କାହିଁ ଏତେ ଅନୁକମ୍ପା

ଭୁବନେଶ୍ୱର,୨୦।୭: ଗ୍ରାମାଞ୍ଚଳ କଥା ଛାଡ଼ନ୍ତୁ, ଖୋଦ୍‌ ରାଜଧାନୀ ଭୁବନେଶ୍ୱରର ସବୁ ଅଞ୍ଚଳରେ ୨୪ ଘଣ୍ଟା ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ହୋଇପାରୁନାହିଁ। ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଲେ ରାଜ୍ୟରେ ବିଦ୍ୟୁତ୍‌ ସଂଯୋଗୀକରଣ, ବଣ୍ଟନ ଓ ଶୁଳ୍କ ଆଦାୟ ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥା ସେସୁ, ସାଉଥ୍‌କୋ, ନେସ୍କୋ, ୱେସ୍‌କୋ ପକ୍ଷରୁ କ୍ଷତି ସହୁଥିବା କୁହାଯାଉଛି। ଏପରି କି ବିଜୁଳି ଦର ବଢ଼ାଇବା ପାଇଁ ଏହି ସଂସ୍ଥାଗୁଡ଼ିକ ପକ୍ଷରୁ ବିଭିନ୍ନ ସମୟରେ ଦାବି କରାଯାଉଛି। କିନ୍ତୁ ଶକ୍ତି ବିଭାଗ ଓ ସେସୁର କେତେଜଣ ଅଧିକାରୀଙ୍କ ଫ୍ରାଞ୍ଚାଇଜ୍‌ କମ୍ପାନୀ ପ୍ରୀତି ପାଇଁ ଉପଭୋକ୍ତାମାନେ ନିମ୍ନମାନର ବିଦ୍ୟୁତ୍‌ ସେବା ପାଉଛନ୍ତିି। ଏପରି କି ସେହି ଅଧିକାରୀମାନଙ୍କ କାରସାଦି ଯୋଗୁ ଲୋକେ ଆଗାମୀ ଦିନରେ ମଧ୍ୟ ଦୁର୍ଦ୍ଦଶା ଭୋଗିବାର ଆଶଙ୍କା ଦେଖାଗଲାଣି। ସେସୁ ନିଜ ଅଧୀନରେ ଆସୁଥିବା ସଂଖ୍ୟାଧିକ ଅଞ୍ଚଳର କାର୍ଯ୍ୟ ଫ୍ରାଞ୍ଚାଇଜ୍‌ ଭାବେ ଏକାଧିକ ଘରୋଇ ସଂସ୍ଥାକୁ ଦେଇଆସୁଛି। ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଦେବା ଏହି ଘରୋଇ ସଂସ୍ଥାଗୁଡିକର ପ୍ରାଥମିକତା ହେବା କଥା। ହେଲେ ଫ୍ରାଞ୍ଚାଇଜ କମ୍ପାନୀଗୁଡିକ ଉପଭୋକ୍ତାଙ୍କଠାରୁ ଠିକ୍‌ ସମୟରେ ଶୁଳ୍କ ଆଦାୟ କରୁଥିଲେ ମଧ୍ୟ ସେସୁ ନିକଟରେ ଜମା କରୁନାହାନ୍ତି ବୋଲି ସୂଚନା ଅଧିକାର(ଆରଟିଆଇ) ଆଇନ ଜରିଆରେ ମିଳିଥିବା ତଥ୍ୟରୁ ଜଣାପଡିଛି। ହେଲେ ବିପୁଳ ପରିମାଣର ଅର୍ଥ ବକେୟା ରଖିଥିବା ଫ୍ରାଞ୍ଚାଇଜ୍‌ କମ୍ପାନୀର ଚୁକ୍ତି ଅବଧି ସରିଆସୁଥିଲେ ମଧ୍ୟ ସେଗୁଡ଼ିକୁ ପୁନଃ ଦାୟିତ୍ୱ ଦେବାକୁ ପ୍ରୟାସ କରାଯାଉଛି। ଏଭଳି ଫ୍ରାଞ୍ଚାଇଜ୍‌ କମ୍ପାନୀ ପ୍ରତି କାହିଁ ଏତେ ଅନୁକମ୍ପା ଦିଆଯାଉଛି ବୋଲି ପ୍ରଶ୍ନଉଠିଛି।
ଶକ୍ତି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଫ୍ରାଞ୍ଚାଇଜ ନେଇଥିବା କମ୍ପାନୀ ବହୁ କୋଟି ଟଙ୍କା ବାକି ରଖିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହଁି। ଶକ୍ତି ବିଭାଗ ଏବଂ ସେସୁର କେତେଜଣ ଅସାଧୁ ଅଧିକାରୀଙ୍କ ପ୍ରଚ୍ଛନ୍ନ ସହଯୋଗରେ ଏହା ହେଉଛି। ଫ୍ରାଞ୍ଚାଇଜ ନେଉଥିବା ସମୟରେ କରାଯାଉଥିବା ଚୁକ୍ତି ଖିଲାପି ପରେ ବକେୟା ଅର୍ଥ ନ ଦେଇ ଘରୋଇ କମ୍ପାନୀ ଚୁପଚାପ ବସିଯାଉଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଫ୍ରାଞ୍ଚାଇଜ୍‌ କମ୍ପାନୀ ପୁନର୍ବାର କିପରି ଶକ୍ତି ବିଭାଗର ବ୍ୟବସ୍ଥା ମଧ୍ୟକୁ ଆସି ଲୁଟ୍‌ କରିପାରିବେ, ସେ ନେଇ ରାସ୍ତା ପ୍ରଶସ୍ତ କରାଯାଉଛି।
ଘରୋଇ କମ୍ପାନୀ ରିଭର୍‌ସାଇଡ୍‌ ୟୁଟିଲିଟିଜ୍‌ ପ୍ରାଃ ଲିଃ(ଆରୟୁପିଏଲ୍‌) ଏବଂ ସିସାଇଡ୍‌ ୟୁଟିଲିଟିଜ୍‌ ପ୍ରାଃ ଲିଃ(ଏସ୍‌ୟୁପିଏଲ୍‌) ବ୍ୟାପକ ପରିମାଣର ବକେୟା ସେସୁକୁ ଦେବାକୁ ରହିଛି। ଆର୍ଥିକ ବର୍ଷ ୨୦୧୩-୧୪ରେ କେବଳ କଟକ ଡିଭିଜନ(ସିଇଡି) ଅଞ୍ଚଳ ପାଇଁ ବକେୟା ୧୩,୭୯,୯୧,୮୪୬.୪୧(ପ୍ରାୟ ୧୪ କୋଟି) ଟଙ୍କା ରହିଛି। ଆଠଗଡ ଅଞ୍ଚଳ ପାଇଁ ମାର୍ଚ୍ଚ, ୨୦୧୪ ସୁଦ୍ଧା ୯,୨୫,୪୫,୩୮୩.୩୨ ଟଙ୍କା, ସାଲେପୁର ଅଞ୍ଚଳ ପାଇଁ ୨,୮୧,୬୪,୬୩୩.୬୭ ଟଙ୍କା ରହିଛି। ସମାନ ସମୟରେ ନିମାପଡା ଡିଭିଜନ ବାବଦକୁ ସେସୁକୁ ଦେବାକୁ ଥିବା ବକେୟାର ପରିମାଣ ୮,୧୮,୨୮,୪୬୭.୬୦ ଟଙ୍କା ରହିଛି। ଏହା ବ୍ୟତୀତ ଆର୍ଥିକ ବର୍ଷ ୨୦୧୪-୧୫ରେ ଆଠଗଡ ଶକ୍ତି ଅଞ୍ଚଳ ବାବଦକୁ କେବଳ ଆରୟୁପିଏଲ୍‌ ୮୦,୫୫,୨୨୯ ଟଙ୍କା ବକେୟା ରଖିଛି। ସୂଚନା ଅଧିକାର ଜରିଆରେ ମିଳିଥିବା ପ୍ରତି ପୃଷ୍ଠାରେ କେବଳ ବହୁ କୋଟି ବକେୟା ରାଶି ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ ରହିଛି। ସେହିପରି ଏସ୍‌ୟୁପିଏଲ୍‌ ମଧ୍ୟ ବହୁ କୋଟି ଟଙ୍କା ବକେୟା ରଖିଥିବା ତଥ୍ୟରୁ ଜଣାପଡିଛି। ନିମାପଡ଼ା ଅଞ୍ଚଳ ପାଇଁ ୨୦୧୮ ମାର୍ଚ୍ଚ ସୁଦ୍ଧା ୯,୨୬,୯୩,୨୮୦ ଟଙ୍କା ବକେୟା ରହିଛି। ସେହି ବର୍ଷ ନଭେମ୍ବର ବେଳକୁ ଏହି ବକେୟା ରାଶିର ପରିମାଣ ୧୧,୯୯,୫୫,୮୮୦ ଟଙ୍କାରେ ପହଞ୍ଚିଥିଲା। ସାଲେପୁର ଡିଭିଜନ୍‌ ପାଇଁ ୮,୭୮,୨୬,୫୦୪ ଟଙ୍କା ଆର୍‌ୟୁପିଏଲ୍‌ ପକ୍ଷରୁ ବକେୟା ରଖାଯାଇଛି। ଆଠଗଡ ଅଞ୍ଚଳ ପାଇଁ ୧୦,୮୦,୯୧,୭୬୩ ଟଙ୍କାର ବକେୟା ରହିଛି। ସୂଚନା ଅଧିକାର ତଥ୍ୟରେ ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚରାଯାଉଥିଲେ ବି ଆବଶ୍ୟକ ଉତ୍ତର ଆସୁନାହିଁ। ଜାଣିଶୁଣି ଉତ୍ତର ଦିଆଯାଉ ନ ଥିବା ଲକ୍ଷ୍ୟ କରାଯାଉଛି। କେତେ ଟଙ୍କା ଫ୍ରାଞ୍ଚାଇଜ କମ୍ପାନୀ ପୈଠ କରିଛନ୍ତି, ସେ ନେଇ ମଧ୍ୟ ସ୍ପଷ୍ଟ ଉତ୍ତର ରଖାଯାଇନାହିଁ। ଆରୟୁପିଏଲ୍‌, ଏସ୍‌ୟୁପିଏଲ୍‌ ବ୍ୟତୀତ ଏବଂ ଏନ୍‌ଜେନ୍‌ ଭଳି ସଂସ୍ଥା ମଧ୍ୟ ବିଭାଗର ଅନୁରୂପ ଅବସ୍ଥା କରିଛନ୍ତି। ଏନ୍‌ଜେନ୍‌ ପ୍ରାୟ ୧୩ କୋଟି ଟଙ୍କା ବକେୟା ରଖିଛି।
ବିଭିନ୍ନ ଫ୍ରାଞ୍ଚାଇଜ୍‌ କମ୍ପାନୀ ସହ ସେସୁର ଚୁକ୍ତି ସମାପ୍ତ ହେଲାଣି। ନିଜ ତରଫରୁ ବିଦ୍ୟୁତ ବଣ୍ଟନ, ବିତରଣ ଓ ଶୁଳ୍କ ଆଦାୟ ନ କରି ପୁନର୍ବାର ଘରୋଇ କମ୍ପାନୀ ଲାଗି ବାଟ ପ୍ରଶସ୍ତ କରାଯାଇଛି। ଗତ ୨୯ ତାରିଖରେ ସେସୁ ମୁଖ୍ୟାଳୟର ଆଇବିଏଫ୍‌/୧୧୭୧୭ ନୋଟିସ ଦ୍ୱାରା ୧୫ଟି ଇଲେକ୍ଟ୍ରିକାଲ ଡିଭିଜନ ପାଇଁ ପ୍ରସ୍ତାବ ଆହ୍ବାନ କରାଯାଇଛି। ପୂର୍ବରୁ ଖିଲାପ କରିଥିବା କମ୍ପାନୀଗୁଡିକ ପାଇଁ ପ୍ରସ୍ତାବରେ କୌଣସି ବାରଣ ରଖାଯାଇନାହିଁ। ଏହି ଘରୋଇ କମ୍ପାନୀମାନେ ପୁନର୍ବାର ଫ୍ରାଞ୍ଚାଇଜ୍‌ ପାଇଲେ ଅନୂନ୍ୟ ୧୦ ବର୍ଷ ସୁଯୋଗ ପାଇବେ। ଏଥିସହିତ ଏହି ୧୦ ବର୍ଷିଆ ଚୁକ୍ତି ଅବଧି ବୃଦ୍ଧି ନେଇ ମଧ୍ୟ ଆବେଦନ ପତ୍ର ଆହ୍ବାନ ନୋଟିସରେ ଉଲ୍ଲେଖ କରାଯାଇଛି। ପ୍ରତି ଡିଭିଜନରେ ପ୍ରାୟ ଏକ ଲକ୍ଷରୁ ୧.୫ ଲକ୍ଷ ଉପଭୋକ୍ତା ରହିଛନ୍ତି। ତେଣୁ ଆସନ୍ତା ଆର୍ଥିକ ବର୍ଷରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଉପଭୋକ୍ତା ପୂର୍ବ ପରି ନିମ୍ନମାନର ସେବା ପାଇବା ସହ ଘରୋଇ କମ୍ପାନୀକୁ ଟିକସ ଦେବେ, ଏଥିରେ ସାମାନ୍ୟ ସନ୍ଦେହ ନାହିଁ।

ଚିଦାନନ୍ଦ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ଦିଲ୍ଲୀ ବାୟୁ ପ୍ରଦୂଷଣ ସଙ୍କଟ: ଚାଇନା ଦେଲା ସଫଳତାର ‘ମନ୍ତ୍ର’, ବେଜିଂ ମଡେଲ୍‌ରୁ ଶିଖିବ କି ଭାରତ?

ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀରେ ପ୍ରତିବର୍ଷ ଶୀତଦିନେ ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ପାଲଟିଛି। ବିଷାକ୍ତ ବାୟୁ, ଘନ କୁହୁଡ଼ି ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ଦିଲ୍ଲୀବାସୀ...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri