କିରୋସିନ କୋଟା: ଅଗଷ୍ଟରୁ କଟିବ ୨୩%, ଫାଇଦା ଉଠାଇବେ କଳାବଜାରକାରୀ

କଟକ ଅଫିସ, ୯।୭: କଟକରେ କିରୋସିନ ଲିଟର ୧୦୦ ଟଙ୍କା। ଚୋରାରେ ବିକ୍ରି କରୁଥିବା ତେଜରାତି ଦୋକାନୀମାନେ କିରୋସିନ ଦେବା ପାଇଁ ଆଗରୁ ଅଗ୍ରିମ ନେଉଛନ୍ତି। ତେଜରାତି ଦୋକାନକୁ ଏହି ତେଲ କେଉଁଠୁ ଆସୁଛି, ତାହାକୁ ନେଇ ଲୋକେ ମଧ୍ୟ ଅନ୍ଧାରରେ ଅଛନ୍ତି। କଟକ ସହର ଓ ଜିଲାର ଗ୍ରାମାଞ୍ଚଳରେ ଏଭଳି ଅବସ୍ଥା ଲାଗି ରହିଥିବା ବେଳେ ଏବେ ଅଗଷ୍ଟ ମାସ କୋଟାରୁ କେନ୍ଦ୍ର ସରକାର ୨୩% କିରୋସିନ କାଟିଥିବା ଜଣାପଡ଼ିଛି। ୨୩% କିରୋସିନ କଟାଯିବା ପରେ କଳାବଜାରକାରୀଙ୍କ ପାଇଁ ଆହୁରି ସୁବର୍ଣ୍ଣ ସୁଯୋଗ ଆଣିବ। ଏଣିକି କିରୋସିନ ଲିଟର ୧୫୦ ଟଙ୍କା ହେବ ବୋଲି ଲୋକେ ଆଶଙ୍କା କରିଛନ୍ତି।
ଖୋଲା ବଜାରରେ କିରୋସିନ ମୂଲ୍ୟ ଚଢ଼ା ରହିଥିବାବେଳେ ୨୦୧୭ରୁ ଜିଲା ଯୋଗାଣ ବିଭାଗ ପକ୍ଷରୁ ଥରୁଟିଏ ମଧ୍ୟ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକ୍ରମ କରାଯାଇନାହିଁ। ଏନ୍‌ଫୋର୍ସମେଣ୍ଟ ବନ୍ଦ ହେବା ପଛରେ ଜିଲା ଯୋଗାଣ ବିଭାଗର ଅଧିକାରୀମାନଙ୍କ ଯୁକ୍ତି ଅଜବ ରହିଛି। ଜିଲା ସହକାରୀ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ରଙ୍କ କହିବା ଅନୁଯାୟୀ, ଆଧାର ଲିଙ୍କ୍‌ ହେବା ପରେ ଆଉ କଳାବଜାରର ପ୍ରଶ୍ନ କେଉଁଠୁ ଆସିବ। ତେବେ ଖୋଲାବଜାରରେ ଯେଉଁ ୧୦୦ ଟଙ୍କା ଦରରେ କିରୋସିନ ବିକ୍ରି କରାଯାଉଛି, ତାହା କେଉଁଠୁ ଆସୁଛି ବୋଲି ପଚାରିବାରୁ ହୁଏତ କାର୍ଡଧାରୀମାନେ ବିକ୍ରି କରିଦେଉଥିବେ ବୋଲି ମିଶ୍ର କହିଛନ୍ତି। କିନ୍ତୁ ବାସ୍ତବ କଥା ସମ୍ପୂର୍ଣ୍ଣ ଅଲଗା। କିରୋସିନରୁ ମିଳୁଥିବା ଟଙ୍କାକୁ ତଳୁ ଉପର ପର୍ଯ୍ୟନ୍ତ ବାଣ୍ଟକୁଣ୍ଟ କରାଯାଉଛି। ରିଟେଲର ପଏଣ୍ଟକୁ କେବେ କିରୋସିନ ଆସୁଛି ତାହା କାର୍ଡଧାରୀମାନେ ଜାଣିପାରୁ ନାହାନ୍ତି। ଫଳରେ ବାହାରୁ କିରୋସିନ ଆସିଥିବା କଥା ଶୁଣି କାର୍ଡଧାରୀମାନେ ରିଟେଲରଙ୍କ ପାଖକୁ ଯିବା ପରେ ତେଲ ସରିଗଲାଣି ବୋଲି ଉତ୍ତର ମିଳୁଛି। କଟକ ସହରର ବସ୍ତିବାସିନ୍ଦାମାନେ ମହମବତି ଓ ଜଡ଼ାତେଲ ପ୍ରସ୍ତୁତ ଦୀପରେ ଜୀବନ ବିତାଉଥିବାବେଳେ କିରୋସିନ କେବଳ କଳାବଜାରକାରୀଙ୍କ ପାଇଁ ଆସିଥିବା ବସ୍ତିନେତା ବୃନ୍ଦାବନ ଦାସ ଆଜାଦ କହିଛନ୍ତି।
କଟକ ଜିଲାକୁ ପ୍ରତି ମାସରେ ୧୧ ଲକ୍ଷ ୩୩ହଜାର ୨୯୬ ଲିଟର କିରୋସିନ ଯୋଗାଣ ହେଉଛି। ଜିଲାର ୪ ଲକ୍ଷ ୭୨ହଜାର ୨୦୭ ପରିବାରର ୧୭ ଲକ୍ଷ ୮୩ହଜାର ୯୯ ଜଣ ଲୋକଙ୍କ ପାଇଁ ଏହି କିରୋସିନ ଯୋଗାଇ ଦିଆଯାଉଛି। ସରକାରୀ ନିୟମ ଅନୁଯାୟୀ କାର୍ଡ ପିଛା ୨ ଲିଟର ୪୦୦ ମିଲିଲିଟର କିରୋସିନ ଦେବାର ବ୍ୟବସ୍ଥା ରହିଛି। ମାତ୍ର ପ୍ରକୃତପକ୍ଷେ ଲୋକଙ୍କୁ କେଉଁଠି ୨ ଲିଟର ତ କେଉଁଠି ଦେଢ ଲିଟର ଦେଲ ଦିଆଯାଉଛି। ଗୋଟେପଟେ ଲୋକଙ୍କ କୋଟାରୁ ରିଟେଲରମାନେ କାଟି ରଖୁଥିବାବେଳେ ଅନ୍ୟପଟେ ଲୋକଙ୍କୁ ଆଦୌ ନ ଜଣାଇ ସେମାନଙ୍କ କିରୋସିନକୁ କଳାବଜାରରେ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ହେଉଛି। କିଛିଦିନ ତଳେ ମାହାଙ୍ଗା ବ୍ଲକରେ କିରୋସିନ ବିକ୍ରିକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଲୋକଙ୍କ ପାଇଁ ଆସିଥିବା ଗୋଟିଏ ମାସର କୋଟାକୁ ସିଧା ବିକ୍ରି କରାଯିବା ନେଇ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ପ୍ରତିବାଦ କରିଥିଲେ। ଏହା ପରେ କିରୋସିନ କେଳେଙ୍କାରୀର ଖୋଳତାଡ଼ ହୋଇଥିଲା। ମାତ୍ର ଏହାର ଫଳ ଯୋଗାଣ ବିଭାଗ ଅଫିସ ଭିତରେ ସୀମିତ ରହିଥିଲା।
ଏବେ ଓଡ଼ିଶା ଅଗଷ୍ଟ ମାସରୁ ୨୩% କମ୍‌ କିରୋସିନ ପାଇବ। ଏପରିସ୍ଥଳେ କଟକରେ ୧୧ ଲକ୍ଷ ୩୩ହଜାର ୨୯୬ ଲିଟର ବଦଳରେ ପ୍ରାୟ ୮ ଲକ୍ଷ ଲିଟର କିରୋସିନ ମିଳିବ। ଏହାର ଭରପୂର ଫାଇଦା କଳାବଜାରକାରୀମାନେ ଉଠାଇବେ ବୋଲି ସାମାଜିକ କର୍ମୀ ପ୍ରଦୀପ ସାମଲ କହିଛନ୍ତି।
ଜିଲା ଯୋଗାଣ ଅଧିକାରୀ ଅମର ମହାପାତ୍ର କୁହନ୍ତି, କିରୋସିନ କଳାବଜାର ହେଉଥିବା ନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ଯେଉଁଠି ଯୋଗାଣ ସାମଗ୍ରୀ ବଣ୍ଟନରେ ବିଭ୍ରାଟ ଉପୁଜୁଛି, ସେଠାରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri