କାହାକୁ ମିଳିବ ଉପଖଣ୍ଡ ମାନ୍ୟତା

ରାୟଗଡ଼ା,(ସ୍ବ.ପ୍ର.)/ ରାୟଗଡା ଅଫିସ/ ବିଷମ କଟକ(ଡି.ଏନ୍‌.ଏ.)୧୮ା୩: ରାୟଗଡ଼ା ଜିଲା ବିଷମକଟକ ବ୍ଲକକୁ ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ଦାବି ଜୋର ଧରିଥିବା ବେଳେ ମୁନିଗୁଡ଼ା ବ୍ଲକବାସିନ୍ଦା ମଧ୍ୟ ସମାନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଉପଖଣ୍ଡ ମାନ୍ୟତା ପାଇଁ ଗୋଟିଏ ଜିଲାର ଦୁଇ ବ୍ଲକବାସିନ୍ଦାଙ୍କ ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗୁଣପୁରବାସିନ୍ଦା ଗୁଣପୁରକୁ ଜିଲା ଘୋଷଣା ପାଇଁ ଦାବି କରୁଛନ୍ତି । ମୁନିଗୁଡ଼ା ବ୍ଲକକୁ ଏନ୍‌ଏସି ଓ ଉପଖଣ୍ଡ ଘୋଷଣା ପାଇଁ ଚନ୍ଦ୍ରପୁର ବ୍ଲକବାସିନ୍ଦା ସମର୍ଥନ କରଥିବା ବେଳେ ବିଷମକଟକ ବ୍ଲକବାସିନ୍ଦା ବିଷମକଟକ ପାଇଁ ଲାଗିପଡ଼ିଛନ୍ତି । ରାଜ୍ୟ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ନିର୍ବାଚନ ମଣ୍ଡଳୀ ବିଷମକଟକ ହୋଇଥିବା ବେଳେ ଉଭୟ ବିଷମକଟକ ଓ ମୁନିଗୁଡ଼ା ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ତେଣୁ ସେ କାହାକୁ ସମର୍ଥନ କରିବେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।
ମୁନିଗୁଡ଼ାକୁ ଉପଖଣ୍ଡ ଓ ଏନ୍‌ଏସି ମାନ୍ୟତା ଦାବିରେ ଏକାଧିକ ଥର ସ୍ଥାନୀୟ ଲୋକଙ୍କ ବୈଠକ ପରେ ଗତ ୧୦ତାରିଖରେ ଏକ ବିଶାଳ ସମାବେଶ ହୋଇଥିଲା। ଉକ୍ତ ବୈଠକର ନିଷ୍ପତ୍ତି ପ୍ରକାରେ ମୁନିଗୁଡା ବିକାଶ ପରିଷଦର ସଭାପତି ଘନଶ୍ୟାମ ମାର୍ଥାଙ୍କ ନେତୃତ୍ୱରେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ସ୍ବଧାଦେବ ସିଂଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲାର ମଧ୍ୟବର୍ତ୍ତୀ ସ୍ଥାନ ମୁନିଗୁଡ଼ା ହୋଇଥିବାରୁ ବ୍ୟବସାୟୀମାନେ ମୁନିଗୁଡ଼ାକୁ ଜିଲାର ବାଣିଜ୍ୟ ପେଣ୍ଠସ୍ଥଳୀ ଭାବେ ଗ୍ରହଣ କରିଛନ୍ତି । ପ୍ରାୟ ୩୦ହଜାର ଜନସଂଖ୍ୟା ବିଶିଷ୍ଟ ମୁନିଗୁଡ଼ା ବ୍ଲକରେ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେଶନ ମୁନିଗୁଡ଼ା ଓ ଅମ୍ବାଦଳା । ମୁନିଗୁଡ଼ାରେ ରାଜ୍ୟ ସରକାରଙ୍କ ଅନେକ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ଅଛି। ତେଣୁ ମୁନିଗୁଡ଼ା ବ୍ଲକର ୧୭ ଓ ଚନ୍ଦ୍ରପୁର ବ୍ଲକର ୮ ପଞ୍ଚାୟତବାସୀ ମୁନିଗୁଡ଼ାକୁ ଉପଖଣ୍ଡ ମାନ୍ୟତା ଦେବାକୁ ସରକାରଙ୍କ ନିକଟରେ ଦାବି କରୁଛନ୍ତି । ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ବେଳେ ପୂର୍ବତନ ଜିଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା,ମୁନିଗୁଡା ସରପଞ୍ଚ ସରସ୍ବତୀ ଶବର, ମୁନିଗୁଡା ବିକାଶ ପରିଷଦ ସମ୍ପାଦକ ମାନସ ରଞ୍ଜନ ବେହେରା, ପ୍ରମୋଦ ସାହୁକାର ପ୍ରମୁଖଙ୍କ ସମେତ ମୁନିଗୁଡା, ଚନ୍ଦ୍ରପୁର ଓ ବିଷମକଟକ ବ୍ଲକରେ ବହୁ ଜନସାଧାରଣ ଉପସ୍ଥିତ ଥିଲେ। ସ୍ମାରକପତ୍ରକୁ ସରକାରଙ୍କ ନିକଟକୁ ଯଥାଶୀଘ୍ର ପ୍ରେରଣ କରାଯାଇ ପରିଷଦର ଦାବି ପୂରଣ ଦିଗରେ ନିଷ୍ପତ୍ତିି ଗ୍ରହଣ କରିବାକୁ ସୁପାରିଶ କରିବେ ବୋଲି ଜିଲାପାଳ ପ୍ରକାଶ କରିଥିବା ବିକାଶ ପରିଷଦ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପଟେ ୨୧ ପଞ୍ଚାୟତ ବିଶିଷ୍ଟ ବିଷମକଟକ ବ୍ଲକରେ ଜନସଂଖ୍ୟା ୯୨ହଜାରରୁ ଉର୍ଦ୍ଧ୍ୱ। ୩୧୫ରୁ ଅଧିକ ଗ୍ରାମ ରହିଛି । ୩ଟି ବ୍ଲକ ବିଷମକଟକ, ମୁନିଗୁଡ଼ା ଓ ଚନ୍ଦ୍ରପୁର ପାଇଁ ୧୯୫୩ରୁ ବିଷମକଟକଠାରେ ତହସିଲ କାର୍ଯ୍ୟାଳୟ ରହିଥିଲା । ୨୦୦୯ରେ ମୁନିଗୁଡ଼ା ଓ ଚନ୍ଦ୍ରପୁରକୁ ବିଷମକଟକ ତହସିଲରୁ ପୃଥକ କରାଯାଇ ଦୁଇଟି ନୂତନ ତହସିଲ ଗଠନ ହୋଇଛି। ୧୯୯୨ରେ ରାୟଗଡ଼ା ସ୍ବତନ୍ତ୍ର ଜିଲା ଘୋଷଣା ହେବାଠାରୁ ବିଷମକଟକକୁ ଉପଖଣ୍ଡ ମାନ୍ୟତା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ଗତ ସୋମବାର ସ୍ଥାନୀୟ ରାଜସ୍ବ ବଙ୍ଗଳାରେ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତାଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। ବୈଠକର ନିଷ୍ପତ୍ତି ପ୍ରକାରେ ବିଷମକଟକକୁ ଉପଖଣ୍ଡ, ମୁନିଗୁଡ଼ାକୁ ଏନଏସି ଓ ଅମ୍ବାଦୋଳାକୁ ବ୍ଲକ ମାନ୍ୟତା ଦାବି ନେଇ ଶୁକ୍ରବାର ମା’ ମାର୍କମା ମନ୍ଦିର ପରିସରରୁ ଶୋଭାଯାତ୍ରା ବାହାରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲା ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ସଦାଶିବ ନାୟକ ଓ ଅତିରିକ୍ତ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଶୋଭାଯାତ୍ରାରେ ନାଗରିକ ମଞ୍ଚର ସଭାପତି ଗୋପାଳ କୃଷ୍ଣ ପଟ୍ଟନାୟକ ଓ ବଣିକ ସଂଘ ସଭାପତି ଶୁଭେନ୍ଦୁ କୁମାର ଚୌଧୁରୀ ଓ ଜିତୁ ଜାକାସିକ, ବିଷମକଟକ ବ୍ଲକ ଉପାଧ୍ୟକ୍ଷ ଦେବୀପ୍ରସାଦ ପଟ୍ଟନାୟକ, ବିଷମ କଟକ ସରପଞ୍ଚ ନାମିତ କୁଳିସୁକ, ଡି. ଶିବ ପ୍ରସାଦ, ନାଗରିକ ମଞ୍ଚ ଆବାହକ ରାଧାକାନ୍ତ ଦାସ, ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ପଟ୍ଟନାୟକ, ଦିଲୀପ କୁମାର ମହାରଣା, ଜି. ମନ୍ମଥ ରାଓ, ବିଷମକଟକ ଓକିଲ ସଂଘ, ବଣିକ ସଂଘର ସମସ୍ତ ସଦସ୍ୟ ଓ ବୁଦ୍ଧିଜୀବୀମାନେ ସାମିଲ ଥିଲେ।
ଉପଖଣ୍ଡ ମାନ୍ୟତା ପାଇଁ ବିଷମକଟକ ଓ ମୁନିଗୁଡ଼ା ଉଭୟ ବ୍ଲକରୁ ଦାବି ହେଉଥିବା ବେଳେ ସରକାର କୌଣସି ନିଷ୍ପତ୍ତି ନ ନେବା ଅଞ୍ଚଳବାସୀଙ୍କ ମନରେ ଆଘାତ ଦେଉଛି। ବିଷମକଟକ ବିଧାୟକ ଜଗନ୍ନାଥ ସାରକା ମନ୍ତ୍ରୀ ହୋଇଥିବା ବେଳେ ଶାସକ ଦଳର ଜିଲା ସଭାପତି ସୁଧୀର ଦାସଙ୍କ ଘର ମଧ୍ୟ ବିଷମକଟକ ବ୍ଲକ ଦୁର୍ଗୀରେ। ଏ ନେଇ ଜିଲା ବିଜେଡି ସଭାପତି ସୁଧୀର ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଉପଖଣ୍ଡ ମାନ୍ୟତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନି। ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ସାରକା ବିଧାନସଭା ଅଧିବେଶନରେ ଥିବାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri