩ ସହରଗୁଡିକ ଉପରେ ଏବେ ଧ୍ୟାନ କେନ୍ଦ୍ରତି କରିଛୁ। ମାର୍ଚ୍ଚ ୨୦୨୦ ସୁଦ୍ଧା ୨୦୦ ରିଟେଲ ପାର୍ଟନରଙ୍କ ସହ ଯୋଡି ହୋଇ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରହିଛି। ଚଳିତ ବର୍ଷ ଏଠାରେ ୧୫ କୋଟି ଟଙ୍କା କାରବାର ନେଇ ଆଶାବାଦୀ। ସେହିଭଳି ଚଳିତ ବର୍ଷ ୪ରୁ ୫ କୁଚିନା ଏକ୍ସକ୍ଲୁସିଭ୍‌ ଗ୍ୟାଲେରୀ ଆଣିବାକୁ ଯୋଜନା ରଖିଛୁ। ଆସନ୍ତା ବର୍ଷ ୨୦ରୁ ୨୨ ନୂଆ ଏକ୍ସକ୍ଲୁସିଭ ଗ୍ୟାଲେରୀ ଖୋଲିବୁ। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରର ଗ୍ରାଣ୍ଡ ବଜାର ଏବଂ ବାପୁଜୀ ନଗରରେ ଏଭଳି ଗ୍ୟାଲେରୀ ଖୋଲିବ।

କମ୍ପାନୀ ରିଟେଲ ବ୍ୟବସାୟ ବୃଦ୍ଧି ଦିଗରେ କେଉଁ ଯୋଜନା କାର୍ଯ୍ୟକାରୀ କରୁଛି?
– ରିଟେଲ ଚ୍ୟାନେଲ ପାର୍ଟନରଙ୍କ ସହ ମିଳିତ ହୋଇ କାମ କରୁଛି। ଗ୍ରାହକଙ୍କ ଆବଶ୍ୟକତା ସମ୍ପର୍କରେ ଚ୍ୟାଲେନ ପାର୍ଟନରଙ୍କ ସହ ମିଳିତ ହୋଇ କାର୍ଯ୍ୟ କରୁଛୁ। ସେହି ଅନୁସାରେ ପଦକ୍ଷେପ ନିଆଯାଉଛି। ସାରା ଦେଶରେ ୩୦୦୦ ରିଟେଲ ପାର୍ଟନର ଏବଂ ୧୭୦ ବିତରକ କୁଚିନା ସହ ଯୋଡି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri