କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଗିରିଧାରୀ ଘଟନା: ସାହାଯ୍‌ର ହାତ୍‌ ବଢ଼ାଲା ଯୁବାମଞ୍ଚ, ଜାଗୃତି ଶାଖା

 

ଗୁଡ଼ଭେଲା, ୨୫।୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ତୁଷୁରା ସହରର ପତିତପାବନ ପଡ଼ାର ଗିରିଧାରୀ କୁମ୍ଭାର(୩୫)। ପାଖାପାଖି ୩ ମାସ ହେଲା ସେ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ଇ ବାବ୍‌ଦେ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଗିରିଧାରୀ, ଚିକିଛା ସାହାଯ୍‌ ଆଶ୍‌ରେ ବାରଦୁଆର ବଡ଼ଭାଇ’ ଶୀରଷକ୍‌ରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ତୁଷୁରା ମାରଓ୍ବାଡି ଯୁବାମଞ୍ଚ ଆର ଜାଗୃତି ଶାଖା ଗିରିଧାରୀକୁଁ ସାହାଯ୍‌ର ହାତ୍‌ ବଢ଼େଇଛନ୍‌।
ସୂଚନା ଅନ୍‌ସାରେ ତୁଷୁରା ସହରର ପତିତପାବନ ପଡ଼ାର ସ୍ବର୍ଗତ ରମେଶ କୁମ୍ଭାର ଆର ରାଜେଶ୍ୱରୀକଁର ଦୁଇ ପୁଓ ହରି ଆର ଗିରିଧାରୀ। ଆଏଜ୍‌କେ ୪ ବଛର ତଲେ ମା’ବାପ୍‌ ଆରପାରକେ ଚାଲିଯାଇଛନ୍‌। ଗିରିଧାରୀ ବିହାଚୁରା ନାଇଁହେଇ, ବଡ଼ଭାଇ ହରି ଘରେ ମୁଡ଼ ଗୁଁଜିଛନ୍‌। ଇଆଡ଼େ ବଡ଼ଭାଇ ବି ନିହାତି ଗରିବ୍‌, ଡ୍ରାଇଭର କାମ୍‌ କରି ସେ କୁଟୁମ୍‌ ପୁଷୁଛନ୍‌। ଏନ୍‌ତାଥି ୩ ମାସ ତଲେ ଗିରିଧାରୀକଁର ଦିହିପା ଖରାପ ହେଲାରୁ ବଡ଼ଭାଇ ତାହାକୁ ବଲାଙ୍ଗୀର ଜିଲା ମୁଖିଆ ଡାକ୍‌ତରଖାନାରେ ଦେଖେଇଥିଲେ। ପରୀକ୍ଷାରୁ ଜନାଗଲା ଯେ ଗିରିଧାରୀ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ୍‌ ଅଛନ୍‌। ଡାକ୍‌ତର ଗିରିଧାରିକୁଁ ଉଚ ଚିକିଛା ଲାଗି ବୁର୍ଲା ନେବାକେ କହିଥିଲେ। ହେଲେ ଟଁକା ପଏସା ଅଭାବୁ ଗରିଧାରି ଭାଏଗ୍‌କେ ଆଦ୍‌ରି ଘରେ ପଡ଼ି ରହିଛନ୍‌। ଇ ଘଟନାକେ ନେଇ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ତୁଷୁରା ମାରଓ୍ବାଡି ଯୁବାମଞ୍ଚ ଆର ଜାଗୃତି ଶାଖା ଗିରିଧାରୀକଁର ଚିକିଛା ଲାଗି ତାକର ଦାଦା ବହୁକେ ସାହାଯ୍‌ ଟଁକା ଦେଇଛନ୍‌। ସେ କେନ୍‌ଥେଇ ସରକାରୀ ଚିକିଛା ସାହାଯ୍‌ ପାଇପାରବେ ସେଥିରଲାଗି ପରଶାସନ ସଂଗେ ଯୋଗାଯୋଗ କରାଯିବା ବଲି ଯୁବାମଞ୍ଚର ଅଧ୍ୟକ୍ଷ ମନୋଜ ଜୈନ କହିଛନ୍‌। ସାହାଯ୍‌ ଟଁକା ଦେଲାବେଲେ ଜାଗୃତି ଶାଖାର ଆରତୀ ଅଗ୍ରୱାଲ, ଉଷା କେଡ଼ିଆ, ପ୍ରଭା କେଡ଼ିଆ, ଶ୍ରଦ୍ଧା କେଡ଼ିଆ, ମୀରା କେଡ଼ିଆ, ସୁମନ ଜୈନ, ସୀମା ଜୈନ, ପୂଜା ଜୈନ, ଆଶିତୋଷ କେଡ଼ିଆ ଆର ଭଗତ ଦୟାଲ କେଡ଼ିଆ ପରମୁଖ ଉପସ୍ଥିତ ଥିଲେ। ସେନ୍‌ତା ଧରିତ୍ରୀରେ ପରକାଶିତ ଇ ଖବରକେ ନେଇ ସାମାଜିକ କରମୀ ଦୀପା ବାରିକ ଗିରିଧାରୀକୁଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସାହାଯ୍‌ ସଂଗେ ମାହାଲିଆ ଚିକିଛା ସେବା ଯୁଗେଇ ଦେବାକେ ସିଡିଏମଓ, ବଲାଙ୍ଗୀର ଜିଲାପାଳ ଆର ମହିଲା ଓ ଶିଶୁ ବିକାଶ ମନ୍ତ୍ରୀକୁଁ ଟୁଇଟ କରିଥିବାର ଜନାଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri