କାହାକୁ ମିଳିବ ଉପଖଣ୍ଡ ମାନ୍ୟତା

ରାୟଗଡ଼ା,(ସ୍ବ.ପ୍ର.)/ ରାୟଗଡା ଅଫିସ/ ବିଷମ କଟକ(ଡି.ଏନ୍‌.ଏ.)୧୮ା୩: ରାୟଗଡ଼ା ଜିଲା ବିଷମକଟକ ବ୍ଲକକୁ ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ଦାବି ଜୋର ଧରିଥିବା ବେଳେ ମୁନିଗୁଡ଼ା ବ୍ଲକବାସିନ୍ଦା ମଧ୍ୟ ସମାନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଉପଖଣ୍ଡ ମାନ୍ୟତା ପାଇଁ ଗୋଟିଏ ଜିଲାର ଦୁଇ ବ୍ଲକବାସିନ୍ଦାଙ୍କ ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗୁଣପୁରବାସିନ୍ଦା ଗୁଣପୁରକୁ ଜିଲା ଘୋଷଣା ପାଇଁ ଦାବି କରୁଛନ୍ତି । ମୁନିଗୁଡ଼ା ବ୍ଲକକୁ ଏନ୍‌ଏସି ଓ ଉପଖଣ୍ଡ ଘୋଷଣା ପାଇଁ ଚନ୍ଦ୍ରପୁର ବ୍ଲକବାସିନ୍ଦା ସମର୍ଥନ କରଥିବା ବେଳେ ବିଷମକଟକ ବ୍ଲକବାସିନ୍ଦା ବିଷମକଟକ ପାଇଁ ଲାଗିପଡ଼ିଛନ୍ତି । ରାଜ୍ୟ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ନିର୍ବାଚନ ମଣ୍ଡଳୀ ବିଷମକଟକ ହୋଇଥିବା ବେଳେ ଉଭୟ ବିଷମକଟକ ଓ ମୁନିଗୁଡ଼ା ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ତେଣୁ ସେ କାହାକୁ ସମର୍ଥନ କରିବେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।
ମୁନିଗୁଡ଼ାକୁ ଉପଖଣ୍ଡ ଓ ଏନ୍‌ଏସି ମାନ୍ୟତା ଦାବିରେ ଏକାଧିକ ଥର ସ୍ଥାନୀୟ ଲୋକଙ୍କ ବୈଠକ ପରେ ଗତ ୧୦ତାରିଖରେ ଏକ ବିଶାଳ ସମାବେଶ ହୋଇଥିଲା। ଉକ୍ତ ବୈଠକର ନିଷ୍ପତ୍ତି ପ୍ରକାରେ ମୁନିଗୁଡା ବିକାଶ ପରିଷଦର ସଭାପତି ଘନଶ୍ୟାମ ମାର୍ଥାଙ୍କ ନେତୃତ୍ୱରେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ସ୍ବଧାଦେବ ସିଂଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲାର ମଧ୍ୟବର୍ତ୍ତୀ ସ୍ଥାନ ମୁନିଗୁଡ଼ା ହୋଇଥିବାରୁ ବ୍ୟବସାୟୀମାନେ ମୁନିଗୁଡ଼ାକୁ ଜିଲାର ବାଣିଜ୍ୟ ପେଣ୍ଠସ୍ଥଳୀ ଭାବେ ଗ୍ରହଣ କରିଛନ୍ତି । ପ୍ରାୟ ୩୦ହଜାର ଜନସଂଖ୍ୟା ବିଶିଷ୍ଟ ମୁନିଗୁଡ଼ା ବ୍ଲକରେ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେଶନ ମୁନିଗୁଡ଼ା ଓ ଅମ୍ବାଦଳା । ମୁନିଗୁଡ଼ାରେ ରାଜ୍ୟ ସରକାରଙ୍କ ଅନେକ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ଅଛି। ତେଣୁ ମୁନିଗୁଡ଼ା ବ୍ଲକର ୧୭ ଓ ଚନ୍ଦ୍ରପୁର ବ୍ଲକର ୮ ପଞ୍ଚାୟତବାସୀ ମୁନିଗୁଡ଼ାକୁ ଉପଖଣ୍ଡ ମାନ୍ୟତା ଦେବାକୁ ସରକାରଙ୍କ ନିକଟରେ ଦାବି କରୁଛନ୍ତି । ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ବେଳେ ପୂର୍ବତନ ଜିଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା,ମୁନିଗୁଡା ସରପଞ୍ଚ ସରସ୍ବତୀ ଶବର, ମୁନିଗୁଡା ବିକାଶ ପରିଷଦ ସମ୍ପାଦକ ମାନସ ରଞ୍ଜନ ବେହେରା, ପ୍ରମୋଦ ସାହୁକାର ପ୍ରମୁଖଙ୍କ ସମେତ ମୁନିଗୁଡା, ଚନ୍ଦ୍ରପୁର ଓ ବିଷମକଟକ ବ୍ଲକରେ ବହୁ ଜନସାଧାରଣ ଉପସ୍ଥିତ ଥିଲେ। ସ୍ମାରକପତ୍ରକୁ ସରକାରଙ୍କ ନିକଟକୁ ଯଥାଶୀଘ୍ର ପ୍ରେରଣ କରାଯାଇ ପରିଷଦର ଦାବି ପୂରଣ ଦିଗରେ ନିଷ୍ପତ୍ତିି ଗ୍ରହଣ କରିବାକୁ ସୁପାରିଶ କରିବେ ବୋଲି ଜିଲାପାଳ ପ୍ରକାଶ କରିଥିବା ବିକାଶ ପରିଷଦ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପଟେ ୨୧ ପଞ୍ଚାୟତ ବିଶିଷ୍ଟ ବିଷମକଟକ ବ୍ଲକରେ ଜନସଂଖ୍ୟା ୯୨ହଜାରରୁ ଉର୍ଦ୍ଧ୍ୱ। ୩୧୫ରୁ ଅଧିକ ଗ୍ରାମ ରହିଛି । ୩ଟି ବ୍ଲକ ବିଷମକଟକ, ମୁନିଗୁଡ଼ା ଓ ଚନ୍ଦ୍ରପୁର ପାଇଁ ୧୯୫୩ରୁ ବିଷମକଟକଠାରେ ତହସିଲ କାର୍ଯ୍ୟାଳୟ ରହିଥିଲା । ୨୦୦୯ରେ ମୁନିଗୁଡ଼ା ଓ ଚନ୍ଦ୍ରପୁରକୁ ବିଷମକଟକ ତହସିଲରୁ ପୃଥକ କରାଯାଇ ଦୁଇଟି ନୂତନ ତହସିଲ ଗଠନ ହୋଇଛି। ୧୯୯୨ରେ ରାୟଗଡ଼ା ସ୍ବତନ୍ତ୍ର ଜିଲା ଘୋଷଣା ହେବାଠାରୁ ବିଷମକଟକକୁ ଉପଖଣ୍ଡ ମାନ୍ୟତା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ଗତ ସୋମବାର ସ୍ଥାନୀୟ ରାଜସ୍ବ ବଙ୍ଗଳାରେ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତାଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। ବୈଠକର ନିଷ୍ପତ୍ତି ପ୍ରକାରେ ବିଷମକଟକକୁ ଉପଖଣ୍ଡ, ମୁନିଗୁଡ଼ାକୁ ଏନଏସି ଓ ଅମ୍ବାଦୋଳାକୁ ବ୍ଲକ ମାନ୍ୟତା ଦାବି ନେଇ ଶୁକ୍ରବାର ମା’ ମାର୍କମା ମନ୍ଦିର ପରିସରରୁ ଶୋଭାଯାତ୍ରା ବାହାରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲା ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ସଦାଶିବ ନାୟକ ଓ ଅତିରିକ୍ତ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଶୋଭାଯାତ୍ରାରେ ନାଗରିକ ମଞ୍ଚର ସଭାପତି ଗୋପାଳ କୃଷ୍ଣ ପଟ୍ଟନାୟକ ଓ ବଣିକ ସଂଘ ସଭାପତି ଶୁଭେନ୍ଦୁ କୁମାର ଚୌଧୁରୀ ଓ ଜିତୁ ଜାକାସିକ, ବିଷମକଟକ ବ୍ଲକ ଉପାଧ୍ୟକ୍ଷ ଦେବୀପ୍ରସାଦ ପଟ୍ଟନାୟକ, ବିଷମ କଟକ ସରପଞ୍ଚ ନାମିତ କୁଳିସୁକ, ଡି. ଶିବ ପ୍ରସାଦ, ନାଗରିକ ମଞ୍ଚ ଆବାହକ ରାଧାକାନ୍ତ ଦାସ, ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ପଟ୍ଟନାୟକ, ଦିଲୀପ କୁମାର ମହାରଣା, ଜି. ମନ୍ମଥ ରାଓ, ବିଷମକଟକ ଓକିଲ ସଂଘ, ବଣିକ ସଂଘର ସମସ୍ତ ସଦସ୍ୟ ଓ ବୁଦ୍ଧିଜୀବୀମାନେ ସାମିଲ ଥିଲେ।
ଉପଖଣ୍ଡ ମାନ୍ୟତା ପାଇଁ ବିଷମକଟକ ଓ ମୁନିଗୁଡ଼ା ଉଭୟ ବ୍ଲକରୁ ଦାବି ହେଉଥିବା ବେଳେ ସରକାର କୌଣସି ନିଷ୍ପତ୍ତି ନ ନେବା ଅଞ୍ଚଳବାସୀଙ୍କ ମନରେ ଆଘାତ ଦେଉଛି। ବିଷମକଟକ ବିଧାୟକ ଜଗନ୍ନାଥ ସାରକା ମନ୍ତ୍ରୀ ହୋଇଥିବା ବେଳେ ଶାସକ ଦଳର ଜିଲା ସଭାପତି ସୁଧୀର ଦାସଙ୍କ ଘର ମଧ୍ୟ ବିଷମକଟକ ବ୍ଲକ ଦୁର୍ଗୀରେ। ଏ ନେଇ ଜିଲା ବିଜେଡି ସଭାପତି ସୁଧୀର ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଉପଖଣ୍ଡ ମାନ୍ୟତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନି। ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ସାରକା ବିଧାନସଭା ଅଧିବେଶନରେ ଥିବାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?